ଜିଲାର ମୁଖ୍ୟ ଜୀବିକାରେ ଜଳସେଚନ ବାଧକ

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। ପରିବାର ପ୍ରତିପୋଷଣ ପାଇଁ ଜିଲାବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ ହୋଇଛି। ଏହି ଜିଲାରେ ୭ ନଦୀ ଓ ୨୭ ଶାଖା ଦେଇ ମଧୁର ଜଳ ସମୁଦ୍ରକୁ ଯିବା ପାଇଁ ବାଟ ଅଛି। କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ କେନାଲ ଆଦି ସହ ନିକଟରେ ମହାନଦୀ, ଚିତ୍ରୋପତ୍ଳା ଜଳ ପ୍ରକଳ୍ପ ମାଧ୍ୟମରେ ଏକ ବୃହତ କେନାଲ ଖୋଳାଯାଇଛି। ଏହାସତ୍ତ୍ୱେ ଜିଲାର ଅଧାରୁ ଅଧିକ ଚାଷଜମିକୁ ଫସଲ ସମୟରେ ପାଣି ପହଞ୍ଚୁନାହିଁ। ସେହିପରି ବର୍ଷାଦିନେ ବନ୍ୟା, ବାତ୍ୟାର ଉଦ୍‌ବୃତ୍ତ ଜଳ ନିଷ୍କାସନ ସମସ୍ୟା ଗୁରୁତର ହେଉଛି। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ। ଜଳସମ୍ପଦ ବିଭାଗ, କୃଷି ବିଭାଗ, ପଞ୍ଚାୟତିରାଜ ବିଭାଗ, ଉଠା ଜଳସେଚନ ବିଭାଗ ଏହି ଜିଲାରେ କାର୍ଯ୍ୟ କରୁଛି। ସରକାରଙ୍କ ଘୋଷଣା ମୁତାବକ ପ୍ରତି ବ୍ଲକର ଅନୂ୍ୟନ ୩୫ ପ୍ରତିଶତ କ୍ଷେତକୁ ପାଣି ଯୋଜନା କାର୍ଯ୍ୟକାରୀ ପ୍ରତି ବିଭାଗଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ରାଜକନିକା ବ୍ଲକ ଅଞ୍ଚଳରେ ଉଠା ଜଳସେଚନ ମାଧ୍ୟମରେ ୩୩.୬୨ ପ୍ରତିଶତ କ୍ଷେତକୁ ପାଣି ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ମହାକାଳପଡ଼ା ବ୍ଲକର ମୋଟ ୨୮,୦୭୦ ହେକ୍ଟର ଚାଷ ଜମି ମଧ୍ୟରୁ ମାତ୍ର ୬,୮୨୩ ହେକ୍ଟର ଅର୍ଥାତ ୨୪.୩୧ ପ୍ରତିଶତ କ୍ଷେତକୁ ପାଣି ମିଳୁଛି। ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମି ମଧ୍ୟରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ। ଅପରପକ୍ଷରେ ପ୍ରତିବର୍ଷ ଜିଲାରେ ୧ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହେଉଛି। ଏଥିପାଇଁ ବିହନ, ସାର, ଔଷଧ, ବୈଷୟିକ ଜ୍ଞାନକୌଶଳ ଆଦି ପାଇଁ ଯୋଜନା ମୁତାବକ ଅର୍ଥ ବ୍ୟୟ ହେଉଛି। ଜଳ ପରିଚାଳନା ସମସ୍ୟା ପାଇଁ ଏହି ଯୋଜନା ଅର୍ଥ ଚାଷୀଙ୍କ କାର୍ଯ୍ୟକୁ ଆସୁନାହିଁ। ବହୁ ଚାଷୀ ଚାଷ କାର୍ଯ୍ୟ ଛାଡି ପରିବାର ପ୍ରତିପୋଷଣ ପାଇଁ ଜିଲା ବାହାରକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୪ ହଜାର ହେକ୍ଟର ମଧ୍ୟରୁ ମାତ୍ର ୪୭,୭୨୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା ଜିଲା