Categories: ଖେଳ

ଟି-୨୦ ସିରିଜ ଖେଳିବେନି କୋହଲି, ରୋହିତ ହେବେ ଟେଷ୍ଟ ଅଧିନାୟକ!

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତ। ଏଥିରେ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉପଲବ୍ଧ ହେବେ। ସେ ବର୍ତ୍ତମାନ ପୂରା ଫିଟ୍‌ ଥିବା ବେଳେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।

ଅପରପକ୍ଷେ ଉକ୍ତ ଟି-୨୦ ସିରିଜ ଲାଗି ବିରାଟ କୋହଲି ଉପଲବ୍ଧ ରହିବେ ନାହିଁ ବୋଲି କୁହାଯାଉଛି। ହେଲେ ସେ ଟେଷ୍ଟ ସିରିଜରେ ଖେଳିବା ନିଶ୍ଚିତ।

ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ଭାରତୟ ଦଳର ନୂଆ ଟେଷ୍ଟ ଅଧିନାୟକ ନେଇ ଘୋଷଣା କରାଯିବ। ରୋହିତ ଶର୍ମା ହିଁ ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share