Posted inବରଗଡ଼

ଶିକୁଳିରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨।୮:  ବରଗଡ଼ ଜିଲା ଅମ୍ବାଭୋନାର ଦୟାସାଗର ପୁରୀ। ବୟସ ୨୭ବର୍ଷ ହେବ। ଗ୍ରାମର ରାମେଶ୍ୱର ଓ ତପସ୍ବିନୀଙ୍କ ସାନପୁଅ ଦୟାସାଗର ଗତ ପ୍ରାୟ ୮ବର୍ଷ ହେଲା ମାନସିକ ରୋଗରେ ଆକ୍ରାନ୍ତ। ଅମ୍ବାଭୋନା ହସ୍ପିଟାଲ ପାଖ ସାହିରେ ତାଙ୍କ ଘର। କିନ୍ତୁ ଆବଶ୍ୟକ ଚିକିତ୍ସା ଅଭାବରୁ ଦୟାସାଗର ରୋଗମୁକ୍ତ ହୋଇ ପାରି ନାହାନ୍ତି । ସେ ଇତସ୍ତତଃ ପଳାଇବା ସହିତ ଘରେ ସ୍ଥିର ହୋଇ ରହୁ ନ ଥିବା ଯୋଗୁ ତାଙ୍କ ଗୋଡ଼ରେ ଏକ ଲୁହା ଶିକୁଳି ବନ୍ଧା ଯାଇଛି ଏବଂ ଦୟାସାଗର ଶିକୁଳିରେ ବନ୍ଧା ଜୀବନ ବିତାଉଛନ୍ତି ।
ଝାଟିମାଟି ଘରେ ଦୟାସାଗରଙ୍କ ମା, ବାପା, ବଡ଼ଭାଇ ଏବଂ ଭାଉଜ ଜୀବନ କାଟୁଛନ୍ତି । ଜମିବାଡ଼ି କିଛି ନାହିଁ । ମାତ୍ର ୫୦ ଡେସିମିଲ ଜମି ଥିଲା । ଦୟାସାଗରଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ସେହି ଜମିକୁ ଅନ୍ୟପାଖରେ ବନ୍ଧା ପକାଇ ଦେଇଥିବା ରାମେଶ୍ୱର କହିଛନ୍ତି । ସେହିପରି ଘରେ ଛୋଟ ପସରାଟିଏ ଅଛି । କିନ୍ତୁ ମହାମାରୀ କରୋନା ସେମାନଙ୍କ ସେହି ରୋଜଗାରକୁ ମଧ୍ୟ ଛଡ଼ାଇ ନେଇଛି । ଅର୍ଥାଭାବ ଯୋଗୁ ଦୟାସାଗରଙ୍କ ଅଧିକ ଚିକିତ୍ସା ହୋଇପାରୁନାହିଁ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ତାଙ୍କ ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି ।
ସେହିପରି ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ବରଗଡ଼, ବୁର୍ଲା, ରାୟଗଡ଼ ସମେତ ବିଭିନ୍ନ ଡାକ୍ତରଙ୍କ ପାଖକୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ସେ ଭଲ ହୋଇ ନ ଥିଲେ । ଦୟାସାଗର ଘରେ ଠିକ୍‌ ଭାବେ ରହୁ ନାହାନ୍ତି ଏବଂ ସବୁବେଳେ କଳିଗୋଳ କରିବା ସହିତ ତାଙ୍କ ମାନସିକ ଅବସ୍ଥା ଆହୁରି ଖରାପ ହେଉଛି ବୋଲି ରାମେଶ୍ୱର କହିଛନ୍ତି । ତାଙ୍କ ଚିକିତ୍ସାରେ ପାଖାପାଖି ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ତଥାପି ସେ ଭଲ ହୋଇନାହାନ୍ତି। ଚିକିତ୍ସା ପାଇଁ ପାଖରେ ଆଉ ସମ୍ବଳ ନାହିଁ । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ଦୟାସାଗର ଆବଶ୍ୟକ ଚିକିତ୍ସା ପାଇ ଭଲ ହେବ ବୋଲି ତାଙ୍କ ମା’ ତପସ୍ବିନୀ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri