Categories: ଖେଳ

କ୍ରିକେଟରେ ହିଟ୍‌, ଏବେ ଅଭିନୟ ଦୁନିଆରେ ପାଦ ଥାପିବେ ଏହି କ୍ରିକେଟର…

ଇସଲାମାବାଦ,୨୪।୧୧: ପାକିସ୍ତାନର ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ନସିମ ଶାହା ଜଣେ। ସେ ନିଜର ଦ୍ରୁତ ବୋଲିଂ ସହ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ କିନ୍ତୁ ସେ କ୍ରିକେଟ ବ୍ୟତିତ ଆଉ କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଇଟି ହେଲା ଅଭିନୟ।

ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାକର ୟୁନିସ୍‌ ନସିମଙ୍କ ବୋଲିଂର ପ୍ରଶଂସା କରିବା ସହ ସେ ଅଭିନୟରେ ପାଦ ଥାପିବାକୁ ଯାଉଥିବା ନେଇ ସଙ୍କେତ ଦେଇଛନ୍ତି। ୟୁନିସଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ନସିମଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ଲହର ଖେଳି ଯାଇଛି।

Share