ଚାଷୀଙ୍କ ନାମ ପଞ୍ଜୀକରଣରେ ଅନିୟମିତତା

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ନାମ ପଞ୍ଜୀକରଣରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡିଛି। ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକଙ୍କ ଲାଭଖୋର୍‌ ମନୋଭାବ ଯୋଗୁ ଜିଲାର ଚାଷୀଙ୍କ ଜମି ଉପଯୁକ୍ତ ଭାବେ ପଞ୍ଜୀକୃତ ହୋଇ ନ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ରାଜ୍ୟ ସମବାୟ ସମିତି ନିବନ୍ଧକ କାର୍ଯ୍ୟାଳୟରୁ ଉପନିବନ୍ଧକ ୭ ଦିନ ମଧ୍ୟରେ ଆବଶ୍ୟକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ବଡ଼ଚଣା ପାକ୍ସରେ ଚାଷୀଙ୍କ ନାମରେ ଟୋକନ ଜାଲିଆତି, ମାର୍କଣ୍ଡପୁର ପାକ୍ସରେ ଋଣ ପ୍ରଦାନରେ ଅନିୟମିତତା, ଧନେଶ୍ୱର ପାକ୍ସରେ ଚାଷୀଙ୍କ ପାଉଣା ପ୍ରଦାନରେ ବିଳମ୍ବ ଆଦି ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ କେବଳ ନିର୍ଦ୍ଦେଶରେ ସୀମିତ ରହିଥିବାରୁ ଏହି ଅଭିଯୋଗ ମଧ୍ୟ ଫାଇଲ ତଳେ ଚାପି ହୋଇ ରହିବ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଚଳିତ ବର୍ଷ ୧୧୩୯୭୦୫.୮୮ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି। ୧୨୨ ଟି ପାକ୍ସ ଓ ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏଥିରେ ଭାଗ ନେଇଥିବାବେଳେ ୫୦୨୨୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜିଲାର ପ୍ରଧାନପଡ଼ା ପାକ୍ସରେ ଚାଷୀ ପଞ୍ଜୀକରଣରେ ଅନିୟମିତତା ହୋଇଥିବା ଚାଷୀ ହୃଷୀକେଶ ସାହୁ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ସେହିପରି ଶୋଖର ଗ୍ରାମ ପଞ୍ଚାୟତ ଚାଷୀମାନଙ୍କ ନାମ ପଞ୍ଜୀକରଣ ଉପରେ ସନ୍ତୋଷ କୁମାର ସାହୁ ଓ ଅନ୍ୟମାନେ, ବିଗିରିଆ ପାକ୍ସରେ ଅମୃତିଆ ଗ୍ରାମର ଉଜ୍ଜଳିନୀ ମହାପାତ୍ର ଓ ଶୁକଦେବ ବେହେରା ପ୍ରମୁଖ ଚାଷୀ ପଞ୍ଜୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଜମିର ପଟ୍ଟା, ଆଧାର କାର୍ଡ, ବ୍ୟାଙ୍କର ପାସ୍‌ବୁକ୍‌ ଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ଉଜ୍ଜଳିନୀ, ପାର୍ବତୀ ବେହେରା, ରଘୁନାଥ ବେହେରା ପ୍ରମୁଖ ଆବେଦନ କରିଥିଲେ। ସରକାରୀ ବୋରୱେଲରେ ପାଣି ମଡାଇ ଏହି ଚାଷୀମାନେ ଚାଷ କରିଥାନ୍ତି। କିନ୍ତୁ ଏହି ପାକ୍ସରେ ଚାଷ ହେଉ ନ ଥିବା ଜମିକୁ ଦେଖାଇ କେତେଜଣ ଲୋକଙ୍କଠାରୁ ହାତଗୁଞ୍ଜା ନେଇ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। କିନ୍ତୁ ସେମାନଙ୍କ ସମସ୍ତ ଜମିରେ ଚାଷ ହେଉଥିଲେ ହେଁ ୨୧ ଏକରରୁ ମାତ୍ର ୧୦ ଏକର ଜମିର ପଞ୍ଜୀକରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ଚାଷୀଙ୍କ ନାମ ପଞ୍ଜୀକରଣରେ ଦୁର୍ନୀତି ଯାଜପୁର ଜିଲାରେ ନୂଆ କଥା ନୁହେଁ। ପୂର୍ବରୁ ମାର୍କଣ୍ଡପୁର ପ୍ୟାକ୍ସରେ ୪ ଜଣ ଚାଷୀଙ୍କ ନାମରେ ଅଧିକ ଜମି ଦେଖାଇ ପ୍ରାୟ ୨୦ ଲକ୍ଷ ଟଙ୍କା ହରିଲୁଟ୍‌ ହୋଇଥିଲା। ପୂର୍ବରୁ ୧୪ଟି ପ୍ୟାକ୍ସର ପ୍ରାୟ ୧୫୦୦ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡିଥିବା ନଜିର ରହିଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ପ୍ୟାକ୍ସର ସମ୍ପାଦକମାନଙ୍କ ଅବହେଳା ଯୋଗୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇ ଆସୁଛି ା ଜିଲାରେ ଯେତେସବୁ ଅଭିଯୋଗ ହେଉଥିଲେ ହେଁ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଚାଷୀଙ୍କ ପ୍ରତି ମନମାନି ବଢିବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri