ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି। ଏବେ ହର୍ମୁଜରେ ଜାହାଜ ଚଳାଚଳ ସ୍ବାଭାବିକ ହେବ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଆରାଘଚି କହିଛନ୍ତି, ଲେବାନନ୍‌ରେ ଯୁଦ୍ଧବିରତି ସହିତ, ଇସଲାମିକ୍ ଗଣରାଜ୍ୟ ଇରାନର ବନ୍ଦର ଏବଂ ସାମୁଦ୍ରିକ ସଂଗଠନ ଦ୍ୱାରା ପୂର୍ବରୁ ଘୋଷଣା କରାଯାଇଥିବା ସମନ୍ୱିତ ମାର୍ଗରେ, ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ରାସ୍ତା ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ସମ୍ପୂର୍ଣ୍ଣ ଖୋଲା ଘୋଷଣା କରାଯାଇଛି।

ସୂଚନା ଥାଉକି, ଫେବୃଆରୀ ୨୮ରୁ ହର୍ମୁଜ ଅବରୋଧ ଥିଲା।

Dharitri – Odisha’s No.1 Odia Daily