Categories: ଜାତୀୟ

ପାର୍ଲାମେଣ୍ଟରେ ଜଣେ ଏମ୍‌ପିଙ୍କୁ ଏମିତି ପ୍ରଶ୍ନ ପଚାରିଲେ ଅଧ୍ୟକ୍ଷ: ସମସ୍ତେ ହସିଲେ

ନୂଆଦିଲ୍ଲୀ,୨୮।୩: ପାର୍ଲାମେଣ୍ଟରେ ବେଳେବେଳେ ଗମ୍ଭୀର ଆଲୋଚନା ମଧ୍ୟରେ ହସ ଏବଂ ଥଟ୍ଟାର ମୁହୂର୍ତ୍ତ ମଧ୍ୟ ଦେଖାଯାଏ। ନିକଟରେ ରାଜ୍ୟ ସଭାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ମାଲାୟାଲମ ଅଭିନେତା ତଥା କେରଳ ଭାଜପା ଏମ୍‌ପି ସୁରେଶ ଗୋପୀ ଏକ ନୂଆ ରୂପରେ ନଜର ଆସିଥିଲେ। ସେ ଦାଢିକୁ କିଛି ଅଂଶ ଧଳା କିଛି ଅଂଶ କଳା ରଙ୍ଗ କରିଦେଇଥିଲେ। ତାଙ୍କୁ ଦେଖି ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ବିସ୍ମିତ ହୋଇଥିଲେ। ସୁରେଶ ଗୋପୀ କହିବା ପୂର୍ବରୁ ମଧ୍ୟ ଅଧ୍ୟକ୍ଷ ଏଥିରେ ବାଧା ସୃଷ୍ଟି କରି ପଚାରିଥିଲେ ଏହା ମାସ୍କ ନା ଦାଢି? ସେ ଏହା ପଚାରିବା ମାତ୍ରେ ଉପସ୍ଥିତ ସମସ୍ତ ରାଜ୍ୟ ସଭା ଏମ୍‌ପି ହସିଥିଲେ।
ଉପରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତରରେ ସୁରେଶ ଗୋପୀ କହିଛନ୍ତି, ପରବର୍ତ୍ତୀ ଫିଲ୍ମ ପାଇଁ ଏହା ହେଉଛି ତାଙ୍କର ନୂଆ ଲୁକ। ଏହା ପରେ ଉପରାଷ୍ଟ୍ରପତି ତାଙ୍କୁ ଠିକ୍‌ ଅଛି ବୋଲି କହିଥିଲେ ଏବଂ ଗୋପୀ ଗୃହରେ ନିଜର ମତ ରଖିଥିଲେ।

Share