ବିଦ୍ୟାଳୟ କୋଠା ନିର୍ମାଣରେ ଅନିୟମିତତା, ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୫ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତସ୍ଥିତ ବଲଙ୍ଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୩୮ ଜଣ ପିଲାଙ୍କୁ ୨ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି। ପିଲାଏ ପଢ଼ିବେ କ’ଣ ଏବଂ ବୁଝିବେ କ’ଣ? ଏଠାରେ ଜଳଜଳ ହୋଇ ବାରି ପଡୁଛି କେତେ ଉଜ୍ଜ୍ୱଳ ଏଇ ଶିଶୁଙ୍କ ଭବିଷ୍ୟତ। ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏଇ ଗରିବ ଛୁଆଙ୍କ ହକ୍‌ ଓ ଅଧିକାରକୁ କ୍ଷୁଣ୍ଣ କଲାଭଳି ଚିତ୍ର ଏଠାରେ ଦୃଶ୍ୟମାନ। ସବୁକିଛି ବୁଝିବା ପୂର୍ବରୁ ଅବୁଝା ହୋଇପଡ଼େ ସରକାରୀ ବ୍ୟବସ୍ଥା। ସରକାର ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗ୍ରାମାଞ୍ଚଳରେ ବିଦ୍ୟାଳୟମାନ ସ୍ଥାପନା କରିଥିଲେ। ଛୁଆଙ୍କୁ ପାଠପଢ଼ା ପାଇଁ ଆଉ ବେଶୀ ଦୂର ଯିବାକୁ ପଡ଼ିବନି। ନିଜ ନିଜ ଗାଁ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ପାଇପାରିବେ। ଏଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ୧୯୬୮ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟ କୋଠା ଦୟନୀୟ ଅବସ୍ଥା ବା ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଅନୁପଯୋଗୀ ଥିବାରୁ ଏକ ନୂଆ ବିଦ୍ୟାଳୟ କୋଠା ନିର୍ମାଣ କରାଗଲା। ୧୦ ଲକ୍ଷ ଟଙ୍କାରେ ଦୁଇଟି କୋଠରି ଓ ଗୋଟିଏ ବାରଣ୍ଡା ନିର୍ମାଣ କରାଯାଇଛି। ଏହି କାମ ବିଭାଗୀୟ ଅଧିକାରୀ ଦ୍ୱାରା ସମ୍ପାଦନ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ସ୍କୁଲ କୋଠା ହସ୍ତାନ୍ତର ହୋଇ ନ ଥିବା ବେଳେ ଛାତ ସବୁ ଉଜୁଡ଼ିଗଲାଣ। ତଳ ଫ୍ଲୋରିଙ୍ଗ ମଧ୍ୟ ଫାଟି ଗଲାଣି। ଆବାସ ଯୋଜନାରେ ୧ ଲକ୍ଷ ୩୦ ହଜାର ଟଙ୍କାରେ ଏକ ସୁନ୍ଦର ପକ୍କା ଘର, ତା’ ସହିତ ଶୌଚାଳୟ ଏବଂ ଘରେ ଟାଇଲ୍‌ ମଧ୍ୟ ଲାଗୁଛି। ହେଲେ ୧୦ ଲକ୍ଷ ଟଙ୍କାରେ ଏଠାରେ ନିର୍ମାଣ ହୋଇଥିବା ସ୍କୁଲ କୋଠା ଛାତରେ ନିମ୍ନମାନର ଟିଣ ଦିଆଯାଇଥିବା ବେଳେ ତଳେ ସିମେଣ୍ଟ ଫ୍ଲୋରିଙ୍ଗ କରାଯାଇଛି। ନିର୍ମାଣ ହୋଇଛି ୧୦ ଲକ୍ଷରେ କିନ୍ତୁ ଦେଖିଲେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଭଳି ଲାଗୁଛି। ନିମ୍ନମାନର କାମ ଯୋଗୁ ତାହା ଭାଙ୍ଗିରୁଜି ଗଲାଣି।

ଅନ୍ୟପକ୍ଷରେ ଦୁର୍ନୀତିକୁ ଚପାଇ ଦେବା ପାଇଁ ସୂଚନାଫଳକକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ବିଭାଗୀୟ ଅଧିକାରୀ, ଠିକାଦାର ମିଶି ସବୁ ଟଙ୍କା ଖାଇଦେଇ ନିମ୍ନମାନର କାମ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସବୁଠୁ ପରିତାପର କଥା ବିଡିଓଙ୍କ ଦସ୍ତଖତରେ ବିଲ୍‌ ଉଠୁଥିବା ବେଳେ ବିଡିଓ ଜାଣିନାହାନ୍ତି କେତେ ଟଙ୍କାର ସ୍କୁଲ କୋଠା ଓ ଏହା କେଉଁଠି ନିର୍ମାଣ ହୋଇଛି। ଦୁର୍ଗମ ଅଞ୍ଚଳ ବୋଲି ସରଳ ଅଧିବାସୀମାନଙ୍କୁ ଭକୁଆ ବନାଇ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି କରୁଥିବା ନେଇ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ବିଦ୍ୟାଳୟ କୋଠା କେତେ ଟଙ୍କା ବ୍ୟୟ ଅଟକଳ ଓ କେଉଁଠି ନିର୍ମାଣ ହୋଇଛି ତାହା ମତେ ଜଣାନାହିଁ । ମୁଁ ପଚାରି ବୁଝିକି କହିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri