ଇର୍‌ଫାନଙ୍କ ପୁଅ ଶେୟାର କଲେ ଏହି ମେସେଜ, ଏଥିରେ ଲେଖାଥିଲା…

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଦୁନିଆ ଛାଡ଼ି ଚାଲିଯିବା କେତେ ମାସ ବିତିଗଲାଣି। ମାତ୍ର ଆଜି ବି ସେ ମନେ ପଡ଼ନ୍ତି। ତାଙ୍କୁ ମନେ ପକାଇଛନ୍ତି ପୁଅ ବାବିଲ୍‌। ସେ ପିତାଙ୍କୁ ବହୁତ ମିସ୍‌ କରୁଛନ୍ତି। ପିତାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ସବୁବେଳେ ବାବିଲ କିଛି ନା କିଛି ଶେୟାର କରିଥାନ୍ତି। ଏବେ ବାବିଲ ତାଙ୍କ ପିତାଙ୍କର ଆଉ ଏକ ପୁରୁଣା ମେସେଜ ଶେୟାର କରିଛନ୍ତି। ଯେଉଁ ମେସେଜ କି ଗତବର୍ଷ ମାର୍ଚ୍ଚରେ ଇରଫାନ ବାବିଲଙ୍କୁ ଲେଖିଥିଲେ। ଏଥିରେ ଲେଖାଥିଲା, ତୁମେ ସାଙ୍ଗରେ ଫୋନ୍‌ ନେଇଆସିବ। ମୁଁ ଦେଖିବି। ଆଉ ଏକ ମେସେଜ ଥିଲା ବାବିଲ ଯେତେବେଳେ ଫ୍ରି ହେବ ମୋତେ ଫୋନ୍‌ କରିବ। ଆଉ ଏକ ମେସେଜ ଥିଲା ବାବିଲ ଶୀଘ୍ର କଲ କର। ବହୁତ ଦରକାର ଅଛି। ବାବିଲ ପିତାଙ୍କର ଏହି ମେସେଜ ଡିଲିଟ ନ କରି ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେତେବେଳେ ବି ସମୟ ପାଉଛନ୍ତି ପିତାଙ୍କର ହ୍ବାଟ୍ସଆପ ମେସେଜ ଦେଖୁଚନ୍ତି। ସେ ପିତାଙ୍କୁ ଖୁବ୍‌ ଝୁରି ହେଉଛନ୍ତି।

Share