Posted inଖେଳ

ଲଙ୍କା ପ୍ରିମିୟର ଲିଗ୍‌ ଖେଳିବା ଲାଗି ଇରଫାନ ଆଗ୍ରହୀ

ନୂଆଦିଲ୍ଲୀ, ୨ା୮ (ପି.ଟି.)-ଅଗଷ୍ଟ ୨୮ରୁ ଆରମ୍ଭ ହେବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଅଂଶଗ୍ରହଣ କରିବା ଲାଗି ୭୦ ବିଦେଶୀ ଖେଳାଳି ଆଗ୍ରହୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ ପଠାନ ଅନ୍ୟତମ ଆକର୍ଷଣ। ଲିଗ୍‌ରେ ୫ଟି ଫ୍ରାଞ୍ଚାଇଜ୍‌ ଭାଗ ନେବେ। ସେଗୁଡ଼ିକ କଲମ୍ବୋ, କାଣ୍ଡି, ଗାଲେ, ଦାମ୍ବୁଲା ଓ ଜାଫନା ସହର ନାମରେ ରହିବ।କେତେକ କ୍ଷେତ୍ରରେ ସରକାରୀ କ୍ଲିଅରାନ୍ସ ମିଳି ନ ଥିବାରୁ ଲିଗ୍‌ ପାଇଁ ଚିଠା ପ୍ରସ୍ତୁତ କରାଯାଇ ପାରୁ ନାହିଁ କିମ୍ବା ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ନାମ ଘୋଷଣା କରାଯାଇ ପାରୁ ନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କୌଣସି ସକ୍ରିୟ ଭାରତୀୟ ଖେଳାଳିଙ୍କୁ ବିଦେଶୀ ଲିଗ୍‌ରେ ଅଂଶଗ୍ରହଣ ପାଇଁ ଅନୁମତି ଦେବ ନାହିଁ। ଇରଫାନ ଅବସର ନେଇସାରି ଥିବାରୁ ଏଲ୍‌ପିଏଲ୍‌ରେ ଅଂଶଗ୍ରହଣ କରିବା କ୍ଷେତ୍ରରେ ତାଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଫରଭିଜ୍‌ ମାହାରୁଫ୍‌ ଚିଠାରେ ଇରଫାନ୍‌ଙ୍କ ନାମ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବତନ ଭାରତୀୟ ଅଲରାଉଣ୍ଡରଙ୍କୁ କୌଣସି ଦଳ ମାର୍କି ଖେଳାଳି ଭାବେ ଗ୍ରହଣ କରିବା ଯଥେଷ୍ଟ ସମ୍ଭାବନା ରହିଛି। ଗତ ସୋମବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ଏଥିରେ ଟୁନର୍ର୍ାମେଣ୍ଟ ଅନୁମୋଦନ ଲାଭ କରିଛି। ଲିଗ୍‌ରେ ମୋଟ ୨୩ଟି ମ୍ୟାଚ ଚାରୋଟି ଅନ୍ତର୍ଜାତୀୟ ଭେନ୍ୟୁ ଯଥା ଆର. ପ୍ରେମାଦାସା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ, ରଣଗିରି ଦାମ୍ବୁଲା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ, ପାଲିକେଲ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ ଓ ସୁରିୟାଓ୍ବିଓ୍ବା ମହିନ୍ଦା ରାଜପାକ୍‌ସେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଭାରତର ପୂର୍ବତନ ଅଲରାଉଣ୍ଡର ତଥା ବିଶ୍ୱକପ୍‌ ବିଜେତା ଯୁବରାଜ ସିଂ ଗତ ବର୍ଷ ଆବୁଧାବିରେ ଖେଳାଯାଇଥିବା ଟି୧୦ ଲିଗ୍‌ରେ ମରାଠା ଆରବିଆନ୍ସ ଟିମ୍‌ ତରଫରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri