Posted inଜାତୀୟ

ଭାଜପା ଖେଳୁଛି ଡବଲ ଗେମ୍‌, ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟିଆ ଚେତାବନୀ…

କୋଲକାତା,୯।୨ : ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାରତୀୟ ଜନତା ପାର୍ଟି (ଭାଜପା) କୁ କହିଛି। ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି ଘୋଷଣା କରିଛି।
ଉତ୍ତର ପଶ୍ଚିମବଙ୍ଗର ବିକାଶ ମନ୍ତ୍ରୀ ଉଦୟାନ ଗୁହା ରାଜ୍ୟ ବିଭାଜନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପାକୁ ୪୮ ଘଣ୍ଟିଆ ଚେତାବନୀ ଦେଇଛନ୍ତି। ସେ ଭାଜପାକୁ ପଶ୍ଚିମବଙ୍ଗ ଲୋକଙ୍କ ସହ ଡବଲ ଗେମ୍‌ ଖେଳୁଥିବା ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ର ପଛରେ ଭାଜପା ନେତାମାନେ ଅଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି।

ସିଲିଗୁଡିରେ ଗଣମାଧ୍ୟମକୁ ସୂଚନା ଦେଇ ଗୁହା କହିଛନ୍ତି, ଭାଜପା ରାଜ୍ୟବାସୀଙ୍କ ସହ ଦୋହରା ଖେଳ ଖେଳୁଛି। ଦକ୍ଷିଣ ପଶ୍ଚିମବଙ୍ଗରେ ଭାଜପା କହିଛି ଯେ ସେମାନେ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟ କରିବାକୁ ଚାହୁଁନାହାଁନ୍ତି। ମାତ୍ର ଉତ୍ତର ପଶ୍ଚିମବଙ୍ଗରେ ଦଳୀୟ ବିଧାୟକମାନେ ଅଲଗା ରାଜ୍ୟ ଦାବି କରୁଛନ୍ତି।

ନିର୍ବାଚନ ପାଖେଇ ଆସୁଥିବାରୁ ଭାଜପା ରାଜ୍ୟରେ ଅଶାନ୍ତି ସୃଷ୍ଟି କରିଥିବା ଟିଏମସି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏଥି ସହିତ ପଶ୍ଚିମବଙ୍ଗର ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ ବିରୋଧୀଦଳ ସମେତ ପ୍ରତ୍ୟେକ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ କରନ୍ତୁ।
ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟ ବିଭାଜନକୁ ନେଇ ତ୍ରିପୁରା ଏବଂ ପଶ୍ଚିମବଙ୍ଗ ପାଇଁ ଗୋଟିଏ ନୀତି ରହିଛି। ଏହା କାହିଁକି? ଏହାକୁ ଶସ୍ତା ରାଜନୀତି ବୋଲି କହି ଟିଏମସି ନେତା କହିଛନ୍ତି ଯେ ଖୁବ ଶୀଘ୍ର ଭାଜପାର କପଟତା ସାମ୍ନାକୁ ଆସିବ।

ଭାଜପାର ଏଭଳି କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri