ଲକ୍‌ଡାଉନ୍‌ କ’ଣ ଏକମାତ୍ର ସମାଧାନ: ହାଇକୋର୍ଟ କଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୩।୧୧: ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିବା ନେଇ କରାଯାଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ କ’ଣ ଏକମାତ୍ର ସମାଧାନ। ଲଗାତାର ଗତ ୩ ଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ରହୁଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୭୪୬ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଏହି ସମୟରେ ମୃତ୍ୟୁ ସଂଖ୍ୟା ୧୨୧ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଣିଥରେ ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିବା ଲାଗି ଆବେଦନ କରାଯାଇଥିଲା। ମାତ୍ର କୋର୍ଟ ଏପରି ପ୍ରସ୍ତାବକୁ ମନା କରି ଦେଇଛନ୍ତି।

Share