ସରକାରୀ ଜମି ହସ୍ତାନ୍ତରରେ ଅନିୟମିତତା

ଯାଜପୁର,୨୯ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବଡ଼ଚଣା ବ୍ଲକ ବଇରୀ ଗ୍ରାମରେ ନିର୍ମାଣାଧୀନ ମାଇ ହୋମ୍‌ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବା ମହା ସିମେଣ୍ଟ କମ୍ପାନୀକୁ ସରକାରୀ ଜମି ହସ୍ତାନ୍ତରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ହାଇଦ୍ରାବାଦର ଏହି କମ୍ପାନୀ ବାର୍ଷିକ ୩.୦ ମେଟ୍ରିକ ଟନ ସିମେଣ୍ଟ ଗ୍ରାଇଡିଂ ଉତ୍ପାଦନ ପାଇଁ ୧୧୩ ଏକର ଜମି ଅକ୍ତିଆର କରିଛି। କମ୍ପାନୀର କାର୍ଯ୍ୟ ନିର୍ବାହୀ ସାରାଂଶ ଏବଂ ୨୦୨୨ ଅଗଷ୍ଟ ୫ରେ ଅନୁଷ୍ଠିତ ଜନଶୁଣାଣିରେ ୬୮ ଏକର ଜମି ଆବଶ୍ୟକତା ଥିବା ଦର୍ଶାଯାଇଥିଲାବେଳେ ଇଡ୍‌କୋ ପକ୍ଷରୁ ୪୫ ଏକର ଜମି ଅଧିକ ଦିଆଯାଇଛି। ଏହି ଜମି ବଳରେ ବ୍ୟାଙ୍କଗୁଡ଼ିକଠାରୁ ଅଧିକ ଅର୍ଥ ଋଣ ହାତେଇ ରାଜ୍ୟ ବାହାରେ ଥିବା ନିଜସ୍ବ ଅନ୍ୟାନ୍ୟ କାରଖାନାରେ ବିନିଯୋଗ କରିବା ଲକ୍ଷ୍ୟ ରହିଥିବା ଚର୍ଚ୍ଚା ହେଉଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ କେତେଜଣ ଉଚ୍ଚପଦାଧିକାରୀଙ୍କୁ ହାତ କରି ଉତ୍ପାଦନ ପରିମାଣ ତୁଳନାରେ କମ୍ପାନୀ ବହୁ ଗୁଣରେ ଅଧିକ ଜମି ହାତେଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଲୋକଙ୍କ କେତେକ ବେସରକାରୀ ଜମି ହାତେଇ କ୍ଷତିପୂରଣ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି କମ୍ପାନୀ ବେଆଇନ ଭାବେ ରାସ୍ତା ଜମି ଅକ୍ତିଆର କରି ନେଇଥିବାରୁ ଚାଷୀ ନିଜ ଚାଷ ଜମିକୁ ଯାଇପାରୁ ନ ଥିବା ଅଭିଯୋଗ କରୁଛନ୍ତି।
ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ ସହାନୁଭୂତିଶୀଳ ଏକଥା ମହା ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି। କମ୍ପାନୀ ପାଇଁ ଚାଷ ଜମି ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆ ନ ଯାଇ ସେମାନଙ୍କ ସମସ୍ୟାକୁ ଝୁଲାଇ ରଖାଯାଉଛି। ଜମି ହରାଇ କିମ୍ବା ଜମି କ୍ଷେତକୁ ଯାଇ ନ ପାରି ବଇରୀ ଗ୍ରାମର ଏକାଧିକ ଚାଷୀ ଆଜି ସର୍ବହରା ହୋଇ ପଡିଛନ୍ତି। ଜିଲା ପ୍ରଶାସନ ଲୋକଙ୍କ ହାରିଗୁହାରି ନ ଶୁଣି କମ୍ପାନୀବାଲାଙ୍କ ସହାୟକ ବୋଲି ମତପ୍ରକାଶ ପାଇଛି। ଜନଶୁଣାଣିରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଏହି କାରଖାନା ପାଇଁ ୬୦୦ କୋଟି ଟଙ୍କା ବ୍ୟୟଅଟକଳ ରଖାଯାଇଛି। ଏଥିରେ ସମୁଦାୟ ୩୦୦ ଜଣ ନିଯୁକ୍ତି ପାଇବେ। କିନ୍ତୁ ଯେଉଁ କେତେଜଣ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ। ଜନଶୁଣାଣିକୁ ସହଯୋଗ କରିଥିବା ବଇରୀ ଗ୍ରାମବାସୀ ଏହାକୁ ନେଇ ବିରୋଧ କରିଥିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏବେ ବି ୫ ଜଣଙ୍କ ନାମରେ ମାମଲା ଚାଲିଛି। ବିସ୍ଥାପନ ଓ ପ୍ରଦୂଷଣର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି ଅମାନବୀୟ କାର୍ଯ୍ୟ ଲୋକଙ୍କୁ ବିଦ୍ରୋହୀ କରିଛି। ଅନ୍ୟପକ୍ଷେ ୬୮ ଏକର ଜମି ମଧ୍ୟରୁ ୬୨.୫୯ ଏକର ଜମି ଇଡକୋରୁ ଲିଜ୍‌ ସୂତ୍ରରୁ ଦିଆଯିବା କଥା। ବାକି ୫.୪୧ ଏକର ଜମି ପ୍ରଜାଙ୍କଠାରୁ ସିଧାସଳଖ କ୍ରୟ କରିବାକୁ ଯୋଜନା ରହିଥିଲା। କିନ୍ତୁ କେଉଁ ଆଧାରରେ ୧୧୩ ଏକର ଜମି କମ୍ପାନୀକୁ ଦିଆଯାଇଛି, ତାହା ତଦନ୍ତସାପେକ୍ଷ ବୋଲି ଦାବି ହେଉଛି। ଏହି କମ୍ପାନୀ ନିର୍ମାଣାଧୀନ ଥିବାବେଳେ ଆବଶ୍ୟକ ଜଳ କେଉଁଠୁ ଆସିବ ତାହା ଏଯାଏ ସ୍ପଷ୍ଟ କରାଯାଇନାହିଁ।
ଚାଷୀ ଦିଲୀପ ସ୍ବାଇଁ କୁହନ୍ତି, ତାଙ୍କର ୯ ଗୁଣ୍ଠ ଚାଷ ଜମି ରହିଛି। ହେଲେ ଉକ୍ତ ଜମିକୁ ଯାଉଥିବା ରାସ୍ତା ଉପରେ ଜବରଦଖଲ କରି କମ୍ପାନୀ ଟିଣବାଡ଼ ବୁଲାଇ ଦେଇଛି। ଫଳରେ ସବୁଦିନ ଦସ୍ତଖତ କରି ଉକ୍ତ ଜମିକୁ ଯିବାକୁ ପଡୁଛି। ଟ୍ରାକ୍ଟର କିମ୍ବା ଅନ୍ୟାନ୍ୟ ଚାଷ ଯନ୍ତ୍ରାଂଶ ନେବାକୁ ଅନୁମତି ନ ଥିବାରୁ ସେହି ଜମି ଏବେ ପଡ଼ିଆ ପଡ଼ିଛି। ଚାଷୀ ଧନେଶ୍ୱର ସ୍ବାଇଁ କୁହନ୍ତି, ତାଙ୍କର ୧.୩୦ ଏକର ଚାଷ ଜମି ରହିଛି। ହେଲେ କମ୍ପାନୀ ପକ୍ଷରୁ ରାସ୍ତା ଅବରୋଧ କରାଯାଉଥିବାରୁ ଚାଷ ଜମି ପଡ଼ିଆ ପଡ଼ିଛି। ଏନେଇ ବିରୋଧ କଲେ ଉଡ଼ାଜାହାଜ କିଣ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଉପହାସ କରୁଛନ୍ତି। ବିଶ୍ୱଜିତ୍‌ ମହାନ୍ତି ଓ ରବିନାରାୟଣ ସ୍ବାଇଁ କୁହନ୍ତି, ଏହି ସିମେଣ୍ଟ କମ୍ପାନୀ କ୍ଷତିଗ୍ରସ୍ତ ଲୋକଙ୍କ ଉପରେ ଅତ୍ୟାଚାର କରୁଛି। କୌଣସି ପ୍ରକାର ସୁବିଧା ଦିଆଯିବ ନାହିଁ ବୋଲି ଚେତାବନୀ ଦେଉଛନ୍ତି। ସରକାର ମଧ୍ୟ ଲୋକଙ୍କ କାକୁତିମିନତି ଶୁଣୁନାହାନ୍ତି। ମହା ସିମେଣ୍ଟ କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ନୀଳାମ୍ବର ମିଶ୍ରଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ବର୍ତ୍ତମାନ କାରଖାନା ନିର୍ମାଣାଧୀନ ରହିଛି। ପ୍ରତିଶ୍ରୁତି ଅନୁସାରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri