ଉଇ ମୁହଁରେ ନଥିପତ୍ର

କଟକ ଅଫିସ, ୬।୯: କଟକ ମହାନଗର ନିଗମ (ସିଏମ୍‌ସି)ର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗ ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ କାର୍ଯ୍ୟ କରୁଥିଲା। ସେଠାରେ ନାନା ସମସ୍ୟା ଉପୁଜିବାରୁ ବିକାଶ ଭବନକୁ ସ୍ଥାନାନ୍ତର କରାଗଲା। ତେବେ ଠିକଣା ପରିବର୍ତ୍ତନ ହୋଇଥିଲେ ବି ସମସ୍ୟା ଲାଗିରହିଛି। ଏବେ ସିଏମ୍‌ସିର ଦାୟିତ୍ୱହୀନତା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଉଇ ମୁହଁକୁ ଯିବାକୁ ବସିଲାଣି। କାର୍ଯ୍ୟ ପାଇଁ ଆସୁଥିବା ଦିବ୍ୟାଙ୍ଗ, ମହିଳା ଓ ବରିଷ୍ଠ ନାଗରିକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କି କକ୍ଷ ନାହିଁ। ବହୁବାର ଅଭିଯୋଗ ସତ୍ତ୍ବେ ବି କିଛି ପଦକ୍ଷେପ ନିଆଯାଉନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।
ଅଧୀନରେ ଏସ୍‌ସିବି ମେଡିକାଲ, ଶିଶୁଭବନ, ସିଟି ହସ୍ପିଟାଲ ସମେତ ବହୁ ଘରୋଇ ମେଡିକାଲ ରହିଛି। ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ରାଜ୍ୟ ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଶିଶୁ ଜନ୍ମ ହୁଏ କିମ୍ବା କେହି ମୃତ୍ୟୁବରଣ କରେ ତେବେ ତାଙ୍କର ଯେଉଁ ଅଞ୍ଚଳରେ ଜନ୍ମ ବା ମୃତ୍ୟୁ ଘଟିଥିବ ସେଠାକାର ପୌରାଞ୍ଚଳ ବା ମହାନଗର ନିଗମ ପ୍ରମାଣପତ୍ର ଦେଇଥାଏ। ଏଭଳି ପ୍ରମାଣପତ୍ର ପାଇଁ ସିଏମ୍‌ସିକୁ ମଧ୍ୟ ଲୋକେ ଆସୁଛନ୍ତି। ହେଲେ ସେମାନଙ୍କ ବସିବା ପାଇଁ ଚୌକି ନ ଥିବା ବେଳେ ପାନୀୟଜଳ କିମ୍ବା ଶୌଚାଳୟ ବ୍ୟବସ୍ଥା ନାହିଁ। କିଛି ଦିନ ତଳେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଜନ୍ମ ପ୍ରମାଣ ପତ୍ର ଆବେଦନ ପାଇଁ ଆସିଥିଲେ। ତାଙ୍କର ଗୋଡ଼ ଖରାପ ଥିବାରୁ ବେଶୀ ସମୟ ଛିଡ଼ା ହୋଇପାରି ନ ଥିଲେ। ପାଖରେ ମଧ୍ୟ ବସିବାର କୌଣସି ସୁବିଧା ନ ଥିଲା। ଶେଷରେ ସେ ଭାରସାମ୍ୟ ହରାଇ ପଡ଼ିିଯାଇଥିଲେ। ପରେ ତାଙ୍କୁ ଚଟାଣରେ ବସିବାକୁ ପଡ଼ିଥିଲା। କେବେ ଲୋକଙ୍କୁ ଏହି ସବୁ ମୌଳିକ ସୁବିଧା ସିଏମ୍‌ସି ପକ୍ଷରୁ ମିଳିବ ତାହା ପ୍ରଶ୍ନବାଚୀ ହୋଇଛି। ସେହିପରି ବିଭାଗରେ ଥିବା ପୁରୁଣା ନଥିଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ସେଗୁଡ଼ିକରେ ଉଈ ଲାଗିଲାଣି। ଆଉ କିଛିଦିନ ମଧ୍ୟରେ ନଥିପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଉଇ ମୁହଁକୁ ଚାଲିଯିବ। ପୁରୁଣା ନଥିପତ୍ରଗୁଡିକୁ ଡିଜିଟାଇଜେଶନ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ବି ନଥିଗୁଡ଼ିକୁ ଚଟାଣରେ ପଡ଼ିରହି ନଷ୍ଟ ହେଉଛି। ଏ ନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କୁ ପଚାରିବାରେ କହିଛନ୍ତି, କରୋନା ପାଇଁ ସମସ୍ତ କାର୍ଯ୍ୟ ବିଳମ୍ବ ହେଉଛି। ଯାହା ବି ସମସ୍ୟା ରହିଛି ତାହା ଦୂର ପାଇଁ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri