IRCTC Alert: ରେଳ ଟିକେଟ ବୁକିଂରେ ସାବଧାନ! ଯାତ୍ରୀଙ୍କୁ ବଡ଼ ଧରଣର ଠକେଇ ନେଇ ଚେତାଇଲା…  

ନୂଆଦିଲ୍ଲୀ,୧୪।୧୦: ଦିପାବଳୀ ଏବଂ ଛଠ ପର୍ବ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଫେରିଥାନ୍ତି। ଫଳରେ ସବୁଠୁ ବଡ଼ ସମସ୍ୟା ପାଲଟିଥାଏ କନଫର୍ମ ଟିକେଟ ପାଇବା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ୱେ ଅନେକ ଯାତ୍ରୀ ଟିକେଟ ପାଇପାରନ୍ତି ନାହିଁ। ଏପରି ସ୍ଥିତିରେ ଅନେକେ ଏଜେଣ୍ଟଙ୍କ ମାଧ୍ୟମରେ ଟିକେଟ ବୁକ କରିବାକୁ ବାଧ୍ୟ ହୁଅନ୍ତି। ଯଦି ଆପଣ ମଧ୍ୟ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକ କରିବାକୁ ଯୋଜନା କରୁଛନ୍ତି, ତେବେ IRCTC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ ଜାରି କରାଯାଇଛି, ଯାହାକୁ ଆପଣ ଜାଣିବା ଜରୁରୀ।
ଉତ୍ସବ ଋତୁରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି IRCTC ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। IRCTC କହିଛି ଯେ କିଛି ନକଲି ଏଜେଣ୍ଟ ନିଜକୁ ଅଧିକୃତ ଏଜେଣ୍ଟ ଦାବି କରି ଲୋକଙ୍କୁ ଠକୁଛନ୍ତି। ଏମାନେ ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଟିକେଟ ବୁକ କରି ଅଧିକ ଦାମରେ ବିକ୍ରି କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ଆଇନଗତ ଅପରାଧ। ଏହା ଦ୍ୱାରା ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତା ମଧ୍ୟ ବିପଦରେ ପଡ଼ିପାରେ।
ନକଲି ଏଜେଣ୍ଟଙ୍କୁ କିପରି ଚିହ୍ନିବେ?
-IRCTC ଅନୁଯାୟୀ:  ଯଦି ଟିକେଟରେ “Normal User” ଲେଖା ଥାଏ, ତେବେ ଏହାର ଅର୍ଥ ଟିକେଟଟି ସାଧାରଣ ବ୍ୟବହାରକାରୀଙ୍କ ଦ୍ୱାରା ବୁକ ହୋଇଛି।
-ଯଦି ଟିକେଟ ଅଧିକୃତ ଏଜେଣ୍ଟଙ୍କ ଦ୍ୱାରା ବୁକ ହୋଇଛି, ତେବେ ଏଜେଣ୍ଟଙ୍କ ନାମ, ଠିକଣା ଓ ଏଜେନ୍ସି କୋଡ ଟିକେଟରେ ସ୍ପଷ୍ଟ ଭାବେ ଲେଖା ରହିବ।
-ଅଧିକୃତ ଏଜେଣ୍ଟମାନେ ତତ୍କାଳ ବୁକିଂର ପ୍ରଥମ ୩୦ ମିନିଟ ଓ ସାଧାରଣ ଟିକେଟ ବୁକିଂର ପ୍ରଥମ ୧୦ ମିନିଟ ମଧ୍ୟରେ ଟିକେଟ ବୁକ୍‌ କରିପାରିବେ ନାହିଁ।

 

View this post on Instagram

 

A post shared by IRCTC (@irctc.official)

IRCTC ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ଯଦି କୌଣସି ବ୍ୟକ୍ତି ବ୍ୟକ୍ତିଗତ ଆଇଡି ବ୍ୟବହାର କରି ଟିକେଟ ବୁକ୍‌ କରି ଅଧିକ ଦାମରେ ବିକ୍ରି କରେ, ତେବେ ଏହା ସମ୍ପୂର୍ଣ୍ଣ ଅପରାଧ। ଏପରି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି ବା ଦୋକାନ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ଏହାର କ୍ଷତି ଭୋଗିବାକୁ ପଡ଼ିପାରେ।
IRCTC ସୋସିଆଲ ମିଡିଆରେ ପୋଷ୍ଟ କରି ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ଏଜେଣ୍ଟଙ୍କ ଜରିଆରେ ଟିକେଟ ବୁକ୍‌ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଏଜେଣ୍ଟ ଅଧିକୃତ କି ନୁହେଁ। ସତର୍କ ରହି ନିଜର ବ୍ୟକ୍ତିଗତ ତଥ୍ୟ ଓ ଅର୍ଥକୁ ସୁରକ୍ଷିତ ରଖନ୍ତୁ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?