ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା

କର୍ଲାମୁଣ୍ଡା;୨୦।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ କୋଟି ଅର୍ଥ ମଞ୍ଜୁରୀ ହୋଇ ବ୍ଲକ ସଦରର ଶାନ୍ତିନଗର ପଡାଠାରେ ୩୦ ଶଯ୍ୟା ବିଶିଷ୍ଠ ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ଜୈନକ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ଅନୁସାରେ ଧାର୍ଯ୍ୟ ସମୟ ସୀମାରେ ସମାପ୍ତ ହୋଇପାରି ନ ଥିବାରୁ ନୂତନ ଗୃହରେ ଜନସାଧାରଣ ଚିକିତ୍ସା ସେବା ପାଇପାରୁ ନ ଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ଟେଣ୍ଡର ଜରିଆରେ ଜାତୀୟ ପ୍ରକଳ୍ପ ନିର୍ମାଣ ନିଗମ (National Projects Construction Corporation)କୁ ଡାକ୍ତରଖାନାର ପାଚେରୀ ନିର୍ମାଣ ପାଇଁ ନିଯୁକ୍ତ କରାଯାଇଛି। ତେବେ ଉକ୍ତ ପାଚେରି କାର୍ଯ୍ୟ ଠିକ ଭାବେ ତଦାରକ ହେଉ ନ ଥିବାରୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି।

ପାଚେରି ନିର୍ମାଣ କାର୍ଯ୍ୟ ନ ସରୁଣୁ ପାଚେରି ଫାଟି ଆଁ କଲାଣି। ଏନେଇ ବିଭାଗୀୟ ଯନ୍ତ୍ରୀ ବିମଳ ବାବୁଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ଏନ୍‌ପିସିସି ନିଜ ତଦାରକରେ କରୁଛି। ୁ ଘଟଣା ସମ୍ପର୍କରେ ଏନ୍‌ପିସିସି ଅବଗତ କରି ଦିଆଯିବ ବୋଲି କହିଛନ୍ତି।

 

Share