କାଜୁ ବନୀକରଣରେ ଅନିୟମିତତା, ତଦନ୍ତ ଦାବି

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ମୁଖ୍ୟାଳୟରେ ମନରେଗା ଯୋଜନାରେ କଲମୀ କାଜୁ ଚାଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୮ ହେକ୍ଟର ପରିମିତ ଜମିରେ ୧୦ ଜଣ ହିତାଧିକାରୀଙ୍କ ଜମିରେ ଏହି ଚାଷ ୨୦୨୧-୨୨ ଆର୍ଥିକ ବର୍ଷରେ ହୋଇଥିବା ସୂଚନା ଫଳକରୁ ଜଣାପଡ଼ିଛି। ଏହାର କାର୍ଯ୍ୟକାରୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କରାଯାଉଛି। ତେବେ ସୂଚନା ଫଳକରେ ଅଟକଳ ପାରିମାଣ ଲେଖାଯାଇ ନ ଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ୮ ହେକ୍ଟର ଜମିରେ ଏହି ଚାଷ ନ ହୋଇ କମ୍‌ ଜମିରେ ହୋଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଉକ୍ତ ସ୍ଥାନରେ ଏତେ ପରିମାଣ ଜମିରେ କାଜୁ ଚାରାରୋପଣ ହୋଇ ନ ଥିବାବେଳେ ସୂଚନାଫଳକରେ କିଭଳି ଦର୍ଶାଯାଇଛି। ତାହାର ତଦନ୍ତ ହେଲେ ଜଣାପଡ଼ିବ। ଏହି କାର୍ଯ୍ୟ କୋର୍ଡ ୨୪୦୩୦୦୨/ଡିପି/୧୦୫୬୮୧୬୬ ହୋଇଥିବାବେଳେ ପ୍ରକଳ୍ପ ମୂଲ୍ୟ ୪ ଲକ୍ଷ ହଜାର ହୋଇଥିବାବେଳେ ପ୍ରଥମ ବର୍ଷ ରକ୍ଷଣାବେକ୍ଷଣ ଖର୍ଚ୍ଚ ୧ ଲକ୍ଷ ୩୮ ହଜାର ୫୨୮ ଟଙ୍କା ଖର୍ଚ୍ଚ ହୋଇଛି। ହରିଚନ୍ଦନପୁର ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ମୋନିକା ନାୟକଙ୍କ ଫୋନ୍‌ରେ ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ସମ୍ଭବପର ହୋଇନାହିଁ। ଅନ୍ୟପକ୍ଷରେ ଏ ନେଇ ଉଦ୍ୟାନ ଉପ ନିର୍ଦ୍ଦେଶକ ଡକ୍ଟର ଜୟନ୍ତ ନାୟକଙ୍କୁ ପଚାରିବାରୁ ଏହାର ତଦନ୍ତ ହେଲେ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ମହାଶିବରାତ୍ରି ପାଇଁ ଶୈବ ପୀଠ ଚଳଚଞ୍ଚଳ: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ): ଆସନ୍ତା ୧୫ରେ ମହାଶିବରାତ୍ରି। ଏଥିପାଇଁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି l ବିଭିନ୍ନ ଶୈବ…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

ମୋଦିଙ୍କ ମାଲେସିଆ ଗସ୍ତ ଶେଷ ପରେ ଚିନ୍ତାରେ ପଡିଲାଣି ପାକିସ୍ତାନ!

ନୂଆଦିଲ୍ଲୀ/ଇସଲାମାବାଦ,୯।୨: ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିଦ ଆଶ୍ରଫ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆନ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ, ଆଡମିରାଲ ନାଭିଦ ଆଶ୍ରଫଙ୍କୁ ରୟାଲ…

ରାଜଧାନୀର ୯ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ,୯।୨: ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଗଲା ଯେତେବେଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ଆସିଲା। ଏହି ଧମକପୂର୍ଣ୍ଣ କଲଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri