Categories: ଖେଳ

ଏହି ସୁନ୍ଦରୀଙ୍କ ହାତ ଧରିବେ ବୁମ୍‌ରା! ଜାଣନ୍ତୁ କିଏ ସେ, କ’ଣ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର ଜସପ୍ରିତ ବୁମ୍‌ରାଙ୍କ ବିବାହ ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଅଧିନାୟକ ବିରାଟ କୋହଲିଙ୍କ ଭଳି ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ବିବାହ କରିବା ବିଷୟରେ ଚିନ୍ତା କରୁଛନ୍ତି। ଏସବୁ ମଧ୍ୟରେ ଯୁବତୀଜଣଙ୍କ କିଏ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ସେ ଅନୁପମା ପରମେଶ୍ୱରମ୍‌ଙ୍କୁ ବିବାହ କରିବେ ବୋଲି କୁହାଯାଉଛି। ଏଣୁ ତାଙ୍କ ବିଷୟରେ ସବିଶେଷ ଜାଣିବା ପାଇଁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

ଅନୁପମା ମାଲାୟାଲାମ୍‌ ସିନେମାଜଗତର ଜଣେ ଜଣାଶୁଣା ନାମ। ଏହାଛଡ଼ା ସେ ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାର ଫିଲ୍ମରେ କାମ କରିଛନ୍ତି। ୨୦୧୫ରେ ସେ ‘ପ୍ରେମମ୍‌’ ଫିଲ୍ମରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ନାୟକ ଥିଲେ ନିବିନ ପୋଲି। ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା। ଏହାପରେ ସେ ତେଲୁଗୁ ସିନେମାରେ ପାଦ ଥାପି ‘ପ୍ରେମମ୍‌’ର ତେଲୁଗୁ ଭର୍ସନରେ କାମ କରିଥିଲେ।

୨୦୧୯ରେ ସେ କନ୍ନଡ଼ ସିନେମାରେ କାମ କରିଥିଲେ। ୨୦୨୦ରେ ନେଟ୍‌ଫିଲ୍ସରେ ସେ ଡିଜିଟାଲ ଡେବ୍ୟୁ ମଧ୍ୟ କରିଛନ୍ତି। ସେ କେରଳର ସିଏମ୍‌ଏସ୍‌ କଲେଜ୍‌ କୋଟାୟାମ୍‌ରେ କମ୍ୟୁନିକେଟିଭ୍‌ ଇଂରାଜୀ ପଢ଼ିଛନ୍ତି। ୧୯୯୬ ଫେବୃୟାରୀ ୧୮ରେ ଜନ୍ମିତ ଅନୁପମାଙ୍କୁ ଏବେ ମାତ୍ର ୨୫ ବର୍ଷ। ତାଙ୍କ କ୍ୟାରିୟର ଏବେ ଶୀର୍ଷରେ ଥିବା ବେଳେ ବିବାହ କଥା କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ଜଣାପଡ଼ିବ।

Share