କାଁ ଭାଁଖୋଲୁଛି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ

ଖଇରା, ୨୬।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରାଠାରେ ଥିବା ସାଳନ୍ଦୀ ଡିଭିଜନର ଉପଖଣ୍ଡ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ହୋଇ ରହୁଛି। ଯନ୍ତ୍ରୀମାନେ ସାଇଡ୍‌ରେ କାମ ତଦାରଖ କରୁଥିବା ଆଳରେ ଅଫିସ ମାଟି ମାଡୁନାହାନ୍ତି। ଫଳରେ ବିଭିନ୍ନ ସମସ୍ୟା ବା ଅଭିଯୋଗ ନେଇ ଆସୁଥିବା ଲୋକେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ସମସ୍ତ ଚାଷୀ ଏ ସମ୍ପର୍କରେ ଜିଲାପାଳ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିବାକୁ ଚେତାବନୀ ଦେଇଛନ୍ତି।
ଖଇରା ଉପଖଣ୍ଡରେ ଚାଲୁଥିବା କାର୍ଯ୍ୟର ତଦାରଖ ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୧୯୬୦ରେ ଏଠାରେ ଏକ କାର୍ଯ୍ୟାଳୟ ଖୋଲା ଯାଇଥିଲା। ପୂର୍ବରୁ ମାସରେ ୧୫ଦିନ ଏହି କାର୍ଯ୍ୟାଳୟ ଖୋଲୁଥିଲେ ମଧ୍ୟ ଏବେ ସଦୁଦିନ ପ୍ରାୟ ବନ୍ଦ ରହୁଥିବା ନେଇ କାର୍ଯ୍ୟାଳୟ ସଂଲଗ୍ନ ଆଳଦା ଗ୍ରାମର ଅଧିବାସୀମାନେ କହିଛନ୍ତି। ବିଶେଷ ଭାବେ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସ କିମ୍ବା ଉପରିସ୍ଥ ଅଧିକାରୀ ଏବଂ ନେତାମାନେ ଆସିଲେ ଜଣେ ଅଧେ ଅଧିକାରୀ ଯୋଗ ଦେଉଥିଲେ ହେଁ ଅନ୍ୟଦିନେ ଯନ୍ତ୍ରୀଙ୍କର ଦର୍ଶନ ମିଳୁନି। ପିଅନ ଝାଡୁମାରି ଚାଲିଯିବା ପରେ ଦିନତମାମ କାର୍ଯ୍ୟାଳୟ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ନିକଟରେ ସାଳନ୍ଦୀ ଡିଭିଜନ ଅଧୀନରେ ଆମ୍ବହତା, ବରଦା, ଚରମ୍ପା ଆଦି କେନାଲରେ ଚାଲିଥିବା କାମର ଅନିୟମିତତା ବାବଦରେ ଅଭିଯୋଗ ଦେବାକୁ ବିଭିନ୍ନ ଗ୍ରାମର ଅଧିବାସୀ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ କାର୍ଯ୍ୟାଳୟ ବନ୍ଦ ଥିବା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ସଂକ୍ରାନ୍ତରେ ସହକାରୀ ନିର୍ବାହୀଯନ୍ତ୍ରୀ ଦଶରଥ ମୁର୍ମୁଙ୍କ ସହ ଯୋଗାଯୋଗ କରିବାରେ ସେ ଅଧିକାଂଶ ସମୟ ସାଇଡ୍‌ରେ କାର୍ଯ୍ୟ ତଦାରଖ କରିବା ସହ ଅନ୍ୟ କିଛି ଦିନ ଭଦ୍ରକ ଡିଭିଜନ କାର୍ଯ୍ୟାଳୟରେ ରହୁଥିବାରୁ ଖଇରା ଆସିପାରୁ ନାହାନ୍ତି। ତେବେ ୩ଜଣ କନିଷ୍ଠଯନ୍ତ୍ରୀଙ୍କୁ ଆସିବାକୁ କୁହାଯାଇଥିଲେ ହେଁ ସେମାନେ କାହିଁକି ଅନୁପସ୍ଥିତ ରହୁଛନ୍ତି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri