ଲୁହାପଥର ପରିବହନରେ ଅବ୍ୟବସ୍ଥା: ଟ୍ରକ ମାଲିକଙ୍କ ଆନ୍ଦୋଳନ

ପାଟଣା,୧୦।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କିଛିଦିନ ଧରି ବନ୍ଦ ରହିଥିବରୁ ଓଏମ୍‌ସିରୁ ଲୁହା ପଥର ପରିବହନ ବନ୍ଦରହିଛି। ଯାହାକୁ ପ୍ରତିବାଦ କରି ପାଟଣା, ତୁରୁମୁଙ୍ଗା, ଷଡ଼ଙ୍ଗୀ, କେନ୍ଦେକପଶି, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଯୋନ୍‌ର ଗାଡି ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରୀ ନିକଟରେ ଟ୍ରକ ଅଟକାଇ ଧାରଣାରେ ବସିଛନ୍ତି।
ଅଭିଯୋଗ ଅନୁସାରେ, କିଛିଟ୍ରକ୍‌ ମାଲିକମାନେ କେନ୍ଦୁଝର ଟ୍ରକ ମାଲିକ ସଂଘକୁ କିଛି ଦିନଧରି ବନ୍ଦ କରି ରଖିଥିବା ଯୋଗୁ ଟୋକନ ବାହାରି ପାରୁନାହିଁ। ଫଳରେ ଲୁହା ପଥର ପରିବହନ ହୋଇ ନପାରି ଟ୍ରକଗୁଡିକ ଛିଡାହୋଇ ରହିଛି। ଏଥିସହ ଟ୍ରକ ମାଲିକ ସଂଘ ବନ୍ଦଥିବା ସତ୍ତ୍ୱେ କେନ୍ଦୁଝର ଅଞ୍ଚଳର କିଛି ମାଲିକଙ୍କ ଗାଡି ଓଏମସିରୁ ଲୁହାପଥର ଲୋଡ଼ କରି ପରିବହନ କରୁଥିବାରୁ ଉକ୍ତ ଗାଡିଗୁଡିକୁ ଅଟକ ରଖିଛନ୍ତି। କିପରି ଲୁହାପଥର ପରିବହନ ପାଇଁ ଟୋକନ ମିଳୁଛି ତାହାର ତଦନ୍ତ ପାଇଁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଉପଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଟ୍ରକ୍‌ ମାଲିକମାନେ ଦାବି କରି ଆନ୍ଦୋଳନରେ ବସିଛନ୍ତି। ଶାନ୍ତି ଶଙ୍ଖଳା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଆନ୍ଦୋଳନରେ ଉତ୍ତମ ଖଟୁଆ ପ୍ରଦୀପ କୁମାର ସାହୁ, ଯତୀନ୍ଦ୍ର କୁମାର ଦାଶ,ସବ୍ୟସାଚୀ ସାହୁ, କ୍ଷୀରୋଦ ପୃଷ୍ଟି, ଅଞ୍ଜନ ସାହୁ, ଅବନୀ ସାହୁ ,ଅଯୋଧ୍ୟା ପୃଷ୍ଟି,ମଣି ସୁନ୍ଦର ସାହୁ, ହୃଷିକେଶ ମହାନ୍ତ,ତୁଷାର କାନ୍ତ ସାହୁ ବାବିଲାଲ ସାହୁ , ବିକାଶ କୁମାର ସେଠୀ ଓ ପ୍ରତାପ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri