ଜିଲାର ମୁଖ୍ୟ ଜୀବିକାରେ ଜଳସେଚନ ବାଧକ

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। ପରିବାର ପ୍ରତିପୋଷଣ ପାଇଁ ଜିଲାବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ ହୋଇଛି। ଏହି ଜିଲାରେ ୭ ନଦୀ ଓ ୨୭ ଶାଖା ଦେଇ ମଧୁର ଜଳ ସମୁଦ୍ରକୁ ଯିବା ପାଇଁ ବାଟ ଅଛି। କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ କେନାଲ ଆଦି ସହ ନିକଟରେ ମହାନଦୀ, ଚିତ୍ରୋପତ୍ଳା ଜଳ ପ୍ରକଳ୍ପ ମାଧ୍ୟମରେ ଏକ ବୃହତ କେନାଲ ଖୋଳାଯାଇଛି। ଏହାସତ୍ତ୍ୱେ ଜିଲାର ଅଧାରୁ ଅଧିକ ଚାଷଜମିକୁ ଫସଲ ସମୟରେ ପାଣି ପହଞ୍ଚୁନାହିଁ। ସେହିପରି ବର୍ଷାଦିନେ ବନ୍ୟା, ବାତ୍ୟାର ଉଦ୍‌ବୃତ୍ତ ଜଳ ନିଷ୍କାସନ ସମସ୍ୟା ଗୁରୁତର ହେଉଛି। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ। ଜଳସମ୍ପଦ ବିଭାଗ, କୃଷି ବିଭାଗ, ପଞ୍ଚାୟତିରାଜ ବିଭାଗ, ଉଠା ଜଳସେଚନ ବିଭାଗ ଏହି ଜିଲାରେ କାର୍ଯ୍ୟ କରୁଛି। ସରକାରଙ୍କ ଘୋଷଣା ମୁତାବକ ପ୍ରତି ବ୍ଲକର ଅନୂ୍ୟନ ୩୫ ପ୍ରତିଶତ କ୍ଷେତକୁ ପାଣି ଯୋଜନା କାର୍ଯ୍ୟକାରୀ ପ୍ରତି ବିଭାଗଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ରାଜକନିକା ବ୍ଲକ ଅଞ୍ଚଳରେ ଉଠା ଜଳସେଚନ ମାଧ୍ୟମରେ ୩୩.୬୨ ପ୍ରତିଶତ କ୍ଷେତକୁ ପାଣି ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ମହାକାଳପଡ଼ା ବ୍ଲକର ମୋଟ ୨୮,୦୭୦ ହେକ୍ଟର ଚାଷ ଜମି ମଧ୍ୟରୁ ମାତ୍ର ୬,୮୨୩ ହେକ୍ଟର ଅର୍ଥାତ ୨୪.୩୧ ପ୍ରତିଶତ କ୍ଷେତକୁ ପାଣି ମିଳୁଛି। ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମି ମଧ୍ୟରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ। ଅପରପକ୍ଷରେ ପ୍ରତିବର୍ଷ ଜିଲାରେ ୧ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହେଉଛି। ଏଥିପାଇଁ ବିହନ, ସାର, ଔଷଧ, ବୈଷୟିକ ଜ୍ଞାନକୌଶଳ ଆଦି ପାଇଁ ଯୋଜନା ମୁତାବକ ଅର୍ଥ ବ୍ୟୟ ହେଉଛି। ଜଳ ପରିଚାଳନା ସମସ୍ୟା ପାଇଁ ଏହି ଯୋଜନା ଅର୍ଥ ଚାଷୀଙ୍କ କାର୍ଯ୍ୟକୁ ଆସୁନାହିଁ। ବହୁ ଚାଷୀ ଚାଷ କାର୍ଯ୍ୟ ଛାଡି ପରିବାର ପ୍ରତିପୋଷଣ ପାଇଁ ଜିଲା ବାହାରକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୪ ହଜାର ହେକ୍ଟର ମଧ୍ୟରୁ ମାତ୍ର ୪୭,୭୨୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା ଜିଲା କୃଷି ବିଭାଗ ତଥ୍ୟରୁ ଜଣାପଡିଛି। ଲିଫ୍ଟ ଇରିଗେଶନ ପଏଣ୍ଟ, ସାଲୋ ଟ୍ୟୁବୱେଲ ଆଦି ମାଧ୍ୟମରେ ଜିଲାର ମୋଟ ୩୦,୭୮୧ ହେକ୍ଟରକୁ ଜଳସେଚନ ହେଉଥିବାବେଳେ ଅନ୍ୟାନ୍ୟ ଜଳ ଉତ୍ସରୁ ୧୦,୬୨୪ ହେକ୍ଟର କ୍ଷେତକୁ ପାଣି ଯାଉଥିବା ତଥ୍ୟରେ ଉଲ୍ଲେଖ ଅଛି। ତୃଣମୂଳସ୍ତରରେ ଯାଞ୍ଚ କରିବା ସମୟରେ ଏହି ସରକାରୀ ତଥ୍ୟ ଅବାସ୍ତବ ବୋଲି ଚାଷୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, ରାଜକନିକା ବ୍ଲକ ବାରାହାଦୋମୁଣ୍ଡା ଗ୍ରାମର ସୁଶାନ୍ତ ନାୟକ, ରାଜନଗର ବ୍ଲକ ହାତିଆ ଗ୍ରାମର ଟୁଲୁ ପ୍ରଧାନ, ମହାକାଳପଡ଼ା ବ୍ଲକର ସୁନୀଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, କେନାଲଗୁଡ଼ିକରେ ଦଳ ଭର୍ତ୍ତି ହୋଇଛି। ସେହିପରି କେନାଲ ଶଯ୍ୟା ଖନନ ନ ହେବା ଯୋଗୁ ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନାହିଁ। ଉନ୍ନତୀକରଣ ନାମରେ କେତେଗୋଟି କେନାଲ ଓ ଶାଖା କେନାଲରେ କେବଳ ଅଳିଆ କାଢ଼ି ଉନ୍ନୟନ ଅର୍ଥ ହଡ଼ପ ହେଉଛି। କେତେକ ସ୍ଥାନରେ କେନାଲ ଶଯ୍ୟାକୁ ଗଭୀର ଭାବେ ଖୋଳି ଦେବା ପରେ ସୋଠ ପର୍ଯ୍ୟନ୍ତ ପାଣି ଉଠୁନାହିଁ। ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହାଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରୀ ଆଳରେ ଅର୍ଥ ହଡ଼ପ କରୁଛନ୍ତି। ଉଠା ଜଳସେଚନ ପ୍ରକଳ୍ପ ଏବେ ବିଭିନ୍ନ କାରଣରୁ ଉପଯୋଗୀ ହୋଇନାହିଁ। ବିଦ୍ୟୁତ୍‌ ଦେୟ ବାକି ସହିତ ମୋଟର ପୋଡ଼ିବା ପରେ ଏହାର ବଦଳ ହେଉ ନ ଥିବାରୁ ଚାଷୀଙ୍କୁ ଫସଲ ପାଇଁ ପାଣି ମିଳୁନାହିଁ। ସେହିପରି ପ୍ରତିବର୍ଷ ବନ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେଉଛି। ବାତ୍ୟା ମଧ୍ୟ ଚାଷକୁ କ୍ଷତି ପହଞ୍ଚାଉଛି। ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇପାରୁନାହିଁ। ବିଭିନ୍ନ ନଦୀ ଓ କେନାଲର ଜଳକୁ ବ୍ୟାରେଜ, କ୍ରିକ୍‌ ବନ୍ଧ ଦ୍ୱାରା ଅଟକାଇ କ୍ଷେତକୁ ଜଳ ପରିଚାଳନା ଆବଶ୍ୟକ ପଡୁଛି। ଏହା ବ୍ୟତୀତ ସମୁଦ୍ରକୁ ବହି ଯାଉଥିବା ଜଳକୁ ଉପକୂଳ କେନାଲ ଖୋଳାଯାଇ ସଂଯୋଗୀକରଣ କରାଗଲେ ଚାଷ ଜମି ସୁଫଳା ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଜିଲାର କେନାଲ ଜଳସେଚନକୁ ଗୁରୁତ୍ୱ ନିଆଯାଇଛି। ଖୁବ୍‌ଶୀଘ୍ର ଏହାର ସୁଫଳ ଜିଲାବାସୀଙ୍କୁ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ବଡ଼ ନିଷ୍ପତ୍ତି, T20 ବିଶ୍ୱକପ୍ ଫାଇନାଲରେ ଖେଳିବେନି ଏହି ୪ ଖେଳାଳି

ନୂଆଦିଲ୍ଲୀ,୮।୩: ଟି-୨୦ ବିଶ୍ୱକପର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ପ୍ଲେଇଂ ଇଲେଭେନରେ କିଏ କିଏ ରହିବେ, ତାହା ଏବେ ବଡ଼…

ଵାଲଡ଼ା ନାଗେଶ୍ୱରୀ ପାହାଡ଼ରେ ଲୋକ ଅଧିକାର ଯାତ୍ରା ଦଳର ବୈଠକ, ଖଣି ଖନନ କରିବାକୁ ଦିଆଯିବନି…

ନନ୍ଦପୁର,୮।୩(ତୁଷାର କାନ୍ତ ମହାନ୍ତି): ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ପୀଠରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ବାହାରିଥିବା ଲୋକ ଅଧିକାର ଯାତ୍ରା ଦଳ କୋରାପୁଟ ଜିଲା ନନ୍ଦପୁର…

ଦ୍ରୁତ ଗତିରେ ଗାଡ଼ି ଚଳାଇବା ହେଲା କାଳ

ବଲାଙ୍ଗୀର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଡୁଡୁକାଶିରା ରୋଡ଼ ଏକ ବୁଲାଣିଆ ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri