ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା

ରାଜନଗର,୨୧ା୧(ଡି.ଏନ.ଏ.): ଗାଁ ଗହଳିରେ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ା ଏଥିପାଇଁ ଗତ ସାଢେ ୩ ବର୍ଷ ହେବ ଲୋକେ ସରକାରଙ୍କ ଆବାସ ତାଲିକାକୁ ଚାହିଁ ରହିଥିଲେ। ସରକାର ଘର ଦେବେ, ମାଟି ଘର ଭାଙ୍ଗିବୁ, କୋଠାଘର ଖଣ୍ଡେ ନିର୍ମାଣ କରିବୁ , ଏମିତି କେତେ ସ୍ବପ୍ନ ଓ ଆଶା ବାନ୍ଧିଥିଲେ ଗାଁର ଗରିବ ଗୁରୁବା ଲୋକେ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆବାସ ଯୋଜନାକୁ ନେଇ ଟଣା ଓଟରା ଚାଲିଥିବାରୁ ଏଥିପାଇଁ ବହୁ ବିଳମ୍ବ ଘଟିଥିଲା ା ହେଲେ ଗତ ୧୬ ତାରିଖରେ ରାଜ୍ୟର ପ୍ରତି ପଞ୍ଚାୟତ ଏବଂ ବ୍ଲକ କାନ୍ଥରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରିବା ପାଇଁ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ସେଥିରେ ବହୁ ହିତାଧିକାରୀ ବାଦ୍‌ ପଡିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଶୁକ୍ରବାର ବେଲପାଳ ପଞ୍ଚାୟତର ହିତାଧିକାରୀ ରାଜନଗର ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା
ସୂଚନା ଅନୁଯାୟୀ, ରାଜନଗର ବ୍ଲକରେ ୪୦୫୦ ଜଣ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ସ୍କୁଟିନ ପରେ ୩୮୪୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ବାଦ୍‌ ଏହି ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରାଯିବ। ପ୍ରଥମ ଦଫାରେ ରାଜନଗର ବ୍ଲକରେ ୩୮୪୦ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୭୨୮ଜଣଙ୍କ ନାଁ ପ୍ରକାଶ ପାଇଛି। ଏହି ୧୭୨୮ଜଣଙ୍କ ମଧ୍ୟରେ କିଏ ଅଯୋଗ୍ୟ, ସେ ନେଇ ଅଭିଯୋଗ ଦେବା ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଅବଶିଷ୍ଟ ହିତାଧିକାରୀଙ୍କ ନାଁ ପ୍ରକାଶ ପାଇନାହିଁ। ଦୀର୍ଘ ସାଢେ ୩ ବର୍ଷ ପରେ ପ୍ରଧାନମନ୍ତ୍ରୀ ଆବାସ ମିଳୁଥିବା ବେଳେ ପ୍ରଥମ ଦଫା ତାଲିକାରେ ନାଁ ନ ଥିବାରୁ ବିଭିନ୍ନ ପଞ୍ଚାୟତରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ବେଲପାଳ ପଞ୍ଚାୟତରେ ୨୧୩ ହିତାଧିକାରୀଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ ହୋଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୭୫ ଜଣଙ୍କ ନାଁ ପ୍ରଥମ ଦଫାରେ ପ୍ରକାଶ ପାଇଛି। ଆମେମାନେ ଗରିବ ଲୋକ, ଆମର କୋଠାଘର ନାହିଁ। ଆମେ ପୂର୍ବରୁ କେବେ ସରକାରୀ ବାସଗୃହ ପାଇନାହୁଁ। ଆମ ନାଁ କିପରି ବାଦ୍‌ ପଡିଲା ବୋଲି ଅଭିଯୋଗକରି ଆଜି ବେଲପାଳ ପଞ୍ଚାୟତର ହିତାଧିକାରୀ ରାଜନଗର ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ା ସୁଲୋଚନା ବିଶ୍ୱାଳ, ମଞ୍ଜୁଲତା ସାହୁ, ଜାନକୀ ପରିଡା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଉଷାରାଣୀ ପରିଡା, ଦିଲ୍ଲୀପ ଦାସ, ବିଚିତ୍ର ମହାନ୍ତି ପ୍ରମୁଖ ହିତାଧିକାରୀ ଆମରଣ ଅନଶନରେ ବସିଥିଲେ। ସମସ୍ତଙ୍କ ନାଁ ଅଛି, ଯାହାର ନାଁ କଟିଛି ବୋଲି କହୁଛ, ସମସ୍ତେ ବ୍ୟକ୍ତିଗତ ଭାବେ ଆବେଦନ କରନ୍ତୁ। କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ କଟାଯିବ ନାହିଁ। ୭ଦିନ ଭିତରେ ଏହାର ତଦନ୍ତ କରାଯିବ ବୋଲି ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ପ୍ରତିଶ୍ରୁତି ଦେବା ପରେ ହିତାଧିକାରୀମାନେ ଅନଶନରୁ ଉଠିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri