ଦିଲ୍‌ଜିତ ଦୋସାଞ୍ଜଙ୍କ ଉପରେ ପାଠ୍ୟକ୍ରମ

ଟରଣ୍ଟୋ/ମୁମ୍ବାଇ: କାନାଡାର ଟରଣ୍ଟୋ ମେଟ୍ରୋପଲିଟାନ ୟୁନିଭର୍ସିଟି (ଟିଏମ୍‌ୟୁ)ପକ୍ଷରୁ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲ୍‌ଜିତ ଦୋସାଞ୍ଜଙ୍କ ପାଇଁ ଉତ୍ସର୍ଗୀକୃତ ଏକ ପାଠ୍ୟକ୍ରମର ଘୋଷଣା କରାଯାଇଛି। ପପ୍‌ ସଂସ୍କୃତି ଉପରେ ଦିଲ୍‌ଜିତଙ୍କ ବୈଶ୍ୱିକ ପ୍ରଭାବକୁ ଅନୁସନ୍ଧାନ କରିବାକୁ ଥିବା ଏହି ପାଠ୍ୟକ୍ରମ ୨୦୨୬ ଶେଷ ଭାଗରେ ଆରମ୍ଭ ହେବ ବୋଲି ଟିଏମ୍‌ୟୁ କହିଛି। ରବିବାର ରାତିରେ ଏହି ଖବରକୁ ଦିଲ୍‌ଜିତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଥିଲେ। ବିଲବୋର୍ଡ କାନାଡାର ରିପୋର୍ଟ ଅନୁଯାୟୀ, ଏହି ପାଠ୍ୟକ୍ରମ ଟିଏମ୍‌ୟୁର କ୍ରିଏଟିଭ୍‌ ସ୍କୁଲରେ ଉପଲବ୍ଧ ହେବ। ଏହାସହ କାନାଡାରେ କୌଣସି ପଞ୍ଜାବୀ କଳାକାରଙ୍କ ଉପରେ କେନ୍ଦ୍ରିତ ଏହା ପ୍ରଥମ ପାଠ୍ୟକ୍ରମ ହେବ। ଏହି ପାଠ୍ୟକ୍ରମରେ ସଙ୍ଗୀତ କ୍ଷେତ୍ରରେ ଦିଲଜିତଙ୍କ କାର୍ଯ୍ୟ ସହ ସାଂସ୍କୃତିକ, ପ୍ରବାସୀ ପ୍ରାସଙ୍ଗିକତା ତଥା ବୈଶ୍ୱିକ ସ୍ତରରେ ତାଙ୍କର ବଢ଼ୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯିବ। ଅନ୍ୟପକ୍ଷେ ରବିବାର ଦିଲଜିତ ନିଜର ପଞ୍ଜାବୀ ଫିଲ୍ମ ‘ସରଦାର ଜୀ ୩’ର ଟ୍ରେଲରକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆସନ୍ତା ୨୭ରୁ ଏହି ଫିଲ୍ମ ବିଦେଶରେ ରିଲିଜ୍‌ ହେବ ବୋଲି ଦିଲ୍‌ଜିତ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି। ପହଲ୍‌ଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରଙ୍କ ଉପରେ କଟକଣା ଲାଗିଛି। ‘ସରଦାର ଜୀ ୩’ ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ହନିଆ ଆମିର ଅଭିନୟ କରିଥିବାରୁ ଏହାକୁ ଭାରତରେ ରିଲିଜ୍‌ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଟ୍ରେଲରରେ ହାନିଆଙ୍କ ସହ ଦିଲ୍‌ଜିତ ରୋମାନ୍ସ କରୁଥିବାର ନଜରକୁ ଆସିଥିବାରୁ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଦିଲ୍‌ଜିତଙ୍କୁ ଟ୍ରୋଲ୍‌ କରିଛନ୍ତି। ସେହିପରି ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀଙ୍କୁ କାଷ୍ଟ କରିଥିବାରୁ ଆଗାମୀ ଦିନରେ ଦିଲ୍‌ଜିତ ଏବଂ ‘ସରଦାର ଜୀ ୩’ ଫିଲ୍ମ ନିର୍ମାତାଙ୍କ କୌଣସି ମଧ୍ୟ ଫିଲ୍ମ କିମ୍ବା ପ୍ରୋଜେକ୍ଟକୁ ଭାରତରେ ରିଲିଜ୍‌ ନ କରିବାକୁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୋମବାର ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ)ର ଅଧ୍ୟକ୍ଷ ବି. ଏନ୍‌. ତିଓ୍ବାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?