Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାଟିଂ ଦାୟିତ୍ୱ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୦ ବଲରେ ୨୪ ରନର ଇନିଂସ ଖେଳିଥିଲେ। ଇରଫାନ ପଠାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ଯଦି ଦଳର ସମସ୍ତ ବ୍ୟାଟ୍ସମ୍ୟାନ ୨୦୦ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରୁଛନ୍ତି, ତେବେ ଅଧିନାୟକ ୧୨୦ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିପାରିବେ ନାହିଁ। ତେବେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ନେଇନାହାଁନ୍ତି।
ମୁମ୍ବାଇ ଇଣ୍ଡିଆନ୍ସର ୨୭୮ ରନ ଲକ୍ଷ୍ୟ ଥିଲା। ଓପନର ରୋହିତ ଶର୍ମା ଏବଂ ଇଶାନ କିଶନ ବିସ୍ଫୋରକ ଇନିଂସ ଆରମ୍ଭ କରିଥିଲେ। ଏହା ପରେ ତିଲକ ବର୍ମା ଏବଂ ଟିମ ଡେଭିଡଙ୍କ ସମେତ ବାକି ବ୍ୟାଟ୍ସମ୍ୟାନମାନେ ପ୍ରାୟ ୨୦୦ ଷ୍ଟ୍ରାଇକ ରେଟ୍‌ରେ ରନ ସ୍କୋର କରିଥିଲେ, କିନ୍ତୁ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ବଲରେ ୨୪ ରନ ସ୍କୋର କରିଥିଲେ। ତେବେ ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି।

Share