ଟାଟା ପାୱାରର ଦାୟିତ୍ୱହୀନତା : ବିଦ୍ୟୁତ ଆଘାତରେ ବ୍ୟବସାୟୀ ଆହତ

ପୁରୁଷୋତ୍ତମପୁର,୩୦।୧୧(ସିମାଞ୍ଚଳ ମିଶ୍ର) ଟାଟାପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବାପରଠାରୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲାଗିରହିଛ। ବିଦ୍ୟୁତ ମରାମତି ନାମରେ ଟାଟାପାୱାର ଦିନତମାମ ଲାଇନ କାଟି ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଥିବା ବେଳେ ମରାମତିର କୌଣସି ନା ଧରୁ ନ ଥିବାର ଦେଖିବାକୁ ମିଳିଛି। ବୁଧବାର ଦିନତମାମ ମରାମତି ନାମରେ ଲାଇନ କଟାଯାଇ ଥିବାବେଳେ ମରାମତି କାର୍ଯ୍ୟ ଠିକ ଭାବରେ ହୋଇ ନ ଥିବା ସହ ତଦାରଖ ହୋଇ ନ ଥିବା ହେତୁ ଗୁରବାର ସକାଳେ ପୁରୁଷୋତ୍ତମପୁର କଲେଜଛକ ଠାରେ ଏକ ଅଘଟଣ ଘଟିଛିା ରାସ୍ତାକଡରେ ଏକ ବିଦ୍ୟୁତ ପୋଲ ରହିଥିବା ବେଳେ ଏହାକୁ ଲାଗି ଫୁଟପାଥରେ ବ୍ୟବସାୟୀମାନେ ବେପାର କରୁଥିଲୋ ଟାଟାପାୱାରର ଦାୟିତ୍ୱହୀନତା ଯୋଗୁଁ ବିଦ୍ୟୁତ ପୋଲରେ କରେଣ୍ଟ ଚାର୍ଜ ହୋଇ ରହିଥିଲା। ଏହା ଜାଣି ନ ପାରି ବ୍ୟବସାୟୀ ଜଣକ ନଡିଆ ବାହାର କରିବା ବେଳେ ବିଦ୍ୟୁତ ପୋଲରେ ଲାଗିଯାଇ ଦୂରକୁ ଛିଟିକି ପଡି ଗୁରୁତର ଭାବେ ଆହାତ ହୋଇଥିଲୋ ଏହାକୁ ଦେଖି ସ୍ଥାନୀୟ ଲୋକ ବ୍ୟବସାୟୀଙ୍କ ସଙ୍ଗେ ସଙ୍ଗେ ପୁରୁଷୋତ୍ତମପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦରେ ଭର୍ତ୍ତି କରିଥିଲେ। ବ୍ୟବସାୟୀ ଜଣକ ହେଉଛନ୍ତି ପ୍ରମୋଦ କୁମାର ଲେଙ୍କା(୫୨)। ତାଙ୍କ ଘର ନୟାଗଡ ଜିଲା ଭାପୁର ବ୍ଲକ ପିଠାଖାଇ ଗ୍ରାମରେ ହୋଇଥିବା ବେଳେ ସେ ପେଟ ପୋଷିବା ଲାଗି ଏଠାକୁ ଆସି ଫୁଟପାଥରେ ବସି ନଡିଆ କଦଳୀ ମାନ ବିକ୍ରି କରୁଛନ୍ତିା ଏହି ଘଟଣାକୁ ନେଇ ଏଠାରେ ତୀବ୍ର ଜନ ଅସନ୍ତୋଷ ଦେଖାଯିବା ସହ ଲୋକେ ଟାଟାପାୱାରକୁ ଦାୟୀ କରିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri