ଡ୍ରୋନ ଆକ୍ରମଣରେ ଆଇଏସ ନେତା ଉସମା ମୃତ: ଆମେରିକା ସେଣ୍ଟ୍ରାଲ କମାଣ୍ଡ…

କାହିରା,୧୦।୭ : ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦାବି କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ର ଜଣେ ବରିଷ୍ଠ ନେତା ଜୁଲାଇ ୭ ରେ ପୂର୍ବ ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଛନ୍ତି।

ପ୍ରତିରକ୍ଷା ବିଭାଗ କହିଛି ଘଟଣାର କିଛି ଘଣ୍ଟା ପୂର୍ବରୁ ରୁଷିଆର ଯୁଦ୍ଧ ବିମାନ ସିରିଆର ପଶ୍ଚିମ ଭାଗରେ ଆମେରିକାର ଏମକ୍ୟୁ-୯ ରେପର୍‌ ଡ୍ରୋନକୁ ହଇରାଣ କରିଥିଲା।

ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଶୁକ୍ରବାର ରୁଷିଆର ଯୁଦ୍ଧ ବିମାନ ସେମାନଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ହଇରାଣ କରିଥିଲା ଯେତେବେଳେ ରେପର୍ସ ଡ୍ରୋନ ସନ୍ଧାନ କରିବା ପାଇଁ ଉଡୁଥିଲା।

କିଛି ସମୟ ପରେ ଡ୍ରୋନ ଆଲେପ୍ପୋ ଅଞ୍ଚଳରେ ମୋଟରସାଇକେଲରେ ଯାତ୍ରା କରୁଥିବା ଉସାମା ଅଲ-ମୁହାଜିରଙ୍କୁ ଟାର୍ଗେଟ କରିଥିଲା ବୋଲି ଅଧିକାରୀ କହିଛନ୍ତି।

ଏହି ଅଧିକାରୀ କହିଛନ୍ତି ଆକ୍ରମଣ ସମୟରେ ଅଲ-ମୁହାଜିର ଉତ୍ତର-ପଶ୍ଚିମ ସିରିଆରେ ଥିଲେ। ଯଦିଓ ସେ ସାଧାରଣତଃ ଦେଶର ପୂର୍ବ ଭାଗରୁ କାର୍ଯ୍ୟ କରୁଥିଲେ। ଆମେରିକାର ସୈନ୍ୟବାହିନୀ ନିଶ୍ଚିତ କରିଛନ୍ତି ହତ୍ୟା କରାଯାଇଥିବା ବ୍ୟକ୍ତି ଅଲ-ମୁହାଜିର। ଅନ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ବିବୃତ୍ତିରେ କହିଛନ୍ତି ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କୌଣସି ସୂଚନା ନାହିଁ।

Share