ଇରାନ ସଂସଦର ନୂଆ ଆଦେଶ, ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ

ଇରାନ,୨୨।୯: ଇରାନର ମହିଳାମାନଙ୍କ ପାଇଁ ନୂଆ ଆଦେଶ। ହିଜାବ ନ ପିନ୍ଧିଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। କେବଳ ଏତିକି ନୁହେଁ, ଏହି ନିୟମ ବର୍ତ୍ତମାନ ପୁରୁଷମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଯେଉଁ ପୁରୁଷମାନେ ବିନା ହିଜାବରେ ମହିଳାମାନଙ୍କୁ ସାମଗ୍ରୀ ବିକ୍ରି କଲେ ସେମାନଙ୍କୁ ମଧ୍ୟ କଠୋର ଦଣ୍ଡ ଦିଆଯିବ। ଇରାନର ସଂସଦ ଏକ ବିଲ ପାସ କରିଛି। ଯେଉଁଥିରେ ସର୍ବସାଧାରଣରେ ହିଜାବ ପିନ୍ଧିବାକୁ ମନା କରୁଥିବା ମହିଳା ଏବଂ ସେମାନଙ୍କୁ ସମର୍ଥନ କରୁଥିବା ମହିଳାଙ୍କ ଉପରେ ଜରିମାନା ଲାଗୁ କରାଯିବ। ଇରାନର ୨୯୦ ସଦସ୍ୟ ବିଶିଷ୍ଟ ସଂସଦରେ ୧୫୨ ସାଂସଦ ଏହାକୁ ସମର୍ଥନ କରିଛନ୍ତି।

ପ୍ରସ୍ତାବିତ ଆଇନରେ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି କରାଯାଇଛି। ଏଥି ସହିତ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ପାଇଁ ୩ ଲକ୍ଷରୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। କୌଣସି ଗଣମାଧ୍ୟମ କିମ୍ବା ଏନଜିଓ ହିଜାବକୁ ପରିହାସ କରୁଥିବା ଉପରେ ଜରିମାନା ଏବଂ ଜେଲଦଣ୍ଡ ଦିଆଯିବ।

Share