ଇରାନ କ୍ରୀଡା ମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହରାନ,୨୩।୨: ଇରାନ କ୍ରୀଡା ମନ୍ତ୍ରୀ ହମିଦ ସଜ୍ଜାଦିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ଇରାନର ଅଫିସିଆଲ ନ୍ୟୁଜ ଏଜେନ୍ସି ଆଇଆରଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର କିର୍ମନ ପ୍ରଦେଶର ବାଫ୍ଟ ସହରର ଏକ ସ୍ପୋର୍ଟସ କମ୍ପ୍ଲେକ୍ସରେ ଅବତରଣ କରିବା ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ସଜ୍ଜାଦିଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

Share