କଲ୍ୟାଣୀ ସେବା ସମିତିରେ ଅନିୟମିତତା: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ

ବାହାନଗା, ୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣୀ ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏନେଇ କେତେଜଣ ଚାଷୀ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ କରିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ଆରମ୍ଭ ହୋଇଛି ା
ଗତ ଗୁରୁବାର ଚାଷୀମାନେ ସମିତିରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ଭଦ୍ରକ-ବାଲେଶ୍ୱର ସମବାୟ ବ୍ୟାଙ୍କ ଅଧିକାରୀମାନେ ପହଞ୍ଚି ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରଥିଲେ। ଧାନ କିଣିବାକୁ ବାକିଥିବା ସମସ୍ତ ଚାଷୀଙ୍କ ପାଇଁ ଅଧିକ ୧୬ ଶହ କୁଇଣ୍ଟାଲ ଟାର୍ଗେଟ ଦେବା ପରେ ଧାରଣାରତ ଚାଷୀମାନେ ଧାରଣା ପ୍ରତ୍ୟାହାର କରିନେଇଥିଲେ। ମାତ୍ର ସେହି କଲ୍ୟାଣୀ ଗ୍ରାମର ଶତ୍ରୁଘ୍ନ ଦାସଙ୍କ ପୁଅ କରୁଣାକର ଦାସ, ବିଦ୍ୟାଧର ଦାସ, ସୁଧାକର ଦାସ ନିଜେ ଚାଷ କରୁଥିଲେ ମଧ୍ୟ ସେମାନେ ଧାନ ବିକ୍ରି କରିବା ପାଇଁ କେହି ନିଜ ତରଫରୁ ଅନଲାଇନରେ ଆବେଦନ କରି ନ ଥିଲେ। କଲ୍ୟାଣୀ ସେବା ସମବାୟ ସମିତିରେ ସେମାନେ ଧାନ ବିକ୍ରି କରି ନ ଥିବା ବେଳେ ସେମାନଙ୍କ ଜମିର କାଗଜପତ୍ର ଜାଲିଆତି କରି ଗ୍ରାମର ଅନ୍ୟ ଜଣେ ଚାଷୀ ନାମରେ ଅନଲାଇନ କରି ପଞ୍ଜିକୃତ କରାଯାଇଛି। ମାତ୍ର ତାଙ୍କ ପରିବାର ସଂଖ୍ୟ ଅଧିକ ଥିଲେ ମଧ୍ୟ ଯେଉଁ ଚାଷୀ ନାମରେ କାଗଜପତ୍ର ଜାଲିଆତି କରାଯାଇ ଧାନ ବିକ୍ରି କରାଯାଇଛି ତାଙ୍କ ପରିବାର ସଦସ୍ୟ ୧ ବୋଲି ଦର୍ଶାଯାଇଛି। ଏ ବିଷୟରେ ୩ ଚାଷୀ ଜାଣିବା ପରେ ଗତ ୧ତାରିଖରେ ବାଲେଶ୍ୱର ଜିଲାପାଳ କେ. ସୁର୍ଦଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲାପାଳ ତଦନ୍ତ ପାଇଁ ବାଲେଶ୍ୱର ଡିଭିଜନ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ତା ୨ା୨ା୨୦୨୧ ରିଖ ଚିଠି ନମ୍ବର ୩୪୧ରେ ଶୁକ୍ରବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଉପନିବନ୍ଧକ (ଡେପୁଟି ରେଜିଷ୍ଟ୍ରର କୋପରେଟିଭ ସୋସାଇଟି) ପ୍ରଶାନ୍ତ କୁମାର ମହାନ୍ତି ତଦନ୍ତ କରିବାକୁ ଆସିଥିଲେ। ମାତ୍ର ପ୍ରଥମ ପର୍ଯ୍ୟାୟରେ ତଦନ୍ତ କରିଥିଲେ ମଧ୍ୟ ସମିତିରୁ ସେଭଳି କିଛି କାଗଜପତ୍ର ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri