ଘରୋଇକରଣ ନାଁରେ ଦାୟିତ୍ୱହୀନତା

ଯାଜପୁର/ଯାଜପୁରରୋଡ,(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି),୨୯ା୧୨ : ଘରୋଇକରଣ ବ୍ୟାସନଗର ମ୍ୟୁନିସିପାଲିଟିକୁ ଦାୟିତ୍ୱରୁ ଖସିବା ସୁଯୋଗ ଦେଇଛି । ସହରର ୨୬ଟି ୱାର୍ଡର ପରିମଳ ଦାୟିତ୍ୱର ଘରୋଇକରଣ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରବାସୀଙ୍କ ପାଇଁ ବଡ କାର୍ଯ୍ୟ କରିଛନ୍ତି ଭାବି ଆତ୍ମତୃପ୍ତିରେ ମସଗୁଲ ଅଛନ୍ତି । ଅପରପକ୍ଷେ ମାସିକ ଖର୍ଚ୍ଚ କ୍ରମଶଃ ବଢୁଥିବାବେଳେ ସମ୍ପୃକ୍ତ ୱାର୍ଡ ଅଞ୍ଚଳ ଓ ଅଞ୍ଚଳବାସିନ୍ଦା କୁଢ କୁଢ ଅଳିଆ ଆବର୍ଜନା ଓ ନର୍ଦ୍ଦମାନର ଦୁର୍ଗନ୍ଧରେ ଦହଗଞ୍ଜ ହେଉଛନ୍ତି । ମଶାଙ୍କ ବଂଶ ବୃଦ୍ଧିରେ ଦିନବେଳା ବି ଘରେ ଶାନ୍ତିରେ ବସି ହେଉନାହିଁ । ତଥାପି ମୌଳିକ ପୌରସେବା ପାଇଁ ଉର୍ଦ୍ଦିଷ୍ଟ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଓ ଜନ ପ୍ରତିନିଧିମାନେ ଲୋକଙ୍କ ଦୁଃଖ ପ୍ରତି ବେଖବର ଥିଲା ଭଳି ଅଭିନୟ କରୁଛନ୍ତି ।
୨୬ଟି ୱାର୍ଡ ବିଶିଷ୍ଟ ବ୍ୟାସନଗର ପୌର ପରିଷଦର ବିଭିନ୍ନ ୱାର୍ଡର ପରିମଳ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଘରୋଇକରଣ କରାଯାଇଛି । ୨୦୨୩ରୁ ସବ୍ୟସାଚୀ ମହାକୁଡ ନାମକ ଏକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ଜାନୁୟାରୀରୁ ମେ ମାସ ପର୍ଯ୍ୟନ୍ତ ଏହି ସଂସ୍ଥା ଜରିଆରେ ୧୬୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସହରର ସଫେଇ କାର୍ଯ୍ୟ ହେଉଥିଲା। ଏଥିପାଇଁ ମେ ମାସରେ ୨୨ ଲକ୍ଷ ୨୧ ହଜାର ୭୫୨ ଟଙ୍କା ପର୍ଯ୍ୟନ୍ତ ଉକ୍ତ ଠିକାସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଜୁନରୁ ନୂଆ ଟେଣ୍ଡର ହେବା ପରେ ଲୋକବଳ ହ୍ରାସ ପାଇ ୧୩୩ ଜଣକୁ ପହଞ୍ଚିଥିଲା। କିନ୍ତୁ ମାସିକ ଖର୍ଚ୍ଚ ବଢି ଜୁଲାଇରେ ୨୪.୬୮ ଲକ୍ଷ, ଅଗଷ୍ଟରେ ୨୫.୨୭ ଲକ୍ଷ, ସେପ୍ଟେମ୍ବରରେ ୨୮.୬୪ ଲକ୍ଷ ଏବଂ ଅକ୍ଟୋବରରେ ୩୫.୬୩ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷେ ପରିମଳ ଦାୟିତ୍ୱରେ ନିୟୋଜିତ କର୍ମଚାରୀଙ୍କୁ ବୁଟ୍‌, ମାସ୍କ, ଜ୍ୟାକେଟ, ହ୍ୟାଣ୍ଡ ଗ୍ଲୋବ୍ସ ଇତ୍ୟାଦି ସୁରକ୍ଷା ସାମଗ୍ରୀ ଦେବାରେ ଠିକାସଂସ୍ଥା ଅବହେଳା କରୁଥିବା ଅଭିଯୋଗ ହେଉଛି। ମ୍ୟୁନିସିପାଲିଟିର ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ୱାର୍ଡରେ ସଫେଇ କର୍ମଚାରୀ, ଜଣେ ସୁପରଭାଇଜର ରଖିବା ଓ ସଫେଇ ପାଇଁ ଆବଶ୍ୟକ ସମସ୍ତ ସାଜସରଞ୍ଜାମ ସଂପୃକ୍ତ ଠିକା ସଂସ୍ଥା ବହନ କରିବା କଥା । କିନ୍ତୁ ମାସିକ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଠିକାସଂସ୍ଥା ପକ୍ଷରୁ ଆବଶ୍ୟକ ସଫେଇ କର୍ମଚାରୀ ନିୟୋଜନ କରି କେବଳ ଲାଭ ଜଗିବାରେ ବ୍ୟସ୍ତ ଥିବା ଅଭିଯୋଗ ହୋଇଛି। ପୁଣି ଉକ୍ତ ଲାଭ ଟଙ୍କାରେ ପିସି ଆକାରରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ପକେଟ୍‌ ଗରମ ହେଉଥିବା ଚର୍ଚ୍ଚା ହେଉଛି। ଏହି ପରିସ୍ଥିତିରେ ଉପରୋକ୍ତ ସଂସ୍ଥା ଯାହା ସଫେଇ କାର୍ଯ୍ୟ କରୁଥିବ ତାହା ସହଜେ ଅନୁମେୟ । ଏହିକ୍ରମରେ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି ସହରର ଚୋର୍ଦ୍ଦା, କହ୍ନେଇପୁର, ଧବଳଗିରି, ଡୋଲିପୁର, ନହକା, ରେଳୱେ ଓଭରବ୍ରିଜ, ମୁଣ୍ଡୋମାଳ, ମହତାବନଗର ଆଦି ଅଞ୍ଚଳରୁ ଉପଯୁକ୍ତ ସମୟରେ ମଇଳା ଆବର୍ଜନା ଉଠୁ ନ ଥିବା ଦେଖିବାକୁ ମିଳିଛି। ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନାଳଗୁଡିକ ସଫା ନ ହୋଇ ପଙ୍କ କାଦୁଅ ଜମି ରହିଛି ା ରାସ୍ତାରେ କୁଢ କୁଢ ଆବର୍ଜନା ପଡିଛି । ମ୍ୟୁନିସିପାଲିଟିର ଜଣେ ଅଧିକାରୀଙ୍କ କହିବାନୁଯାୟୀ କାଉନସିଲରମାନେ ତାଙ୍କ ୱାର୍ଡ ଠିକ୍‌ ଭାବେ ସଫେଇ ହେଉଥିବା ସାର୍ଟିଫିକେଟ ଦେଲେ ଯାଇ ଠିକାସଂସ୍ଥାକୁ ପ୍ରାପ୍ୟ ପୈଠ କରାଯାଇଥାଏ । ଏଥିରୁ ସ୍ପଷ୍ଟ ହୁଏ, କାଉନସିଲରଙ୍କ ଉପରେ ଠିକା ସଂସ୍ଥାର ସଫେଇ କାର୍ଯ୍ୟ ନିର୍ଭର କରୁଛି । କିନ୍ତୁ ବ୍ୟାସନଗର ପୌର ପରିଷଦରେ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ଦାବି ହୋଇ ଆସୁଥିଲେ ହେଁ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌରପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ପରିମଳ ବ୍ୟବସ୍ଥା ସୁଚାରୁରୂପେ ଚାଲିଛି। ତଥାପି ଯେଉଁଠି ଅଭିଯୋଗ ହେଉଛି, ସେଥିପ୍ରତି ଗୁରୁତ୍ୱ ଦିଆଯାଇ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri