ହିଜାବ ଖୋଲି ଇନଷ୍ଟାରେ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଇରାନ ଅଭିନେତ୍ରୀ

ତେହେରାନ,୨୧ ।୧୧: ଇରାନ ପୋଲିସ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅଭିନେତ୍ରୀଙ୍କ ଉପରେ ସର୍ବସାଧାରଣ ସ୍ଥାନରେ ହିଜାବ ହଟାଇବା ଅଭିଯୋଗ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଦେଶରେ ଜାରି କରାଯାଇଥିବା ବିରୋଧ ପ୍ରଦର୍ଶନର ସମର୍ଥନରେ ଏଭଳି କରିଛନ୍ତି । ୫୨ ବର୍ଷୀୟା ଅଭିନେତ୍ରୀ ହିଜାବ ହଟାଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଆଉ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦେଇଥିଲେ ।
ଶନିବାର ବିଳମ୍ବିତ ରାତିରେ ଅଭିନେତ୍ରୀ ତାଙ୍କ ପୋଷ୍ଟରେ ଲେଖିଥିଲେ, ହୁଏତ ଏହା ମୋର ଶେଷ ପୋଷ୍ଟ ହେବ, ମୋ ସହ ଯାହା ବି ହେଉଛି ମନେରଖନ୍ତୁ ଏହା ସବୁଥର ଭଳି… ମୁଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଇରାନି ଲୋକଙ୍କ ସହ ରହିଛି । ଅଭିନେତ୍ରୀଙ୍କ ଭିଡିଓ ଏକ ଶପିଙ୍ଗ ସେଣ୍ଟରରେ ଶୁଟ କରାଯାଇଥିବା ଭଳି ମନେ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଗାଜିୟନି ବିନା ହିଜାବରେ ଏକ ପବ୍ଲିକ ପ୍ଲେସରେ ଠିଆ ହୋଇଛନ୍ତି ଓ ନିଜ ଖୋଲା କେଶକୁ ବାନ୍ଧୁଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ଇରାନରେ ମହିଳାମାନେ ହିଜାବ ପିନ୍ଧିବା ଅନିର୍ବାର୍ଯ୍ୟ ଓ ସର୍ବସାଧାରଣ ସ୍ଥାନରେ ହିଜାବ ହଟାଇବା ଏକ ଅପରାଧ । ମସହା ଅମିନିଙ୍କ ମୃତ୍ୟୁ ପରେ ହଜାର ହଜାର ମହିଳା ବିରୋଧ ପ୍ରଦର୍ଶନ କରି ଏଭଳି କରିଛନ୍ତି । ହେଲେ ଏବେ ଅଭିନେତ୍ରୀଙ୍କୁ ଇରାନ ପୋଲିସ ଗିରଫ କରିନେଇଛି ।

Share