ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅବ୍ୟବସ୍ଥା: ଟିକେଟ ଖଣ୍ଡିଏ ପାଇଁ କସରତ

କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ ଡାକ୍ତର ଦେଖାଇବାକୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏକ ପ୍ରକାର କସରତ କରୁଛନ୍ତି। ଟିକେଟ ପାଇଁ ରାତି ଅଧରୁ ମେଡିକାଲ ପରିସରରେ ଧାଡ଼ିରେ ରୋଗୀ ଓ ସମ୍ପର୍କୀୟଙ୍କ ପରିବର୍ତ୍ତେ ପାଣି ବୋତଲ ଜଗି ରହୁଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଚିକିତ୍ସା ପାଇଁ ରୋଗୀ ଶୀତ କାକରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାନୁଯାୟୀ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବହିଃ ବିଭାଗରେ ରୋଗୀ ଡାକ୍ତରଙ୍କୁ ଦେଖାଇବା ପୂର୍ବରୁ ନିୟମ ମୁତାବକ ଟିକେଟ କରିବା ବାଧ୍ୟତାମୂଳକ ରହିଛି। ଏଠାରେ ନିଶ୍ଚେତକ ଚିକିତ୍ସା (ଆନେସ୍ଥେସିଓଲୋଜି), ଦନ୍ତ ଅସ୍ତ୍ର ଚିକିତ୍ସା(ଡେଣ୍ଟାଲ ସର୍ଜରି), ସ୍ତ୍ରୀ ଓ ପ୍ରସୂତି କର୍କଟ ରୋଗ ଚିକିତ୍ସା( ଗାଇନୋକୋଲୋଜି ଅଙ୍କୋଲୋଜି), ମୁଣ୍ଡ ଗଳା କର୍କଟ ରୋଗ ଚିକିତ୍ସା (ହେଡ୍ ନେକ୍ ଅଙ୍କୋଲୋଜି), ଭେଷଜ ଭୌତିକ ଚିକିତ୍ସା (ମେଡିକାଲ ଫିଜିକ୍), ନି ନିଦାନ ବିଭାଗ (ପାଥୋଲୋଜି), ବିକିରଣ ପଦ୍ଧତିରେ ରୋଗ ନିରୂପଣ (ରେଡିଓ ଡାଇଗ୍ଲୋସିସ), ବିକି ବିକିରଣ କର୍କଟ ରୋଗ ଚିକିତ୍ସା (ରେଡିଏଶନ ଅଙ୍କୋ କାଁଲୋଜି), ଅସ୍ତ୍ରୋପଚାର କର୍କଟ ରୋଗ ଚିକିତ୍ସା(ସର୍ଜିକାଲ ଅଙ୍କୋଲୋଜି) ଆଦି ବିଭାଗ ରହିଛି ।

ଏହି ବିଭାଗରେ ରେ ରୋଗୀ ଡାକ୍ତର ଦେଖାଇବା ପାଇଁ ଟିକେଟ କରିଥାନ୍ତି ଏବଂ ଏଥିପାଇଁ ୪ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି। ହେଲେ ଏଠାରେ ଡାକ୍ତର ଦେଖାଇବା ପାଇଁ ରୋଗୀ ରାତିଅଧର ଧରୁ ଟିକେଟ କାଉଣ୍ଟର ନିକଟରେ ଧାଡ଼ି ଦେଉଛନ୍ତି। ଅଧିକ ସମୟ ଧାଡ଼ିରେ ଛିଡ଼ା ନ ହୋଇ ପାରିବାରୁ ରୋଗୀ ଓ ସମ୍ପର୍କୀୟ ପାଣି ବୋତଲ ଏଠାରେ ଧାଡ଼ି କରି ଥୋଉଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟ ବାହାର ଅଞ୍ଚଳରୁ ଚିକିତ୍ସା ପାଇଁ ରୋଗୀ ଧାଇଁ ଆସୁଥିବାବେଳେ ମେଡିକାଲରେ ଏପରି ଅବ୍ୟବସ୍ଥା ଦେଖି ରୋଗୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ମେଡିକାଲକୁ ଲକୁ ଆସିଥିବା ସୋନପୁର ଅଞ୍ଚଳର ବିଣା ସାହୁ ଓ କୋଲକାତା ମେଦିନୀପୁର ଅଞ୍ଚଳର ନାରୁ ଗୋପାଳ ଗିରି କହିଛନ୍ତି, ରୋଗର ଚିକିତ୍ସା ପାଇଁ ଦୂରରୁ ଆସୁଛୁ, ହେଲେ ଏଠାରେ ଟିକେଟ କାଟିବାକୁ ରାତି ଅନିଦ୍ରା ହୋଇ ପଡ଼ିରହୁଛୁ। ଧାଡ଼ିରେ ଛିଡ଼ା ନ ହୋଇ ପାରିବାରୁ ଏହାର ବିକଳ୍ପ ନ ପାଇ ବୋତଲଗୁଡ଼ିକୁ ଧାଡ଼ିରେ ରଖୁଛୁ। ବ୍ୟବସ୍ଥା ଏଠାରେ ଠିକ୍ ନାହିଁ ଏବଂ ସମସ୍ତ ବ୍ୟବସ୍ଥାରେ ସୁଧାର ଆଣିବାର ବହୁ ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ନୀହାରିକା ପଣ୍ଡା କହିଛନ୍ତି ଯେ, ପ୍ରାୟତଃ ରୋଗୀ ଟିକେଟ ପାଇଁ ଏଠାରେ ଧାଡ଼ିରେ ଛିଡ଼ା ହୁଅନ୍ତି ନାହିଁ । ରୋଗୀଙ୍କ ପାଇଁ ଆବଶ୍ୟକ ମୁତାବକ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ଯଦିଓ ଏଭଳି କିଛି ସ୍ଥିତି ଉପୁଜିଛି, ସେ ନେଇ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଖାର୍ଗେଙ୍କୁ ପ୍ରଶଂସା କଲେ ମୋଦି: ସଂସଦରେ ଖେଲିଗଲା…

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାରେ ବିଦାୟୀ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri