Posted inUncategorized

ଏଡାଉଛନ୍ତି କି ସକାଳ ଜଳଖିଆ, ଦେଖାଦେଇ ପାରେ…

ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍‌ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍‌, ଏସିଡିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଦିନସାରା ଶରୀରକୁ ଏନର୍ଜେଟିକ୍‌ ରଖିବା ଲାଗି ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ। ତେବେ ସକାଳ ଜଳଖିଆରେ କେତୋଟି ଖାଦ୍ୟକୁ ସାମିଲ କଲେ ବେଶ୍‌ ଉପକୃତ ହୋଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…
ଓଟ୍ସ: ଓଟ୍ସ ସକାଳ ଜଳଖିଆ ପାଇଁ ଏକ ଭଲ ଅପ୍ସନ। ଏଥିରେ ପନିପରିବା ପକାଇ ଉପମା କିମ୍ବା କ୍ଷୀର, ଗୁଡ ଆଦି ପକାଇ ଖାଇପାରିବେ। ଏଥିରେ ପ୍ରଚୁର ପରିମାଣରେ ଫାଇବର୍‌ ଥିବାରୁ ପେଟ ଅଧିକ ସମୟ ଭର୍ତ୍ତି ରହିବା ଭଳି ଲାଗିଥାଏ। ତା’ଛଡା ଏହା ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରଖିବା ସହିତ ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଫଳ: ପୁଷ୍ଟିବିଜ୍ଞାନୀଙ୍କ ମତରେ ଫଳରେ ଫାଇବର୍‌, ଭିଟାମିନ୍‌, ମିନେରାଲ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସକାଳ ଜଳଖିଆରେ ଏହାକୁ ସାମିଲକଲେ ଶରୀରକୁ ଊର୍ଜା ପ୍ରଦାନ କରିଥାଏ ଏବଂ ଇମ୍ୟୁନିଟି ପାଓ୍ବାର ବୃଦ୍ଧି କରିଥାଏ।
ଦହି: ଜଳଖିଆ ସହିତ ପ୍ରତିଦିନ ଦହି ଖାଇବା ବେଶ୍‌ ଲାଭଦାୟକ। କାରଣ ଏହା ପ୍ରୋବାୟୋଟିକ୍‌ ହୋଇଥିବାରୁ ପାଚନତନ୍ତ୍ରକୁ ମଜଭୁତ କରିଥାଏ। ତା’ଛଡା ଏହାକୁ ଖାଇଲେ କ୍ୟାଲ୍‌ସିଅମ୍‌, ପ୍ରୋଟିନ୍‌, ଭିଟାମିନ୍‌ ବି-୧୨ ମିଳିଥାଏ।
ମଞ୍ଜି: ପ୍ରତିଦିନ ସକାଳ ଜଳଖିଆରେ ବାଦାମ, ଅଖରୋଟ, ପିସ୍ତା, ଆଲମଣ୍ଡ, ଚିଆ ସିଡ୍‌, ଫ୍ଲାକ୍‌ସିଡ୍‌ ଭଳି ମଞ୍ଜି ଜାତୀୟ ଖାଦ୍ୟ ଅଳ୍ପ ଅଳ୍ପ ଖାଇବା ବି ଖୁବ୍‌ ଲାଭଦାୟକ। କାରଣ ଏଥିରେ ଭଲ ଫ୍ୟାଟ୍‌, ପ୍ରୋଟିନ୍‌, ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଯାହାକି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri