ଇ-ନିଲାମରେ ଲୁହାପଥର ବ୍ୟବସାୟୀ ମାଲାମାଲ

ଯାଜପୁର,୧୮ା୧(ହର୍ଷବର୍ଦ୍ଧନ ବେହେରା)ସ୍ଥାନୀୟ ଇସ୍ପାତ କାରଖାନାଗୁଡ଼ିକ ଚାଲିବାପାଇଁ ଲୁହାପଥର କଞ୍ଚାମାଲ ରୂପରେ ଆବଶ୍ୟକ କରିଥାନ୍ତି। ଏହି ଆବଶ୍ୟକତାକୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୀର୍ଘ ବର୍ଷ ହେଲା ପୂରଣ କରିଆସୁଛି। ହେଲେ ବିଡ଼ମ୍ବନା ଯେ, ଗୋଟିଏ ପଟେ ସ୍ଥାନୀୟ ଇସ୍ପାତ କାରଖାନାଗୁଡିକ ଆବଶ୍ୟକ ଲୁହାପଥର ପାଇଁ ଡହଳବିକଳ ହେଉଥିବାବେଳେ ଖଣି ନିଗମ ଇ-ନିଲାମ ପ୍ରକ୍ରିୟାରେ ଲୁହାପଥର ବ୍ୟବସାୟୀଙ୍କୁ କ୍ରୟ କରିବା ପାଇଁ ଅନୁମତି ମିଳିଛି। ଏହି ଲୁହାପଥର ବ୍ୟବସାୟୀମାନେ ଓଏମ୍‌ସି ଇ-ନିଲାମ ପ୍ରକ୍ରିୟାରେ ପ୍ରଚୁର ପରିମାଣର ଲୁହାପଥର କିଣି ଚଢ଼ା ମୂଲ୍ୟରେ ରପ୍ତାନି କରୁଛନ୍ତି। ହେଲେ ଆବଶ୍ୟକ ଲୁହାପଥର ନ ପାଇ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଅନେକ କାରଖାନା ବନ୍ଦ ହେବା ସ୍ଥିତି ଉପୁଜିଛି ବୋଲି ମତପ୍ରକାଶ ପାଇଛି।
ସୂଚନା ଅନୁସାରେ ୨୦୧୫ ଠାରୁ ଖଣି ନିଗମ ଇ-ନିଲାମ ବ୍ୟବସ୍ଥା ଲାଗୁ ହୋଇଛି। ସେହିଦିନଠାରୁ କେବେବି ଲୁହାପଥର ବ୍ୟବସାୟୀମାନଙ୍କୁ ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ନିଗମ ଅନୁମତି ଦେଉ ନ ଥିଲା। କେବଳ କାରଖାନା ପ୍ରତିଷ୍ଠା କରିଥିବା ଶିଳ୍ପ ସଂସ୍ଥାଗୁଡିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଗତ ନଭେମ୍ବରଠାରୁ ଖଣି ନିଗମ ଲୁହାପଥର ବ୍ୟବସାୟୀମାନଙ୍କୁ ଜାତୀୟ ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନୁମତି ଦେଇଛି। ଫଳରେ ଖଣି ନିଗମ ଅଧୀନରେ ଥିବା ସମସ୍ତ ଲୁହାପଥର ଖଣିର ନିଲାମ ପ୍ରକ୍ରିୟାରେ ଭାଗନେଇ ଲୁହାପଥର ବ୍ୟବସାୟୀମାନେ ଲୁହାପଥର କିଣି ଚାଇନାକୁ ରପ୍ତାନି କରି ବିପୁଳ ଅର୍ଥ ରୋଜଗାର କରୁଛନ୍ତି। ଯଦି ଆଗାମୀ ଇ-ନିଲାମରେ ଏଭଳି ପ୍ରକ୍ରିୟା ଜାରି ରଖାଯାଏ, ତେବେ ସ୍ଥାନୀୟ ଶିଳ୍ପଗୁଡିକ ସେମାନଙ୍କର କାର୍ଯ୍ୟ ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ପାଇବେ ନାହିଁ ଏବଂ ଶେଷରେ ଲୋକଙ୍କ ଜୀବିକା ବିପଦରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସ୍ଥାନୀୟ ଶିଳ୍ପଗୁଡ଼ିକୁ ବନ୍ଦରୁ ରକ୍ଷା କରିବା ପାଇଁ ଓଡିଶା ସରକାର ଏବଂ ଓଏମସି ତୁରନ୍ତ ପଦକ୍ଷେପ ନେବା ସହିତ ବ୍ୟବସାୟୀମାନଙ୍କୁ ଇ-ନିଲାମରେ ଅଂଶଗ୍ରହଣ କରିବାରୁ ରୋକ ଲଗାନ୍ତୁ ବୋଲି ସ୍ଥାନୀୟ ଶିଳ୍ପ ସମୂହ ସରକାରଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri