ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି

ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କରିଛି। ଏଥିରେ କୌଣସି ବୋମା କି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ଜଣାପଡ଼ିଛି। ତେବେ ବିମାନର ସୁରକ୍ଷିତ ଅବତରଣ ପରେ ଇରାନ, ପାକିସ୍ତାନ, ଭାରତ ଓ ଚାଇନାର ସୁରକ୍ଷା ଏଜେନ୍ସିଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ନିର୍ଦ୍ଧାରିତ ସମୟରେ ବିମାନଟି ଗୁଆଙ୍ଗଝୋଉରେ ପହଞ୍ଚିଛି ବୋଲି ଇରାନର ମହାନ ଏୟାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଇରାନର ତେହେରାନରୁ ଡବ୍ଲୁ୫୮୧ ବିମାନ ଚାଇନାର ଗୁଆଙ୍ଗଝୋଉକୁ ଉଡାଣ ଭରିଥିଲା। ପ୍ରାୟ ୯ଟା ୨୦ମିନିଟ୍‌ରେ ଯେତେବେଳେ ବିମାନଟି ଭାରତ ଏୟାରସ୍ପେସ୍‌ରେ ପହଞ୍ଚିଥିଲା ସେହି ସମୟରେ ବିମାନର ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଯେ, ବିମାନରେ ଏକ ବୋମା ଅଛି। ଏଥିସହ ବିମାନକୁ ଦିଲ୍ଲୀରେ ଅବତରଣ କରିବାକୁ ପାଇଲଟ ଅନୁମତି ମାଗିଥିଲେ। ଏହା ଶୁଣି ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ ତୁରନ୍ତ ସତର୍କ ହୋଇଯାଇଥିଲା। ଏଥିସହ ସେ ତୁରନ୍ତ ସୁରକ୍ଷା ଏଜେନ୍ସି ଏବଂ ଭାରତୀୟ ବାୟୁସେନାକୁ ସୂଚନା ଦେଇଥିଲା। ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ବାୟୁସେନା ଏହି ବିମାନକୁ ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ଦେଇ ନ ଥିଲା। ଉକ୍ତ ବିମାନକୁ ଜୟପୁର କିମ୍ବା ଚଣ୍ଡିଗଡ଼ରେ ଅବତରଣ କରିବାକୁ କୁହାଯାଇଥିଲା। ହେଲେ ପାଇଲଟ ସେଠାରେ ଅବତରଣ କରିବାକୁ ମନା କରିଦେଇଥିଲେ। ସେ କେବଳ ଦିଲ୍ଲୀରେ ଅବତରଣ କରିବାକୁ ଚାହୁଁଥିଲେ। ଏହାପରେ ବାୟୁସେନା ତୁରନ୍ତ ଯୋଧପୁର ଏୟାରବେସରୁ ୨ଟି ସୁଖୋଇ ବିମାନକୁ ଆଲର୍ଟ ରହିବା ସହ ଉକ୍ତ ବିମାନକୁ ଘେରିବାକୁ ନିର୍ଦ୍ଦେଶ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri