କାମରେ ଆସୁନି ଉଠାଜଳସେଚନ ପ୍ରକଳ୍ପ

କାଏମା,୧୫ା୧(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତରେ ୫ ବର୍ଷ ହେଲା ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କ୍ଷମ ହୋଇପାରୁନାହିଁ। ବିଦ୍ୟୁତ୍‌ ବିଭାଗ ସଂଯୋଗ ଦେଉନଥିବାରୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅନ୍ୟପକ୍ଷରେ ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଓ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗଛଲତାରେ ଲୁଚିଗଲାଣି। ପ୍ରକଳ୍ପ ନିର୍ମାଣ କରିଦେଇ ଉଠାଜଳସେଚନ ନିଗମର ଖୋଜ ଖବର ନାହିଁ। ଫଳରେ ସମନ୍ବୟ ଅଭାବରୁ ଶତାଧିକ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି।
ସୂଚନା ଅନୁସାରେ, ଏହି ପଞ୍ଚାୟତରେ ଧାନ, ଚିନାବାଦାମ, ବିରି ଓ ପନିପରିବା ଚାଷ କରି ଅନେକ ଚାଷୀ ପରିବାର ପ୍ରତିପୋଷଣ କରିଥାନ୍ତି। ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ସ୍ଥାନୀୟ ଶତାଧିକ ଚାଷୀଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯାଇଛି। ୩୦ରୁ ୪୦ଜଣ ଚାଷୀଙ୍କୁ ନେଇ ଗୋଟିଏ ଗୋଟିଏ ପାଣି ପଞ୍ଚାୟତ କରାଯାଇଛି। ମା’ ମଙ୍ଗଳା, ମହାଲକ୍ଷ୍ମୀ ଓ ବାଲୁଙ୍କେଶର ନାମରେ ତିନୋଟି ପାଣି ପଞ୍ଚାୟତ ରହିଛି। ପାଖାପାଖି ୧୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ନେଇ ଧର୍ମଶାଳା ଉଠାଜଳସେଚନ ନିଗମ ଉପଖଣ୍ଡ ପକ୍ଷରୁ ୨୦୧୯ରେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ଉତ୍ତରପ୍ରତାପ ଗ୍ରାମରେ ବୋରିଂ ପଏଣ୍ଟ ନିର୍ମାଣ ହୋଇଛି। ଏଠାରେ ବୋରିଂ କରାଯିବା ସହିତ ମୋଟର ଘର, ପାଣି ମୋଟର ସ୍ଥାପନ ଓ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇଛି। ହେଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲାକି ନ ହେଲା ବୁଝିବାକୁ ବି କେହିନାହାନ୍ତି। ମୋଟର ଘରେ ତାଲା ଝୁଲୁଥିବାବେଳେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପଏଣ୍ଟରେ ଗଛଲତା ମାଡ଼ିଯାଇଛି।
ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଧାନ ଓ ଚିନାବାଦାମ ଚାଷ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଥିଲେ ହୁଏତ ଏହି ଚାଷଜମିକୁ ଜଳସେଚିତ କରିପାରିଥାନ୍ତା। ଏନେଇ ଚାଷୀମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ପାଖ ଗଡ଼ିଆ, ପୋଖରୀ ଓ ନିଜେ କରିଥିବା ଚୁଆରୁ ପାଣି ବୋହି ଚାଷୀ ପନିପରିବା ଚାଷ କରୁଛନ୍ତି। କୁଣ୍ଡପାଟଣା ସେକ୍ସନ ଅଫିସ ଓ ଜାରକା ଉପଖଣ୍ତ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ଚାଷୀମାନେ ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଉକ୍ତ ଟ୍ରାନ୍ସଫର୍ମର ଉପରେ ଟଙ୍କା ବାକି ଥିବା ଶୁଣିବାକୁ ପାଇଛନ୍ତି ଓ ପୈଠ କଲେ ବିଦ୍ୟୁତ୍‌ ସଂଯୋଗ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପାଣି ପଞ୍ଚାୟତ ସଭାପତି ଓ ସମ୍ପାଦକଙ୍କ କହିବା ଅନୁସାରେ ପ୍ରକଳ୍ପର ଉଦ୍‌ଘାଟନ ଏବେ ପର୍ଯ୍ୟନ୍ତ ହୋଇନାହିଁ। ଟ୍ରାନ୍ସଫର୍ମର ଉପରେ ଟଙ୍କା ବାକି ଆସିଲା କିପରି। ଯାହାକୁ ନେଇ ଏହା ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଉଭୟ ବିଭାଗର ଉପରିସ୍ଥ ଅଧିକାରୀ ଆଲୋଚନା କରି ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ନ କଲେ ଆଗମୀ ଦିନରେ ଉଭୟ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ମା’ମଙ୍ଗଳା ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ରାଉତ, ସମ୍ପାଦକ ସଞ୍ଜୟ ରାଉତ, ମହାଲକ୍ଷ୍ମୀ ପାଣି ପଞ୍ଚାୟତ ସଭାପତି ପୀତବାସ ମଲିକ, ସମ୍ପାଦକ କେଶବ ଚନ୍ଦ୍ର ମଲିକ, ବାଲୁଙ୍କେଶ ପାଣି ପଞ୍ଚାୟତ ସଭାପତି ଗୋପାଳ ଚନ୍ଦ୍ର ରାଉତ ଓ ସମ୍ପାଦକ ଭାଗ୍ୟଧର ମହାନ୍ତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri