Posted inବରଗଡ଼

ଶିକୁଳିରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨।୮:  ବରଗଡ଼ ଜିଲା ଅମ୍ବାଭୋନାର ଦୟାସାଗର ପୁରୀ। ବୟସ ୨୭ବର୍ଷ ହେବ। ଗ୍ରାମର ରାମେଶ୍ୱର ଓ ତପସ୍ବିନୀଙ୍କ ସାନପୁଅ ଦୟାସାଗର ଗତ ପ୍ରାୟ ୮ବର୍ଷ ହେଲା ମାନସିକ ରୋଗରେ ଆକ୍ରାନ୍ତ। ଅମ୍ବାଭୋନା ହସ୍ପିଟାଲ ପାଖ ସାହିରେ ତାଙ୍କ ଘର। କିନ୍ତୁ ଆବଶ୍ୟକ ଚିକିତ୍ସା ଅଭାବରୁ ଦୟାସାଗର ରୋଗମୁକ୍ତ ହୋଇ ପାରି ନାହାନ୍ତି । ସେ ଇତସ୍ତତଃ ପଳାଇବା ସହିତ ଘରେ ସ୍ଥିର ହୋଇ ରହୁ ନ ଥିବା ଯୋଗୁ ତାଙ୍କ ଗୋଡ଼ରେ ଏକ ଲୁହା ଶିକୁଳି ବନ୍ଧା ଯାଇଛି ଏବଂ ଦୟାସାଗର ଶିକୁଳିରେ ବନ୍ଧା ଜୀବନ ବିତାଉଛନ୍ତି ।
ଝାଟିମାଟି ଘରେ ଦୟାସାଗରଙ୍କ ମା, ବାପା, ବଡ଼ଭାଇ ଏବଂ ଭାଉଜ ଜୀବନ କାଟୁଛନ୍ତି । ଜମିବାଡ଼ି କିଛି ନାହିଁ । ମାତ୍ର ୫୦ ଡେସିମିଲ ଜମି ଥିଲା । ଦୟାସାଗରଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ସେହି ଜମିକୁ ଅନ୍ୟପାଖରେ ବନ୍ଧା ପକାଇ ଦେଇଥିବା ରାମେଶ୍ୱର କହିଛନ୍ତି । ସେହିପରି ଘରେ ଛୋଟ ପସରାଟିଏ ଅଛି । କିନ୍ତୁ ମହାମାରୀ କରୋନା ସେମାନଙ୍କ ସେହି ରୋଜଗାରକୁ ମଧ୍ୟ ଛଡ଼ାଇ ନେଇଛି । ଅର୍ଥାଭାବ ଯୋଗୁ ଦୟାସାଗରଙ୍କ ଅଧିକ ଚିକିତ୍ସା ହୋଇପାରୁନାହିଁ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ତାଙ୍କ ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି ।
ସେହିପରି ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ବରଗଡ଼, ବୁର୍ଲା, ରାୟଗଡ଼ ସମେତ ବିଭିନ୍ନ ଡାକ୍ତରଙ୍କ ପାଖକୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ସେ ଭଲ ହୋଇ ନ ଥିଲେ । ଦୟାସାଗର ଘରେ ଠିକ୍‌ ଭାବେ ରହୁ ନାହାନ୍ତି ଏବଂ ସବୁବେଳେ କଳିଗୋଳ କରିବା ସହିତ ତାଙ୍କ ମାନସିକ ଅବସ୍ଥା ଆହୁରି ଖରାପ ହେଉଛି ବୋଲି ରାମେଶ୍ୱର କହିଛନ୍ତି । ତାଙ୍କ ଚିକିତ୍ସାରେ ପାଖାପାଖି ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ତଥାପି ସେ ଭଲ ହୋଇନାହାନ୍ତି। ଚିକିତ୍ସା ପାଇଁ ପାଖରେ ଆଉ ସମ୍ବଳ ନାହିଁ । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ଦୟାସାଗର ଆବଶ୍ୟକ ଚିକିତ୍ସା ପାଇ ଭଲ ହେବ ବୋଲି ତାଙ୍କ ମା’ ତପସ୍ବିନୀ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?