IRCTC Alert: ରେଳ ଟିକେଟ ବୁକିଂରେ ସାବଧାନ! ଯାତ୍ରୀଙ୍କୁ ବଡ଼ ଧରଣର ଠକେଇ ନେଇ ଚେତାଇଲା…  

ନୂଆଦିଲ୍ଲୀ,୧୪।୧୦: ଦିପାବଳୀ ଏବଂ ଛଠ ପର୍ବ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଫେରିଥାନ୍ତି। ଫଳରେ ସବୁଠୁ ବଡ଼ ସମସ୍ୟା ପାଲଟିଥାଏ କନଫର୍ମ ଟିକେଟ ପାଇବା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ୱେ ଅନେକ ଯାତ୍ରୀ ଟିକେଟ ପାଇପାରନ୍ତି ନାହିଁ। ଏପରି ସ୍ଥିତିରେ ଅନେକେ ଏଜେଣ୍ଟଙ୍କ ମାଧ୍ୟମରେ ଟିକେଟ ବୁକ କରିବାକୁ ବାଧ୍ୟ ହୁଅନ୍ତି। ଯଦି ଆପଣ ମଧ୍ୟ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକ କରିବାକୁ ଯୋଜନା କରୁଛନ୍ତି, ତେବେ IRCTC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ ଜାରି କରାଯାଇଛି, ଯାହାକୁ ଆପଣ ଜାଣିବା ଜରୁରୀ।
ଉତ୍ସବ ଋତୁରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି IRCTC ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। IRCTC କହିଛି ଯେ କିଛି ନକଲି ଏଜେଣ୍ଟ ନିଜକୁ ଅଧିକୃତ ଏଜେଣ୍ଟ ଦାବି କରି ଲୋକଙ୍କୁ ଠକୁଛନ୍ତି। ଏମାନେ ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଟିକେଟ ବୁକ କରି ଅଧିକ ଦାମରେ ବିକ୍ରି କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ଆଇନଗତ ଅପରାଧ। ଏହା ଦ୍ୱାରା ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତା ମଧ୍ୟ ବିପଦରେ ପଡ଼ିପାରେ।
ନକଲି ଏଜେଣ୍ଟଙ୍କୁ କିପରି ଚିହ୍ନିବେ?
-IRCTC ଅନୁଯାୟୀ:  ଯଦି ଟିକେଟରେ “Normal User” ଲେଖା ଥାଏ, ତେବେ ଏହାର ଅର୍ଥ ଟିକେଟଟି ସାଧାରଣ ବ୍ୟବହାରକାରୀଙ୍କ ଦ୍ୱାରା ବୁକ ହୋଇଛି।
-ଯଦି ଟିକେଟ ଅଧିକୃତ ଏଜେଣ୍ଟଙ୍କ ଦ୍ୱାରା ବୁକ ହୋଇଛି, ତେବେ ଏଜେଣ୍ଟଙ୍କ ନାମ, ଠିକଣା ଓ ଏଜେନ୍ସି କୋଡ ଟିକେଟରେ ସ୍ପଷ୍ଟ ଭାବେ ଲେଖା ରହିବ।
-ଅଧିକୃତ ଏଜେଣ୍ଟମାନେ ତତ୍କାଳ ବୁକିଂର ପ୍ରଥମ ୩୦ ମିନିଟ ଓ ସାଧାରଣ ଟିକେଟ ବୁକିଂର ପ୍ରଥମ ୧୦ ମିନିଟ ମଧ୍ୟରେ ଟିକେଟ ବୁକ୍‌ କରିପାରିବେ ନାହିଁ।

 

View this post on Instagram

 

A post shared by IRCTC (@irctc.official)

IRCTC ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ଯଦି କୌଣସି ବ୍ୟକ୍ତି ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଟିକେଟ ବୁକ୍‌ କରି ଅଧିକ ଦାମରେ ବିକ୍ରି କରେ, ତେବେ ଏହା ସମ୍ପୂର୍ଣ୍ଣ ଅପରାଧ। ଏପରି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି ବା ଦୋକାନ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ଏହାର କ୍ଷତି ଭୋଗିବାକୁ ପଡ଼ିପାରେ।
IRCTC ସୋସିଆଲ ମିଡିଆରେ ପୋଷ୍ଟ କରି ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକ୍‌ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଏଜେଣ୍ଟ ଅଧିକୃତ କି ନୁହେଁ। ସତର୍କ ରହି ନିଜର ବ୍ୟକ୍ତିଗତ ତଥ୍ୟ ଓ ଅର୍ଥକୁ ସୁରକ୍ଷିତ ରଖନ୍ତୁ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri