ଧାନ କିଣାବିକାରେ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସରଣ୍ଡା,୫।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଜାରିରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିି ଚାଲିଛି। ଏହି କ୍ରମରେ ଶନିବାର ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ନେତୃତ୍ୱରେ ଶତାଧିକ ଚାଷୀ ଜିଲାର ଅତାବିରା ମଣ୍ଡି ଆଗରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଧାନକ୍ରୟ ବ୍ୟବସ୍ଥାରେ କେନ୍ଦ୍ରୀକରଣ ବନ୍ଦ, ପ୍ୟାକ୍ସ ସ୍ତରରେ ଟୋକନ ବ୍ୟବସ୍ଥା, ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳ ପାଇଁ ଏକର ପ୍ରତି ନିର୍ଦ୍ଧାରିତ ବିକ୍ରିଧାନ ପରିମାଣ ଯଥାକ୍ରମେ ୧୯ କୁଇଣ୍ଟାଲ ଏବଂ ୧୩ କୁଇଣ୍ଟାଲ ବୃଦ୍ଧି ନିଷ୍ପତ୍ତି ଜିଲାସ୍ତରରେ କରାଯିବାକୁ ଦାବି କରି ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ସମେତ ଜୟ କିସାନ ଆନ୍ଦୋଳନର କର୍ମୀ ଓ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି।