ଆବାସ ଯୋଜନାରେ ଅନିୟମିତତା

ଡେଲାଙ୍ଗ/ଗୋପ/କାକଟପୁର,୩୧।୧(ଡି.ଏନ୍‌.ଏ.):ଡେଲାଙ୍ଗ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣି ଡେଲାଙ୍ଗ -ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଫନୀ ବାତ୍ୟା ସମୟରେ ବ୍ଲକର ଅନେକ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟଙ୍କୁ ସହାୟତା ଦିଆଯାଇଥିଲା। ଏପରିକି ୧୫ଶହ ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇ ଟଙ୍କା ଫେରସ୍ତ ନିଆଯାଇଥିଲା। ଏହି ସବୁ ଘଟଣାରେ ଏକ ରାଜନୌତିକ ଦଳର ହାତ ଥିବା ଆବାହକ ରାଧାମୋହନ କହିଛନ୍ତି। ସେହିପରି ଆବାସ ଅନିୟମିତତା ନେଇ ଅଯୋଗ୍ୟଙ୍କ ବିରୋଧରେ ଗରିବ ହିତାଧିକାରୀ ଅଭିଯୋଗ କରିବା ସମ୍ଭବ ନୁହେଁ। ତେଣୁ ତୁରନ୍ତ ସରକାରୀ ଅଧିକାରୀମାନେ ଠିକ୍‌ ତଦନ୍ତ କରି ତାଲିକା ସଂଶୋଧନ କରନ୍ତୁ ବୋଲି ମଞ୍ଚର କର୍ମକର୍ତ୍ତା ଜନ୍ମେଜୟ ଜେନା କହିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ତହସିଲଦାର ରଞ୍ଜନ ନାୟକଙ୍କୁ ଦିଆଯାଇଥିଲା। ଆଇନଜୀବୀ ପ୍ରମୋଦ ପାତ୍ର, ଦେବାଶିଷ୍‌ ଦୀକ୍ଷିତ୍‌, ଧନେଶ୍ୱର ପରିଡା, ଚଣ୍ଡେଶ୍ୱର ଦାଶ, ବିଚିତ୍ର ରାଉତ, ସୁରେଶ ମହାରଣା, ରାଜେନ୍ଦ୍ର ସ୍ବାଇଁ, ଅକ୍ଷୟ ନାୟକ ପ୍ରମୁଖ ୩ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ। ଡେଲାଙ୍ଗ ଥଧିକାରୀ ଅନିଲ ମହାନ୍ତି ଓ ହାଟ ବଜାର ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ୍‌ ଫୋର୍ସ ସହ ଥିଲେ। ଶୀଘ୍ର ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି। ସେହିଭଳି ଗୋପ ବ୍ଲକର ୩୧ ପଞ୍ଚାୟତରେ ଆବାସ ଗୃହ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ବଢ଼ି ଚାଲିଛି। ଗତ ୧୬ତାରିଖରୁ ଆବାସ ଯୋଜନାକୁ ନେଇ ଗ୍ରାମସଭା ସହିତ ତଦନ୍ତ ସୋମବାର ଶେଷ ହୋଇ ଥିବାବେଳେ ବଣିଆ ସାହି, ନୂଆଖୋଲା ପଞ୍ଚାୟତରେ ନାନା ଦ୍ୱନ୍ଦ୍ୱ ଯୋଗୁ ଗ୍ରାମସଭା ହୋଇପାରି ନାହିଁ। ସେହିଭଳି କାକଟପୁର ପଞ୍ଚାୟତରେ ସୋମବାର ଡକାଯାଇଥିବା ଗ୍ରାମସଭାରେ ହୋହଲ୍ଲା ହୋଇଛି। ୧୪୧ ହିତାଧିକାରୀଙ୍କ ମଧ୍ୟରୁ ୨୭ଜଣ ହିତାଧିକାରୀ ଚୟନ ହୋଇଥିବା ନେଇ ସଭାକୁ ପିଇଓ ଜଣାଇଥିଲେ। ହେଲେ ଯେଉଁ ହିତାଧିକାରୀଙ୍କ ନଁା ୧୪୧ ତାଲିକାରେ ଥିଲା, ଏବେ ବାଦ ପଡିଥିବାରୁ ସେମାନେ ଏହାକୁ ବିରୋଧ କରି ହୋହଲ୍ଲା କରିଥିଲେ। ଫଳରେ ଗ୍ରାମସଭାକୁ ସରପଞ୍ଚ ଅଭୟ ସେଠୀ ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri