ଭୁଶୁଡ଼ିଲା ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପାଚେରୀ, ଅଳ୍ପକେ….

ପିପିଲି, ୬।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଘଟଣାରେ କୌଣସି ଜୀବନହାନି ଘଟି ନ ଥିବା ବେଳେ ଅଳ୍ପକେ କିଛି ଲୋକ ବର୍ତ୍ତି ଯାଇଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପାଚେରୀର ଅନେକ ସ୍ଥାନରେ ପୂର୍ବରୁ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିଲା। ତଥାପି ସମ୍ପୃକ୍ତ ବିଭାଗ ପକ୍ଷରୁ ଏହାର ମରାମତି କିମ୍ବା ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ପାଚେରୀର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା।

ଅନ୍ୟପକ୍ଷରେ, ପାଚେରୀକୁ ଲାଗି ବହୁ ପରିମାଣର ବାଲି ଓ ଚିପ୍ସ ଗଦା କରି ରଖାଯାଇଥିବାରୁ ପାଚେରୀ ଉପରେ ଅଧିକ ଚାପ ପଡ଼ିଥିବା ଏବଂ ସେହି କାରଣରୁ ଏହା ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। ଘଟଣା ପରେ ସ୍ଥାନୀୟ ଲୋକେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଖବର ପାଇ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ପାଚେରୀ ଭୁଶୁଡ଼ିବାର ପ୍ରକୃତ କାରଣର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବିପଦପୂର୍ଣ୍ଣ ଅଂଶକୁ ଘେରାଉ କରି ଲୋକଙ୍କ ଯାତାୟାତ ଉପରେ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥାନୀୟ ଲୋକେ ତୁରନ୍ତ ପାଚେରୀର ପୁନଃନିର୍ମାଣ ସହ ସମ୍ପୂର୍ଣ୍ଣ ପରିସରର ସୁରକ୍ଷା ଯାଞ୍ଚ କରିବାକୁ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Share