କୃଷି ବିଭାଗ ତଥ୍ୟରୁ ଜଣାପଡିଛି। ଲିଫ୍ଟ ଇରିଗେଶନ ପଏଣ୍ଟ, ସାଲୋ ଟ୍ୟୁବୱେଲ ଆଦି ମାଧ୍ୟମରେ ଜିଲାର ମୋଟ ୩୦,୭୮୧ ହେକ୍ଟରକୁ ଜଳସେଚନ ହେଉଥିବାବେଳେ ଅନ୍ୟାନ୍ୟ ଜଳ ଉତ୍ସରୁ ୧୦,୬୨୪ ହେକ୍ଟର କ୍ଷେତକୁ ପାଣି ଯାଉଥିବା ତଥ୍ୟରେ ଉଲ୍ଲେଖ ଅଛି। ତୃଣମୂଳସ୍ତରରେ ଯାଞ୍ଚ କରିବା ସମୟରେ ଏହି ସରକାରୀ ତଥ୍ୟ ଅବାସ୍ତବ ବୋଲି ଚାଷୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, ରାଜକନିକା ବ୍ଲକ ବାରାହାଦୋମୁଣ୍ଡା ଗ୍ରାମର ସୁଶାନ୍ତ ନାୟକ, ରାଜନଗର ବ୍ଲକ ହାତିଆ ଗ୍ରାମର ଟୁଲୁ ପ୍ରଧାନ, ମହାକାଳପଡ଼ା ବ୍ଲକର ସୁନୀଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, କେନାଲଗୁଡ଼ିକରେ ଦଳ ଭର୍ତ୍ତି ହୋଇଛି। ସେହିପରି କେନାଲ ଶଯ୍ୟା ଖନନ ନ ହେବା ଯୋଗୁ ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନାହିଁ। ଉନ୍ନତୀକରଣ ନାମରେ କେତେଗୋଟି କେନାଲ ଓ ଶାଖା କେନାଲରେ କେବଳ ଅଳିଆ କାଢ଼ି ଉନ୍ନୟନ ଅର୍ଥ ହଡ଼ପ ହେଉଛି। କେତେକ ସ୍ଥାନରେ କେନାଲ ଶଯ୍ୟାକୁ ଗଭୀର ଭାବେ ଖୋଳି ଦେବା ପରେ ସୋଠ ପର୍ଯ୍ୟନ୍ତ ପାଣି ଉଠୁନାହିଁ। ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହାଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରୀ ଆଳରେ ଅର୍ଥ ହଡ଼ପ କରୁଛନ୍ତି। ଉଠା ଜଳସେଚନ ପ୍ରକଳ୍ପ ଏବେ ବିଭିନ୍ନ କାରଣରୁ ଉପଯୋଗୀ ହୋଇନାହିଁ। ବିଦ୍ୟୁତ୍‌ ଦେୟ ବାକି ସହିତ ମୋଟର ପୋଡ଼ିବା ପରେ ଏହାର ବଦଳ ହେଉ ନ ଥିବାରୁ ଚାଷୀଙ୍କୁ ଫସଲ ପାଇଁ ପାଣି ମିଳୁନାହିଁ। ସେହିପରି ପ୍ରତିବର୍ଷ ବନ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେଉଛି। ବାତ୍ୟା ମଧ୍ୟ ଚାଷକୁ କ୍ଷତି ପହଞ୍ଚାଉଛି। ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇପାରୁନାହିଁ। ବିଭିନ୍ନ ନଦୀ ଓ କେନାଲର ଜଳକୁ ବ୍ୟାରେଜ, କ୍ରିକ୍‌ ବନ୍ଧ ଦ୍ୱାରା ଅଟକାଇ କ୍ଷେତକୁ ଜଳ ପରିଚାଳନା ଆବଶ୍ୟକ ପଡୁଛି। ଏହା ବ୍ୟତୀତ ସମୁଦ୍ରକୁ ବହି ଯାଉଥିବା ଜଳକୁ ଉପକୂଳ କେନାଲ ଖୋଳାଯାଇ ସଂଯୋଗୀକରଣ କରାଗଲେ ଚାଷ ଜମି ସୁଫଳା ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଜିଲାର କେନାଲ ଜଳସେଚନକୁ ଗୁରୁତ୍ୱ ନିଆଯାଇଛି। ଖୁବ୍‌ଶୀଘ୍ର ଏହାର ସୁଫଳ ଜିଲାବାସୀଙ୍କୁ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri