ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଜୁବିନ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ। ଟେଲିଭିଜନ ତଥା ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ନିକଟରେ ନିକିତା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ଜୁବିନ କମେଣ୍ଟ ଦେଇଥିଲେ। ଯାହାପରେ ଏଭଳି କୁହାଯାଉଥିବା ଜଣାପଡ଼ିଛି।

ପାହାଡ଼ରେ ନିଜ ଆତ୍ମାର ଏକ ଛୋଟ ଅଂଶ ଛାଡ଼ି ଦେଇ ଆସିଛି ବୋଲି ନିକିତା ଏକ ଫଟୋ ପୋଷ୍ଟ କରି ଲେଖିଥିଲେ। ଫଟୋରେ ଜୁବିନ କମେଣ୍ଟ ଦେଇ ‘କ’ଣ ତୁମେ ନିଜ ହୃଦୟ ଛାଡ଼ିଦେଇନ’ ବୋଲି ଲେଖିଥିଲେ। ଗାୟକଙ୍କ ଏଭଳି ପ୍ରତିକ୍ରିୟା ଦେଖି ପ୍ରଶଂସକମାନେ ଜୁବିନ ପ୍ରେମରେ ପଡ଼ିଥିବା ନେଇ ଅନୁମାନ କରିଛନ୍ତି। ହେଲେ ଉଭୟଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ।

Share