Posted inଖେଳ

ବ୍ୟାଟରେ ବାଜିଛି କି ବଲ ? ବାବର-ରିଜଓ୍ବାନଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ…

କୋଲକାତା,୧।୧୧ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚ କୋଲକାତାରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଧିନାୟକ ବାବର ଆଜମଙ୍କ ଦଳ ଏହାର ହାରିବା ଧାରାକୁ ଭାଙ୍ଗି ସାତ ୱିକେଟରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। ମ୍ୟାଚ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହମ୍ମଦ ରିଜୱାନ ବାଂଲାଦେଶ ଦଳର ବ୍ୟାଟ୍ସମ୍ୟାନଙ୍କୁ ପଚାରିଛନ୍ତି ବଲ ତାଙ୍କ ବ୍ୟାଟରେ ବାଜିଛି ନା ପ୍ୟାଡରେ ଲାଗିଛି।

ବାସ୍ତବରେ ବାଂଲାଦେଶ ବ୍ୟାଟିଂ ସମୟରେ ୪୩ ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଦ୍ରୁତ ବୋଲର ଶାହିନ ଆଫ୍ରିଦି ବୋଲିଂ କରୁଥିଲେ। ତସ୍କିନ ଅହମ୍ମଦ ବ୍ୟାଟିଂ କରୁଥିଲେ। ଆଫ୍ରିଦିଙ୍କ ବଲରେ ଅହମ୍ମଦ ବ୍ୟାଟକୁ ଜୋରରେ ବୁଲାଇ ଦେଇଥିଲେ, କିନ୍ତୁ ବ୍ୟାଟ ଏବଂ ବଲ ସଂଯୋଗ ହୋଇ ନ ଥିଲା।

ଏହି ସମୟରେ, ପାକିସ୍ତାନୀ ଖେଳାଳିମାନେ ଆଉଟ ଅପିଲ କରିଥବଲେ। କିନ୍ତୁ ଅମ୍ପାୟାର ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ବାବର ୱିକେଟ କିପର ରିଜୱାନଙ୍କ ତାଙ୍କ ମତାମତ ମାଗିଥିଲେ। ଏଠାରେ ରିଜୱାନ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ବ୍ୟାଟ୍ସମ୍ୟାନଙ୍କୁ ପଚାରିବାରେ ଲାଗିଲେ ଯେ ବଲ ତାଙ୍କ ବ୍ୟାଟରେ ବାଜିଛି ନା ପ୍ୟାଡରେ?

ଯେତେବେଳେ ରିଜୱାନ ବ୍ୟାଟ୍ସମ୍ୟାନଙ୍କୁ ଏହି ପ୍ରଶ୍ନ ପଚାରୁଥିଲେ, ଏହି ଅପ୍ରତ୍ୟାଶିତ ଏବଂ ହାସ୍ୟାସ୍ପଦ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନ ଦଳକୁ ପରିହାସ କରୁଛନ୍ତି। ବାବର ଆଜାମ ଏବଂ ଶାହିନ ଆଫ୍ରିଦି ମଧ୍ୟ ରିଜୱାନଙ୍କ ଏହି ଅନନ୍ୟ ଶୈଳୀରେ ଆଶ୍ଚର୍ଯ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ତୃତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜୟ, ସରକାର ଗଠନ ପାଇଁ ଦାବି,କାଲି ହୋଇପାରେ…

ଚେନ୍ନାଇ,୮ା୫: ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ) ମୁଖ୍ୟ ବିଜୟ ବାମଦଳର ସମର୍ଥନ ହାସଲ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଲୋକ ଭବନରେ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପଶ୍ଚିମବଙ୍ଗର ହେଭିଓ୍ବେଟ୍‌ ନେତା, ହେଲେ ପାଖରେ ୧ ଗ୍ରାମର ସୁନା ନାହିଁ…ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ?

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟରେ ଏବେ ‘ଶୁଭେନ୍ଦୁ ସରକାର’ ଗଠନ ହେବାକୁ ଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri