ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଇମୋଶନାଲ ପୋଷ୍ଟ କଲେ ଇର୍ଫାନଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ନିକଟରେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମର ସୂଚନା ଅନୁଯାୟୀ, ସଞ୍ଜୟ ଫୁସ୍‌ଫୁସ୍‌ କର୍କଟରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ଏବେ କିନ୍ତୁ ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାଁଙ୍କ ପୁଅ ବବଲି ସଞ୍ଜୁ ଭାଇଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ଇମୋଶନାଲ ପୋଷ୍ଟ କରିଥିବା ଦେଖାଯାଇଛି। ଏହି ପୋଷ୍ଟ ମାଧ୍ୟମରେ ବି ସେ କିଛି ତଥ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି। ଇର୍ଫାନଙ୍କ ପୁଅ ଲେଖିଛନ୍ତି ସବୁ ଲେଖକ କିଛି ଲେଖିବା ପୂର୍ବରୁ ଚିନ୍ତା କରି ଥାଆନ୍ତି, ହେଲେ ମୁଁ ଲେଖକ ନୁହେଁ କି ଚିନ୍ତା କରି କିଛି ଲେଖିନାହିଁ। ସେ ସମସ୍ତ ଖବରଦାତା ଓ ଅନ୍ୟମାନଙ୍କ ବିଷୟରେ ଜାଣିବାକୁ ଇଚ୍ଛା ରଖୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରିଛନ୍ତି କି ସଞ୍ଜୁ ଭାଇଙ୍କ ସ୍ବାସ୍ଥ୍ୟକୁ ନେଇ ଦୟାକରି ଅନୁମାନ ଲଗାଇବା କମ୍‌ କରନ୍ତୁ। ଅବଶ୍ୟ ଏହା ଆପଣଙ୍କ କାମ ହେଲେ ସମସ୍ତଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଛି। ତେଣୁ ସଞ୍ଜୁ ଭାଇ ଓ ତାଙ୍କ ପରିବାରକୁ ଏଥିପାଇଁ ଆବଶ୍ୟକ ସମୟ ଦିଆଯାଉ। ଇର୍ଫାନଙ୍କ ପୁଅ କହିଛନ୍ତି ଯେତେବେଳେ ତାଙ୍କ ପିତାଙ୍କୁ କ୍ୟାନସର ହୋଇଥିବା କଥା ଜଣାପଡିଥିଲା ସେତେବେଳେ ସହଯୋଗର ହାତ ବଢାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସଞ୍ଜୁ ଭାଇ ଥିଲେ ପ୍ରଥମ। ଏମିତିକି ପିତାଙ୍କ ବିୟୋଗ ପରେ ବି ସେ ସଞ୍ଜୁ ଭାଇ ପ୍ରଥମେ ତାଙ୍କ ନିକଟରେ ଠିଆ ହୋଇଥିଲେ ବୋଲି କହିଛନ୍ତି ଇର୍ଫାନଙ୍କ ପୁଅ। ସେ କହିଛନ୍ତି ବିନା ଗଣମାଧ୍ୟମ ଚାପରେ ସଞ୍ଜୁ ଭାଇଙ୍କୁ ଚିକିତ୍ସିତ ହେବାକୁ ଦିଆଯାଉ। ସମସ୍ତେ ଜାଣିଛନ୍ତି ସେ ହେଉଛନ୍ତି ଟାଇଗର। ଏହି ରେସ୍‌ରେ ବି ସେ ଜିତିବେ ଓ ପୁଣିଥରେ ଆପଣମାନଙ୍କୁ କିଛି ହିଟ୍‌ ମୁଭି ଭେଟି ଦେବେ। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଇର୍ଫାନ ଖାଁ ୨୦୧୮ରେ କ୍ୟାନସରରେ ପୀଡ଼ିତ ହେବା ପରେ ଦୀର୍ଘ ଦିନ ଧରି ଲଣ୍ଡନରେ ଚିକିତ୍ସିତ ହୋଇଥିଲେ। ହେଲେ ୨୦୧୯ରେ କ୍ୟାନସରରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri