Categories: ଖେଳ

ସବୁ କିଛି ଠିକ୍‌ ଅଛି ତ? ହାର୍ଦ୍ଦିକ-ରୋହିତଙ୍କ ଆଲିଙ୍ଗନକୁ ନେଇ ଏମିତି କହିଲେ

ନୂଆଦିଲ୍ଲୀ,୨୦।୩: ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ସିଜିନ୍‌ ଆରମ୍ଭ କରିବ। ୨୪ ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଏଥିସହିତ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ପ୍ରଶିକ୍ଷଣ ଅଧିବେଶନରେ ଅଭ୍ୟାସ କରୁଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।
ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମାଙ୍କ ଛବିରେ ପ୍ରଶଂସକମାନେ କୁହନ୍ତି ଯେ, ଉଭୟ ଖେଳାଳି ଆଲିଙ୍ଗନ କରିଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି ତ ଯଦିଓ ଏହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରୋହିତ ଶର୍ମା ବହୁତ ଖୁସି ଦେଖାଯାଉଛନ୍ତି, ଏହା ସତ୍ତ୍ୱେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଚାଲିଛି। ତେବେ ସୋସିଆଲ ମିଡିଆରେ ଉଭୟ ଖେଳାଳିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।
ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟର ନିଷ୍ପତ୍ତିରେ ରୋହିତ ଶର୍ମା ଖୁସି ନୁହଁନ୍ତି। ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସ ପାଇଁ ୨ ସିଜିନ୍‌ରେ ଖେଳିଥିଲେ। କିନ୍ତୁ ତା’ପରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯୋଡିଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଡେବ୍ୟୁ କରିଥିଲେ। ସେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ।

Share