ବନାଞ୍ଚଳରୁ ଲୁହାପଥର ଚୋରାଚାଲାଣ

ଯୋଡ଼ା/ଚମ୍ପୁଆ, ୬ା୫ (ଡି.ଏନ.ଏ.)

କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ଚମକପୁର ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିବା ସହିତ ଏକ ଟ୍ରକ୍‌ ଜବତ କରିଛି। ଏଥିରେ ଜଣକୁ ବନବିଭାଗ ଅଟକ ରଖିଛି ା
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚମ୍ପୁଆ ରେଞ୍ଜ୍‌ର ଶିବ ରାଉତଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଚମକପୁର ପିଆରଏଫ ଅଞ୍ଚଳରେ ଲାଇଟ ଜଳୁଥିବାର ଦେଖିବାକୁ ପାଇଥିଲେ। ଏଥିରେ ସନ୍ଦେହ ହେବାରୁ ଟିମ୍‌ ଉକ୍ତ ଅଞ୍ଚଳକୁ ଯିବା ପରେ ଦେଖିବାକୁ ପାଇଥିଲା ଯେ ଝାଡଖଣ୍ଡର ଏକ ଟ୍ରକ୍‌ରେ ଲୁହାପଥର ଚୋରା ଚାଲାଣ ପାଇଁ ବୋଝେଇ ହେଉଥିଲା ା
ଟିମକୁ ଦେଖି ଖଣିଜ ଚୋର ମାନେ ଛତ୍ରଭଙ୍ଗ ଦେଇଥିଲେ। ଏତଦ୍‌ବ୍ୟତୀତ ସେଠାରେ ଥିବା ପ୍ରାୟ ୩୦ ମେଟ୍ରିକ ଟନ୍‌ ଲୁହାପଥର ଜବତ ହୋଇଛି। ଖଣି ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ ମାଇନ୍‌ସ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମ ସଫ୍ଟୱେର ଲଗାଇ ପ୍ରତି ରୁଟରେ ଚୋରା କାରବାରକୁ ପ୍ରତିହତ କରାଯାଇ ପାରିବ ବୋଲି କୁହାଯାଉଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଉପୁଜୁଛି ା କାରଣ ସଫ୍ଟୱେର ପରିଚାଳନା କରୁଥିବା କେତେକ ଅଧିକାରୀ ଓ ସରକାରୀ ଓଜନକଣ୍ଟାରେ ଥିବା କେତେ ଜଣ ଅସାଧୁ କର୍ମଚାରୀ ମାନେ ଏହି ଚୋରା କାରବାରକୁ ପରୋକ୍ଷରେ ପ୍ରଶୟ ଦେଉଛନ୍ତି ବୋଲି ଖଣି ବିଷାରଦ ମତ ଦେଇଛନ୍ତି।
ଗତ କିଛି ମାସ ହେବ ଚୋରା ଲୁହାପଥର ଓ ମାଙ୍ଗାନିଜ ପଥର କାରବାର କୋଇଡା ସୁନ୍ଦରଗଡ ସୀମାନ୍ତ ଅଞ୍ଚଳ, ବାଂଶପାଣି, ଜୁରୁଡି, ବାମେବାରୀ ଅଞ୍ଚଳ ତଥା କାନପୁର ଡ୍ୟାମ ନିର୍ମାଣ ହେଉଥିବା ବୁଡି ଅଞ୍ଚଳ ଏବଂ ବିଲେଇପଦା ଅଞ୍ଚଳରେ ଅହେତୁକ ପରିମାଣରେ ଚୋରା ଲୁହାପଥର କାରବାର ଅହେତୁକ ବୃଦ୍ଧି ପାଉଛି ା ଟ୍ରକ ମାଲିକ, ପରିବହନକାରୀ ଠିକାସଂସ୍ଥା ତଥା କେତେକ ଖଣି ଲିଜଧାରୀ ମାନଙ୍କ ମଧ୍ୟରେ ମଧ୍ୟସ୍ତି ସାଜୁଥିବା କିଛି ବାହାର ରାଜ୍ୟର ଦଲାଲ ଆଇଥ୍ରୀଏମଏସରେ ପଞ୍ଜୀକରଣ ନ କରି ଜାଲ କାଗଜରେ ଏହି କାରବାର କରୁଛନ୍ତି। ଏଥିରେ ଅସାଧୁ ସରକାରୀ ଖଣି କର୍ମଚାରୀ ସାମିଲ ଥିବା ଶୁଣିବାକୁ ମିଳୁଥିଲେ ମଧ୍ୟ ଠିକ୍‌ ଭାବେ ତଦନ୍ତ ହେଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri