ଜଗନ୍ନାଥଙ୍କ ଅବଢ଼ା ନିଲାମରେ ଅନିୟମିତତା

ନୟାଗଡ଼,୧୩।୬(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ଟେଣ୍ଡରରେ ଅନିୟମିତତା ହୋଇଛି । ନିଲାମଧାରୀଙ୍କ ଠାରୁ ୧ ଲକ୍ଷ ବା ତାଠାରୁ ଅଧିକ ଲାଞ୍ଚ ନେଇ ସେମାନଙ୍କୁ ନିଲାମ ଟଙ୍କା ନ ଦେବା ପାଇଁ ଅନୁକମ୍ପା ଦେଖା ଯାଉଛି । ଅବଧି ଗଲା ପରେ ବି ନିଲାମଧାରୀଙ୍କୁ ଅବଢ଼ା ତିଆରି କାର୍ଯ୍ୟରୁ ହଟା ଯାଉନି । ଅବଢ଼ା ନିଲାମରେ ଚାଲିଥିବା ଦୁର୍ନୀତିର ପ୍ରତିବାଦରେ ସେବାୟତଙ୍କ ଆନ୍ଦୋଳନ ପରେ ଅବଢ଼ା ପ୍ରସ୍ତୁତ ଚଳିତ ବର୍ଷ ବନ୍ଦ କରାଯାଇଛି । ତେବେ ନୂଆ ଅବଢ଼ା ପ୍ରସ୍ତୁତ ପାଇଁ ଦେବୋତ୍ତର ବିଭାଗ ଜାଣିଶୁଣି ଟେଣ୍ଡର କରୁନି । ଅବଢ଼ା ଟେଣ୍ଡର ହେଲେ ମନ୍ଦିରର ପାଣ୍ଠି ବଢ଼ିବାର ଥିଲେ ହେଁ ଲାଞ୍ଚ ଟଙ୍କାର ମୋହ ଦେବୋତ୍ତର ବିଭାଗ ଛାଡି ପାରୁନି ବୋଲି ଖୋଲାଖୋଲି ଅଭିଯୋଗ ଉଠିଥିଲା । ଯେଉଁମାନେ ଅବଢ଼ା ନିଲାମ ପ୍ରାପ୍ୟ ଦେଉ ନାହାନ୍ତି ସେମାନଙ୍କ ବିରୋଧରେ ସାର୍ଟିଫିକେଟ ମାମଲା କରା ନ ଯାଇ ସେମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ବୁଧବାର ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ନୟାଗଡ଼ ଜଗନ୍ନାଥ ମନ୍ଦିରର ସେବାୟତ ଓ ସାଧାରଣ ଲୋକ ଅଭିଯୋଗ କରି ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଅବଢ଼ା ନିଲାମରେ ଲକ୍ଷାଧିକ ଟଙ୍କା ଅନିୟମିତତାର ଦେବୋତ୍ତର ବିଭାଗ ସଂଶ୍ଲିଷ୍ଟ ରହିଥିବାର ଖୋଲାଖୋଲି ଅଭିଯୋଗ କରି ଦୁର୍ନୀତିର ପେଡି ଖୋଲି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଅବଢ଼ା ନିଲାମରେ ଜାଣି ଶୁଣି ଚଞ୍ଚକତା କରାଯାଉଛି । ଯେଉଁମାନେ ନିଲାମ ନେଉଛନ୍ତି ସେମାନେ କିଛି ଟଙ୍କା ଡିପୋଜିଟ କରି ଅବଶିଷ୍ଟ ଟଙ୍କା ଆଦୌ ପଇଠ କରୁ ନାହାନ୍ତି । ନିଲାମ ଟଙ୍କା ଦେଇ ନ ଥିବା ବ୍ୟକ୍ତିଙ୍କଠାରୁ ବକେୟା ଟଙ୍କା ଆଦାୟ ପାଇଁ ଦେବୋତ୍ତର ବିଭାଗର ପଦକ୍ଷେପ ନାହିଁ । ପୁଣି ସେମାନେ ନିଜର ଅନୁଗତଙ୍କ ଦ୍ୱାରା ଅବଢ଼ା ନିଲାମ ନେଉଛନ୍ତି॥ ଅବଢ଼ା ନିଲାମରେ ମନ୍ଦିର ପ୍ରଶାସନର ଲାଭ ହେଉନି। ବରଂ ଦେବୋତ୍ତର ବିଭାଗର କର୍ମଚାରୀ ଓ ଅଧିକାରୀ ଭଲ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି । ଅବଢ଼ା ନିଲାମ ଟଙ୍କାର ବାକି ତାଲିକା ଗଡି ଚାଲିଛି । ଅବଢ଼ା ନିଲାମରେ ଅନିୟମିତତା, ଲାଞ୍ଚ ନେଇ ନିଲାମଧାରୀଙ୍କୁ ସୁରକ୍ଷା, ବାକି ଟଙ୍କା ଦେଇ ନ ଥିବା ନିଲାମଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣାରେ ଦେବୋତ୍ତର ମ୍ୟାନେଜରଙ୍କ ସଫେଇ ସାଧାରଣ ଲୋକ ଓ ସେବାୟତଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ଦେବୋତ୍ତର ବିଭାଗର ମ୍ୟାନେଜର ବରଂ ଅପଦସ୍ତ ହୋଇଥିଲେ ।
ଦିନମଣି ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧େରେ ଅବଢ଼ା ନିଲାମ ହୋଇଥିଲା। ଯେଉଁ ବ୍ୟକ୍ତି ନିଲାମ ନେଇଥିଲେ ସ୍ବଳ୍ପ କିଛି ଟଙ୍କା ଦେଇ ୧ ବର୍ଷ ପର୍ଯ୍ୟନ୍ତ ଅବଢ଼ା ପ୍ରସ୍ତୁତ କଲେ । ଅବଧି ଶେଷ ପରେ ବି ତାଙ୍କୁ ଅବଢ଼ା ବନ୍ଦ କରାଯିବାକୁ କୁହା ଗଲାନି । ପୁଣି ତାଙ୍କଠାରୁ ବକେୟା ଟଙ୍କା ଆଦାୟ କରାଗଲାନି । ସେବାୟତଙ୍କ ବାରମ୍ବାର ଆନ୍ଦୋଳନ ପରେ ଅଣନିଲାମଧାରୀଙ୍କ ଅବଢ଼ା ପ୍ରସ୍ତୁତ ବନ୍ଦ ହୋଇଗଲା । ତେବେ ଦେବୋତ୍ତର ବିଭାଗ ନୂଆ ଟେଣ୍ଡର ଜାଣି ଶୁଣି କରୁନି । ଅବଢ଼ା ନିଲାମ ନେବାକୁ ଅନେକ ଇଛୁକ ଅଛନ୍ତି । ଖାଦ୍ୟର ମାନ ଭଲ ରହିବ ଓ ମନ୍ଦିର ପ୍ରଶାସନ ନିଲାମ ଅର୍ଥ ପାଇବାରେ ଅସୁବିଧା ହେବନି ।ତେବେ ସେମାନଙ୍କୁ ସୁଯୋଗ ନ ଦେଇ ମନ୍ଦିରରେ ଅବଢ଼ା ନ କରି ଭକ୍ତଙ୍କ ସହ ଖେଳ ଖେଳା ଯାଉଛି ବୋଲି ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ ଓ ଉପଜିଲାପାଳ କର୍ଣ୍ଣଦେବ ସମାଦାର ଅଭିଯୋଗକୁ ଶୁଣି ଏନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri