IRCTC Train Ticket Online Booking: ମାଗଣା ରେଳ ଭଡ଼ା ! ଟିକେଟ କନଫର୍ମ ନ ହେବା ଯାଏ ଫ୍ରିରେ ବୁକିଂ, IRCTCରେ ହେଉଛି ଏମିତି…

ନୂଆଦିଲ୍ଲୀ,୨୦।୨: ବର୍ତ୍ତମାନ ସମୟରେ ରେଳ ଯାତ୍ରା ପାଇଁ ଅନଲାଇନ ଟିକେଟର ଚାହିଦା ଅଧିକ ହେଲାଣି। ଲୋକେ ଘରେ ବସି ବିଭିନ୍ନ ଆପ୍‌ ମାଧ୍ୟମରେ ଅନଲାଇନ ଟିକେଟ୍‌ କରୁଛନ୍ତି। ଏହିସବୁ ଆପ୍‌ଗୁଡିକ ମଧ୍ୟରୁ ଅଧିକ ଲୋକ ଟିକେଟ କରନ୍ତି। ହେଲେ ଲୋକେ ଟିକେଟର କନଫର୍ମ ନେଇ ଦ୍ୱନ୍ଦ୍ବରେ ରୁହନ୍ତି। ଯଦି ଟିକେଟ ଓ୍ବେଟିଂରେ ରହିଯାଏ ଆଉ କନଫର୍ମ ହୁଏନି, ଏପରି ସ୍ଥିତିରେ କାହାର ଟଙ୍କା ବିଳମ୍ବରେ ଆସିଥାଏ ତ ଆଉ କାହାର କଟିକି ଆସିଥାଏ। ହେଲେ ଆମେ ଆପଣଙ୍କୁ ଏମିତି ଉପାୟ ବତାଇବୁ ଯେଉଁଥିରେ ଆପଣଙ୍କର ଟିକେଟ କନଫର୍ମ ନ ହେବା ଯାଏ ଟଙ୍କା ଦେବାକୁ ପଡ଼ିବନି। ଏବେ ଆସନ୍ତୁ ଜାଣିବା କେମିତି କରିବେ ଏପରି ଟିକେଟ।

ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ ଲିମିଟେଡ (ଆଇଆରସିଟିସି) ର ନିଜସ୍ବ ପେମେଣ୍ଟ ଗେଟୱେ ଆଇ-ପେ ଅଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ପେମେଣ୍ଟ ଗେଟୱେ ମାଧ୍ୟମରେ IRCTC ରେ ପେମେଣ୍ଟ କରନ୍ତି, ତେବେ ଆପଣ ‘ଅଟୋ ପେ’ ଫିଚର୍‌ ବ୍ୟବହାର କରିପାରିବେ। ଆପଣ କ୍ରେଡିଟ-ଡେବିଟ କାର୍ଡ ଏବଂ UPI ମାଧ୍ୟମରେ ମଧ୍ୟ ଅଟୋ-ପେ ଫିଚର ବ୍ୟବହାର କରିପାରିବେ।

ଆଇଆରସିଟିସି ୱେବସାଇଟ ଅନୁଯାୟୀ, ଯେତେବେଳେ ଟ୍ରେନ ଟିକେଟ ବୁକିଂବେଳେ PNR ନମ୍ବର ଜେନେରେଟର ହୋଇଥାଏ , ସେତେବେଳେ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ। କିନ୍ତୁ ଅଟୋ-ପେ ସୁବିଧା UPI ମାଧ୍ୟମରେ IPO ରେ ନିବେଶ କରିବା ପରି କାମ କରେ। ତାହା ହେଉଛି, ଯେପର୍ଯ୍ୟନ୍ତ IPO ରେ ଶେୟାର ବଣ୍ଟନ ନ ହୋଇଛି, ସେପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ ନାହିଁ। ତେଣୁ ଅଟୋ-ପେ ଫିଚରକୁ କିଛି ନିର୍ଦ୍ଦିିଷ୍ଟ ସର୍ତ୍ତରେ ବ୍ୟବହାର କରିପାରିବେ।

ଯେଉଁମାନେ ଏକାଧିକ ଟ୍ରେନ୍‌ ଇ-ଟିକେଟ ବୁକ୍‌ କରନ୍ତି ସେମାନେ ଏହାର ଲାଭ ଉଠାଇ ପାରିବେ। ଯେଉଁମାନେ ପ୍ରଥମ ଏସି କୋଚ୍‌ର ୪ କିମ୍ବା ୫ ଟିକେଟ ବୁକ କରନ୍ତି ସେମାନେ ଏହି ସୁବିଧା ପାଇପାରିବେ। ଆଇ-ପେ ଅଟୋ ପେ ରେ ଟିକେଟ ବୁକିଂ କରିବାବେଳେ, ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ ନାହିଁ। ବୁକିଂ କନଫର୍ମ ହେବା ପରେ ଯାଏଁ ଆକାଉଣ୍ଟରୁ ଟଙ୍କା କଟିବ। ଅନ୍ୟ ପରିସ୍ଥିତିରେ ଯଦି ଟିକେଟ କ୍ୟାନସଲ ହୋଇଥାଏ ଆଉ ଟଙ୍କା କଟିଯାଇଥାଏ, ତେବେ ତୁରନ୍ତ ଟଙ୍କା ଫେରସ୍ତ ଆସିଯିବ। ଅଟୋ ପେ ସେହି ଲୋକମାନଙ୍କ ପାଇଁ ମଧ୍ୟ ଲାଭଦାୟକ, ଯେଉଁମାନେ ତତ୍‌ତ୍କାଳ ଓ୍ବେଟିଂ ତାଲିକାରେ ରହିଥା’ନ୍ତି। ଏହି ପରିସ୍ଥିତିରେ ସେମାନେ ଆଇଆରସିଟିସିରେ ଟିକେଟ ବୁକିଂ କଲେ ଫେରସ୍ତ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri