କଲ୍ୟାଣୀ ସେବା ସମିତିରେ ଅନିୟମିତତା: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ

ବାହାନଗା, ୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣୀ ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏନେଇ କେତେଜଣ ଚାଷୀ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ କରିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ଆରମ୍ଭ ହୋଇଛି ା
ଗତ ଗୁରୁବାର ଚାଷୀମାନେ ସମିତିରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ଅଧିକାରୀମାନେ ପହଞ୍ଚି ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରଥିଲେ। ଧାନ କିଣିବାକୁ ବାକିଥିବା ସମସ୍ତ ଚାଷୀଙ୍କ ପାଇଁ ଅଧିକ ୧୬ ଶହ କୁଇଣ୍ଟାଲ ଟାର୍ଗେଟ ଦେବା ପରେ ଧାରଣାରତ ଚାଷୀମାନେ ଧାରଣା ପ୍ରତ୍ୟାହାର କରିନେଇଥିଲେ। ମାତ୍ର ସେହି କଲ୍ୟାଣୀ ଗ୍ରାମର ଶତ୍ରୁଘ୍ନ ଦାସଙ୍କ ପୁଅ କରୁଣାକର ଦାସ, ବିଦ୍ୟାଧର ଦାସ, ସୁଧାକର ଦାସ ନିଜେ ଚାଷ କରୁଥିଲେ ମଧ୍ୟ ସେମାନେ ଧାନ ବିକ୍ରି କରିବା ପାଇଁ କେହି ନିଜ ତରଫରୁ ଅନଲାଇନରେ ଆବେଦନ କରି ନ ଥିଲେ। କଲ୍ୟାଣୀ ସେବା ସମବାୟ ସମିତିରେ ସେମାନେ ଧାନ ବିକ୍ରି କରି ନ ଥିବା ବେଳେ ସେମାନଙ୍କ ଜମିର କାଗଜପତ୍ର ଜାଲିଆତି କରି ଗ୍ରାମର ଅନ୍ୟ ଜଣେ ଚାଷୀ ନାମରେ ଅନଲାଇନ କରି ପଞ୍ଜିକୃତ କରାଯାଇଛି। ମାତ୍ର ତାଙ୍କ ପରିବାର ସଂଖ୍ୟ ଅଧିକ ଥିଲେ ମଧ୍ୟ ଯେଉଁ ଚାଷୀ ନାମରେ କାଗଜପତ୍ର ଜାଲିଆତି କରାଯାଇ ଧାନ ବିକ୍ରି କରାଯାଇଛି ତାଙ୍କ ପରିବାର ସଦସ୍ୟ ୧ ବୋଲି ଦର୍ଶାଯାଇଛି। ଏ ବିଷୟରେ ୩ ଚାଷୀ ଜାଣିବା ପରେ ଗତ ୧ତାରିଖରେ ବାଲେଶ୍ୱର ଜିଲାପାଳ କେ. ସୁର୍ଦଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲାପାଳ ତଦନ୍ତ ପାଇଁ ବାଲେଶ୍ୱର ଡିଭିଜନ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ତା ୨ା୨ା୨୦୨୧ ରିଖ ଚିଠି ନମ୍ବର ୩୪୧ରେ ଶୁକ୍ରବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଉପନିବନ୍ଧକ (ଡେପୁଟି ରେଜିଷ୍ଟ୍ରର କୋପରେଟିଭ ସୋସାଇଟି) ପ୍ରଶାନ୍ତ କୁମାର ମହାନ୍ତି ତଦନ୍ତ କରିବାକୁ ଆସିଥିଲେ। ମାତ୍ର ପ୍ରଥମ ପର୍ଯ୍ୟାୟରେ ତଦନ୍ତ କରିଥିଲେ ମଧ୍ୟ ସମିତିରୁ ସେଭଳି କିଛି କାଗଜପତ୍ର ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri