ଡିଏମ୍‌ଏଫ୍‌ ପାଣ୍ଠି ଆଦାୟରେ ଅନିୟମିତତା

ଯାଜପୁର ଅଫିସ,୩ା୧: ଖଣି ନିଲାମ ପରେ ଭାଟ୍‌ ଆଦାୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ୭୨୯୭.୬୮ କୋଟି, ୨୦୧୯-୨୦ରେ ୭୪୫୭.୫୮ କୋଟି ଏବଂ ୨୦୨୦-୨୧ ଅକ୍ଟୋବର ପର୍ଯ୍ୟନ୍ତ ୭,୭୫୭.୭୦ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ହେଲେ ବାସ୍ତବରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଏବଂ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ନିମନ୍ତେ ରାଜସ୍ବ ଆଦାୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି। ଖଣି ବିଭାଗ କର୍ତ୍ତୃପକ୍ଷ କେତେକ ଲିଜ୍‌ଧାରୀଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏହା ଦର୍ଶାଯାଇଛି।
ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ୍‌ ପାଣ୍ଠି ଗଠିତ ହୋଇଛି। ସେଥିରେ ଖଣିଖାଦାନ ଭରା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏହି ପାଣ୍ଠିକୁ ଲିଜଧାରୀ ରୟାଲଟିର ୩୦ ପ୍ରତିଶତ ପ୍ରଦାନ କରିବେ। କିନ୍ତୁ ଅଡିଟ ରିପୋର୍ଟରେ ଏନ୍‌ଏମ୍‌ଇଟି ଏବଂ ଡିଏମ୍‌ଏଫ୍‌ ପାଇଁ ୧୩.୨୮ କୋଟି ଟଙ୍କା କମ୍‌
ଆଦାୟ ହୋଇଛି।
ଏଥିରେ ଲଖନପୁର ଓପନକାଷ୍ଟ ପ୍ରୋଜେକ୍ଟ (ଓସିପି) ୧,୭୫,୪୯,୮୧୭.୯୧ ମେଟ୍ରିକ ଟନ କୋଇଲା ଉପତ୍ାଦନ କରିଥିବାବେଳେ ରୟାଲଟି ବାବଦକୁ ୨୧.୩୮ କୋଟି, ଡିଏମ୍‌ଏଫ୍‌କୁ ୬.୪୧ କୋଟି ଏବଂ ଏନ୍‌ଏମ୍‌ଇଟିକୁ ୦.୪୩ କୋଟି ସର୍ବମୋଟ ୨୮.୨୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଲଜକୁରା ଓସିପିରେ ୪୬,୨୫,୬୬୬.୪୬ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ୫.୬୩ କୋଟି ରୟାଲଟି, ୧.୬୯ କୋଟି ଡିଏମ୍‌ଏଫ୍‌ ଏବଂ ଏନ୍‌ଏମ୍‌ଇଟିକୁ ୦.୧୧ କୋଟି ମୋଟ ୭.୪୩ କୋଟି ଟଙ୍କା କ୍ଷତି ହୋଇଛି। ବେଲପାହାଡ଼ ଓସିପିରେ ୯,୨୦,୪୩୧.୯୯ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ବାବଦକୁ ୧.୧୨ କୋଟି, ଡିଏମ୍‌ଏଫ୍‌କୁ ୦.୩୪ କୋଟି ଓ ଏନ୍‌ଏମ୍‌ଇଟିକୁ ୦.୦୨ କୋଟିି ମୋଟ ୧.୪୮ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ସମଲେଶ୍ୱରୀ ଓସିପିରେ ୧,୦୯,୭୭,୩୪୮.୯୫ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ୧୩.୩୭ କୋଟି, ଡିଏମ୍‌ଏଫ୍‌କୁ ୪.୦୧ କୋଟି ଓ ଏନ୍‌ଏମ୍‌ଇଟିକୁ ୦.୨୭ କୋଟି ମୋଟ ୧୭.୬୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏହି ରୟାଲଟି କ୍ଷତି ଯୋଗୁ ମାଇନିଂ ଦ୍ୱାରା ପ୍ରଭାବିତ ଲୋକ ଓ ଅଞ୍ଚଳର ବିକାଶ ପ୍ରଭାବିତ ହୋଇଛି। ସେହିପରି ଖଣିଜ ଅନୁସନ୍ଧାନ ପାଇଁ ଉପଯୋଗ ହେଉଥିବା ଏନ୍‌ଏମ୍‌ଇଟି ପାଣ୍ଠି ମଧ୍ୟ ପ୍ରଭାବିତ ହୋଇଛି। ତେବେ ମେ ୨୦୨୦ରେ ଲିଜଧାରୀଙ୍କଠାରୁ ରୟାଲଟି, ଡିଏମ୍‌ଏଫ୍‌ ଓ ଏନ୍‌ଏମ୍‌ଇଟି ଅବଦାନ ପାଇଁ ଦାବି ଉପସ୍ଥାପନ କରାଯାଇଛି ବୋଲି ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ (ଡିଡିଏମ୍‌) ଦର୍ଶାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାଧାରଣତଃ ଖଣି କାର୍ଯ୍ୟ ହେଉଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହୁନାହିଁ ା ଅଧିକାଂଶ କାମ ମେଶିନ ସାହାଯ୍ୟରେ ହେଉଛି। ଏହାସହ ବାହାର ରାଜ୍ୟର ଠିକାସଂସ୍ଥା ନିୟୋଜିତ ଯୋଗୁ ସ୍ଥାନୀୟ ନିଯୁକ୍ତି ମଧ୍ୟ ପ୍ରଭାବିତ ହେଉଛି। କୌଣସି ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇ ପାରୁ ନ ଥିବାରୁ ଉକ୍ତ ଅଞ୍ଚଳଗୁଡିକ ପଛୁଆ ହୋଇ ରହିଯାଇଛି। ଯାଜପୁର ଜିଲାର ଖଣି ଅଞ୍ଚଳ ସୁକିନ୍ଦାର ନଗଡ଼ା ଏହାର ଜ୍ୱଳନ୍ତ ଉଦାହରଣ ା ଏପରିକି ଖଣି ଖନନ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ଆବଶ୍ୟକ କ୍ଷତିପୂରଣ ମିଳୁନାହିଁ। ଖଣି ଖନନ କରୁଥିବା କମ୍ପାନୀର ଅଂଶଧନ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଢାଞ୍ଚାଗତ ସଂଗଠିତ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଖଣି ଅଞ୍ଚଳର ସମ୍ପଦକୁ ବ୍ୟବହାର କରି ସେହି ଅଞ୍ଚଳର ଲୋକମାନଙ୍କ ବିକାଶ ଉପରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରିବା କଥା। କିନ୍ତୁ ଡିଏମ୍‌ଏଫ୍‌ ପାଣ୍ଠି ପ୍ରତି ବିଭାଗୀୟ ଚରମ ଅବହେଳା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri