ଦୋକାନ ଘର ଆବଣ୍ଟନରେ ଅନିୟମିତତା

ଝାରସୁଗୁଡ଼ା ଅଫିସ,୨୬।୧୧: ଲଖନପୁର ବ୍ଲକ୍‌ ବନ୍ଧବାହାଲ ପଞ୍ଚାୟତ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଦୋକାନ ଘର ବଣ୍ଟନ ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍‌ ଜାରି ହୋଇଛି। ହେଲେ ଏଥିରେ ଥିବା ସର୍ତ୍ତାବଳୀ ବାହାରେ ଆବେଦନକାରୀଙ୍କ ନିକଟରୁ ୨୫ହଜାର ଟଙ୍କା ଅଗ୍ରିମ ନିଆଯାଉଛି। ଯେଉଁମାନେ ଏହି ଅର୍ଥ ଜମାକରି ନ ପାରିବେ ସେମାନେ ଆବଣ୍ଟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଉଛି। ଏହି ଅର୍ଥ ଯୋଗାଡ କରି ନ ପାରି ପଞ୍ଚାୟତର ବହୁ ଆଶାୟୀ ବ୍ୟକ୍ତି ଆବେଦନରୁ ବଞ୍ଚିତ ହୋଇଛନ୍ତି।

ସର୍ତ୍ତାବଳୀ ବାହାରେ କାହିଁକି ଏଭଳି ନିୟମ କରାଯାଇଛି ବୋଲି ବଞ୍ଚିତ ଆବେଦନକାରୀ ଲକ୍ଷ୍ମୀକାନ୍ତ ସାହୁ ପ୍ରଶ୍ନ କରିଛନ୍ତି। ଏହି ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ ନାଏକ କହିଛନ୍ତି, ପଞ୍ଚାୟତ ବୈଠକ ନିଷ୍ପତ୍ତି ଅନୁଯାୟୀ ଏହି ଅର୍ଥ ଆବେଦନକାରୀଙ୍କ ନିକଟରୁ ନିଆଯାଉଛି, ପରେ ସେମାନଙ୍କୁ ଫେରାଇ ଦିଆଯିବ। ଏ ନେଇ ବିଡିଓ ଜୟନ୍ତ ସାହୁ ଆବେଦନକାରୀଙ୍କ ନିକଟରୁ ପ୍ରଥମେ ଅଗ୍ରିମ ହିସାବରେ ନେବା କଥା ନୁହେଁ ବୋଲି କହିଛନ୍ତି। ଏ ନେଇ ଲୋକେ ଜିଲା ପଞ୍ଚାୟତ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଛନ୍ତି।
ସୂଚନା ଅନୁସାରେ ପଞ୍ଚାୟତ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି। ଏଥିରେ ସମୁଦାୟ ୧୧ ଦୋକାନ ଘର ରହିଛି। ଏହାକୁ ଆବଣ୍ଟନ ପାଇଁ ପଞ୍ଚାୟତ ତରଫରୁ ନୋଟିସ୍‌ ଜାରି କରାଯାଇଛି। ବିଧବା, ରାଶନ କାର୍ଡଧାରୀ, ଦିବ୍ୟାଙ୍ଗ ବ୍ୟକ୍ତି ଆବେଦନ କରିପାରିବେ ବୋଲି ଦର୍ଶାଯାଇଛି। ଆବେଦନ ସମୟସୀମା ୧୫ରୁ ୨୫ତାରିଖ ପର୍ଯ୍ୟନ୍ତ ରହିଥିଲା। ଯେଉଁମାନେ ଦୋକାନ ପାଇବେ ସେମାନେ ପଞ୍ଚାୟତ ନିକଟରେ ୨୫ହଜାର ଟଙ୍କା ଜମା କରିବା ସହିତ କେତେକ ସର୍ତ୍ତକୁ ନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହିତ ଚୁକ୍ତି କରିବେ। ପରେ ଲଟେରି ମାଧ୍ୟମରେ ଆବେଦନକାରୀ ଦୋକାନ ଘର ପାଇପାରିବେ। ମାର୍କେଟ କମ୍ପ୍ଲେକ୍ସ ତଳ ଦୋକାନ ପାଇଁ ମାସିକ ୧୫ଶହ ଓ ଉପର ଦୋକାନ ଲାଗି ୧୨ଶହ ଟଙ୍କା ଭଡ଼ା ରହିଛି। ପ୍ରତ୍ୟେକ ଦୋକାନ ଘର ପାଇଁ ପୃଥକ୍‌ ଭାବେ ଲୋକେ ଆବେଦନ କରିଛନ୍ତି। ହେଲେ ଜାରି ହୋଇଥିବା ନୋଟିସ୍‌ରେ ଏହା ଉଲ୍ଲେଖ ନାହିଁ। ଏ ନେଇ ନିର୍ବାହୀ ଅଧିକାରୀ ନାଏକ ଆବେଦନକାରୀଙ୍କୁ ମୌଖିକ ଭାବେ କହୁଛନ୍ତି। ଏଥିରେ ଜିଲାପାଳ ହସ୍ତକ୍ଷେପ କରି ପୁନଃ ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦେବାକୁ ଆଶାୟୀମାନଙ୍କ ତରଫରୁ ଅନୁରୋଧ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri