ଅବ୍ୟବସ୍ଥାରେ ଧାନ କିଣା: ଟୋକନ୍‌ ଅବଧି ସରିଲା, ଉଠିଲାନି ଧାନ

ଭବାନୀପାଟଣା,୨୪ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ରବି ଧାନ କିଣା ଅବ୍ୟସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଅନେକ ମଣ୍ଡିରେ ଏବେ ମଧ୍ୟ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ଲଗାଣ ବର୍ଷା ଚାଷୀଙ୍କ ସମସ୍ୟାକୁ ଆହୁରି ଦ୍ବିଗୁଣିତ କରି ଦେଉଛି। ବର୍ଷାରେ ଧାନ ଭିଜୁଥିବାରୁ ଗଜା ହେବା ସହ ରଙ୍ଗ ବିହୀନ (ଡିସ୍‌କଲର) ହେଉଛି। ଏଥିଯୋଗୁ ମିଲର ଧାନ ଉଠାଉ ନାହିଁ। ଟୋକନ ଅବଧି ମଧ୍ୟ ଶେଷ ହୋଇଯାଉଛି। ହେଲେ ମଣ୍ଡିରୁ ଧାନ ଉଠୁନାହିଁ। ଜିଲାର ଜୁନାଗଡ଼ ବ୍ଲକ ଦେଉଣ୍ଡି ମଣ୍ଡିରେ ୬ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ପରେ ମଧ୍ୟ ଧାନ ଉଠିପାରି ନ ଥିଲା। ସ୍ଥାନୀୟ ଧାନକ୍ରୟ ଅଧିକାରୀ ମଧୁସୂଦନ ହଂସ ଧାନ ଡିସ୍‌କଲର ଯୋଗୁ ଧାନ ଉଠି ନ ଥିଲା ବୋଲି ସଫେଇ ଦେଇଛନ୍ତି। ତେବେ ସପ୍ତାହରୁ ଊଦ୍ଧର୍‌ବ ଧରି ଏହି ଚାଷୀଙ୍କ ଧାନ ମଣ୍ଡିରୁ ଉଠାଣ କରାଯାଇ ନ ଥିଲା। ଫଳରେ ବର୍ଷା ଯୋଗୁ ସେମାନଙ୍କ ଧାନ ଡିସ୍‌କଲର ହୋଇଯାଇଥିଲା। ସ୍ଥାନୀୟ ଧାନ କ୍ରୟ ଅଧିକାରୀଙ୍କ ଅବହେଳା ପାଇଁ ସେମାନଙ୍କ ଧାନ ଉଠି ନ ଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ଏହି ମଣ୍ଡିରେ ଏବେ ମଧ୍ୟ ୮୫ ଜଣ ଚାଷୀଙ୍କ ୪୬୭୮ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ରବିବାର ସୁଦ୍ଧା ୪୦ ହଜାର ୯୦୪ ଚାଷୀଙ୍କ ୨୮ ଲକ୍ଷ ୭୧ ହଜାର ୨୦୮ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ସେଥିମଧ୍ୟରୁ ରବିବାର ଗୋଟିଏ ଦିନରେ ୧୧୮୨ ଜଣ ଚାଷୀଙ୍କ ୮୮ ହଜାର ୮୯୭ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ଜିଲାରେ ରବି ଧାନ କିଣା ଟାର୍ଗେଟ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ୨୨ ହଜାର ରହିଥିବାବେଳେ ଅବଶିଷ୍ଟ ଧାନ ଏବେ ବି ବିକ୍ରି ନ ହୋଇ ମଣ୍ଡିରେ ପଡିଛି। ସେହିପରି ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୪ ଟି ଧାନ ମଣ୍ଡି ରହିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୬ ଟି ମଣ୍ଡିରେ ଧାନ କିଣା ସରିଥିବା ଜଣାପଡିଛି। ପ୍ରକାଶ ଯେ, ଏହି ସମୟରେ ଚାଷୀମାନେ ରବି ଧାନ ଅମଳ ପ୍ରକ୍ରିୟା ସାରି ଖରିଫ ଚାଷ ପାଇଁ ସଜବାଜ ହେବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରବି ଧାନ ବିକ୍ରି ଶେଷ ହୋଇ ନାହିଁ। ଜିଲାର ଆଟିଗାଁ, ବାଲିଛଡ଼ା, ନକଟିଗୁଡା, ମାଟିଗାଁ, ଦାସିଗାଁ, କୁଲିହାରି, କଲେଇଗାଁ, ଚିଚୈଗୁଡା, ମହିଚଳା, କଳିଆକୁଣ୍ଡଲ, ଦେଉଣ୍ଡି, ଚିଙ୍ଗୁଡ଼ିସର ଆଦି ମଣ୍ଡିରେ ଅନେକ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri