ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ ସାମଗ୍ରୀ ଚୋରି ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲା କାଶିପୁର ଥାନା ଝୁଲକାଗୁଡା ଗ୍ରାମର ଦେବ ଗୌଡ (୨୬), ଶ୍ରୀରାମ ଗୌଡ (୪୫), ବାସୁ ଗୌଡ (୩୮) ଓ ଜଗନ୍ନାଥ ଗୌଡ (୩୧)।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ‘କାମପା’ (CAMPA) ଯୋଜନାରେ କୁମଯୋର ଗ୍ରାମ ନିକଟସ୍ଥ ପାଟଜୋର ଡଙ୍ଗରର ୩୦ ହେକ୍ଟର ପରିମିତ ଜମିରେ କାଜୁ, ପଣସ ଓ ଶିଶୁ ଭଳି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା। ଏହାର ସୁରକ୍ଷା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ୨୮୦ଟି ଲୁହା ଖୁଣ୍ଟ ଓ ତାର ଜାଲି ଘେରାଯାଇଥିଲା। ତେବେ ଗତ କିଛି ଦିନ ହେବ ଏଠାରୁ ଲଗାତାର ସାମଗ୍ରୀ ଚୋରି ହେଉଥିବା ନେଇ ବନ ବିଭାଗ ନିକଟରେ ଖବର ଥିଲା। ରେଞ୍ଜ ଅଧିକାରୀ ତ୍ରିନାଥ ସେଠୀଙ୍କ ତତ୍ତ୍ୱାବଧାନ ଓ ବନପାଳ ଏକାଦଶୀ ନାଏକଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ନାଇଟ ଓ୍ବାଚର୍ମାନେ ବୁଧବାର ରାତିରେ ସ୍ବତନ୍ତ୍ର ପାଟ୍ରୋଲିଂ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ୪୦ଟି ଲୁହା ଖୁଣ୍ଟ ଓ ୧୦ଟି ତାର ଜାଲି ଚୋରି କରୁଥିବା ବେଳେ ବନ ବିଭାଗ ଟିମ ସେମାନଙ୍କୁ ଚତୁରତାର ସହ ଘେରି ଯାଇ କାବୁ କରିଥିଲେ। ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପରୁ ୪୦ଟି ଖୁଣ୍ଟ ଓ ୧୦ଟି ଜାଲି ଚୋରି ହୋଇଥିବା ଜଣାପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେସ ନମ୍ବର ୧୬/୨୬ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୬ଟି ଲୁହା ଆଙ୍ଗେଲ ଏବଂ ପ୍ରାୟ ୧୫୦ ଫୁଟ ଲମ୍ବର ୩ ବଣ୍ଡଲ ତାର ଜବତ କରାଯାଇଛି। ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ଭବାନୀପାଟଣା କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri